ବମ୍ବେ: ବଲିଉଡ୍ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼ କଥା ପଛର ରହସ୍ୟକୁ ଜାଣିବାକୁ ଚାହିଁ ରହିଥାନ୍ତି। ସେଭଳି ଏକ ଚର୍ଚ୍ଚିତ ଘଟଣା ହେଲା ଚାପୁଡ଼ା ମାରିବା। ଅନେକ କଳାକାର ସର୍ବସାଧାରଣରେ ଚାପୁଡ଼ା ଖାଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା:
ଅଭିଷେକ ଅବସ୍ତି: ରାକ୍ଷୀ ସାଓ୍ବନ୍ତଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ। ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ୨୦୧୧ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଅଭିଷେକ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଛି ପ୍ରମାଣିତ କରିବାକୁ ଚାହିଁଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଗୋଲାପ ଏବଂ କଣ୍ଢେଇ ନେଇ ରାକ୍ଷୀଙ୍କ ଘରେ ପହଞ୍ଚିଥିଲେ। ହେଲେ ଏହା ତାଙ୍କ ଉପରେ ଓଲଟା ପଡ଼ିଥିଲା। ରାକ୍ଷୀ କ୍ଷମା କରିବା ତ ଦୂରର କଥା ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଜୋରଦାର ଚାପୁଡ଼ା ମାରିଥିଲେ।
ଗୌହର ଖାନ: ମଡେଲ ତଥା ବିଗ୍ବସ ୭ ବିଜେତା ଗୌହର ଖାନଙ୍କୁ ଜଣେ ବ୍ୟକ୍ତି ଛୋଟ ପୋଷାକ ପିନ୍ଧିବାକୁ ନେଇ ଚାପୁଡ଼ା ମାରିଥିଲେ। ଗୌହର ସେତେବେଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଉକ୍ତ ଅଜଣା ବ୍ୟକ୍ତି ଗୌହରଙ୍କୁ ଚାପୁଡ଼ା ମାରିଥିଲେ। ଏହା ସେଠାରେ ଉପସ୍ଥିତ ଅନେକଙ୍କୁ ଚକିତ କରିଥିଲା।
କରନ ସିଂହ ଗ୍ରୋଭର:
ପୂର୍ବପତ୍ନୀ ଜେନିଫର ଓ୍ବିଙ୍ଗେଟଙ୍କଠାରୁ ଚାପୁଡ଼ା ଖାଇଛନ୍ତି କରନ। ଏବେ ବିପାଶାଙ୍କୁ ବିବାହ କରି ସୁଖୀ ଜୀବନ ଅତିବାହିତ କରୁଥିବା କରନ ଜେନିଫରଙ୍କୁ ପୂର୍ବେ ବିବାହ କରିଥିଲେ। ଏକ ସମୟରେ ଜେନିଫର କରନଙ୍କ ପ୍ରତାରଣା କଥା ଜାଣିବା ପରେ ଧାରାବାହିକର ସେଟ୍ରେ ଜୋରଦାର ଚାପୁଡ଼ା ମାରିଥିଲେ। କଥିତ ଭାବେ ତାଙ୍କ ସହ ଶୁଟିଂ କରିବେ ନାହିଁ ବୋଲି କହିଥିଲେ ମଧ୍ୟ।
ଅଭିନବ କୋହଲି:
ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ପୂର୍ବସ୍ବାମୀ ରାଜା ଚୌଧୁରୀ ତାଙ୍କ ସ୍ବାମୀ ଅଭିନବ କୋହଲିଙ୍କୁ ଥାନାରେ ପୋଲିସ ସମ୍ମୁଖରେ ଚାପୁଡ଼ା ମାରିଥିଲେ। ରାଜା ତାଙ୍କ ଘରେ ଝିଅ ପଲକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଶ୍ୱେତା ବିଗ୍ ବସ ଘରେ ଥିଲେ। ଅଭିନବ ପଲକଙ୍କୁ ଖରାପ ବ୍ୟବହାର କରୁଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ବଚସା ହୋଇଥିଲା। ମାମଲା ଏତେ ବିଗିଡ଼ି ଯାଇଥିଲା ଯେ ଥାନାରେ ପହଞ୍ଚିଥିଲା। ସେଠାରେ ରାଜା ଅଭିନବଙ୍କୁ ଚାପୁଡ଼ା ମାରିଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.