ଭୁବନେଶ୍ୱର,୧୦।୬(ବ୍ୟୁରୋ): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଛୁଇଁବ ମୌସୁମୀ। ଏଥିପାଇଁ ସ୍ଥିତି ଅନୁକୂଳ ରହିଥିବା ବେଳେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଫଳରେ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ। ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁନ ୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ।
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
ପୁରୁଣା ଚେର
ଭୁବନେଶ୍ୱର,୧୫।୬(ବ୍ୟୁରୋ): ଓଡ଼ିଶାରେ ନକଲି ଔଷଧର କାରବାର ବହୁ ପୁରୁଣା। ୨୦୦୭ ଜୁଲାଇ ୨୦ରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ନକଲି ଔଷଧ କାରଖାନା ଠାବ ହୋଇଥିଲା।...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ ଘଟଣା: ଏସ୍ଡିଜେଏମ୍ କୋର୍ଟରେ ମାମଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...
୨୩ରୁ ପୁରୀରେ ୧୪୪
ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...


