କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ କପୁର ଏବେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ଚିତ୍ର ଆଙ୍କିବା। ନିଜ ରୁମ୍ରେ ବସି ପ୍ରଥମେ ସେ କାହାକୁ ଚିତ୍ରର ରୂପ ଦେବେ ସେ ନେଇ ଭଲ ଭାବରେ ଚିନ୍ତା କରୁଛନ୍ତି। ତା’ପରେ ନିଜ କାମରେ ଲାଗିଯାଉଛନ୍ତି। କେବଳ ସେତିକି ନୁହେଁ, ନିଜେ ଆଙ୍କିଥିବା ଚିତ୍ରଗୁଡିକୁ ନିଜ ସୋସିଆଲ ମିଡିଆରେ ଶେୟାର କରିବାକୁ ଭୁଲୁ ନାହାନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ପେଣ୍ଟିଂ କରିବା ମୋର ପିଲାଟି ଦିନରୁ ଅଭ୍ୟାସ। ଏ ନେଇ ମୋ ମାମା ମୋତେ ବେଶ୍ ଉତ୍ସାହିତ କରିଥିଲେ। ଆଉ ଏବେ ବାବା ପେଣ୍ଟିଂ ଚାଲୁ ରଖିବାକୁ ମୋତେ ସବୁବେଳେ କହିଥାଆନ୍ତି। କୌଣସି ପ୍ରାକୃତିକ ଦୃଶ୍ୟ ଦେଖିଲେ ତାହାକୁ ଚିତ୍ରର ରୂପ ଦେବାକୁ ମୋ ମନରେ ଇଚ୍ଛା ହୁଏ। କରୋନା ପାଇଁ ଲକ୍ଡାଉନ ଚାଲିଛି, ତେଣୁ ଘରେ ହିଁ ରହିବାକୁ ପଡୁଛି। ତେଣୁ ପେଣ୍ଟିଂ ପ୍ରତି ଅଧିକ ଧ୍ୟାନ ଦେଉଛି।’
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.