ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର ବାହାଦୂରଗଡ଼ ଅଞ୍ଚଳରେ ଘଟିଛି। ଜଣେ ୭ ବର୍ଷ ବାଳକଙ୍କୁ ଟାଇଫଏଡ୍ ହୋଇଥିଲା। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମେ’ ୨୬ରେ ଘୋଷଣା କରିଥିଲେ। ବାଳକଙ୍କୁ ଘରକୁ ଅଣାଯାଇ ଅନ୍ତିମ ସଂସ୍କାର ଲାଗି ଯୋଜନା ଚାଲିଥିଲା। ତେବେ ମା’ ଜାହ୍ନବୀ ବିକଳରେ ମୁଣ୍ଡ ପିଟି ବାହୁନି କାନ୍ଦିବାରେ ଲାଗିଥିଲେ। ମୋ ଧନ ଫେରିଆ ବୋଲି ବାରମ୍ବାର କହୁଥିଲେ। ହଠାତ୍ ବାଳକଙ୍କ ଶରୀର ହଲ୍ଚଲ୍ ହୋଇଥିଲା। ବାଳକଙ୍କ ବାପା ହିତେଶ୍ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଇଥିଲେ। ପିଲା କାଶିବା ଆରମ୍ଭ କରିଥିଲା। ପରେ ତାଙ୍କୁ ରୋହତକ୍ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରି ପୁଣି ଖେଳିବା ବୁଲିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗାଁରେ ଆନନ୍ଦ ଖେଳି ଯାଇଛି।
ସୁନାର ହୋଟେଲ
ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...
ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି।...
ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍ ମିଲ୍ଖା
ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...
ମୋଦିଙ୍କୁ ମମତାଙ୍କ ଚିଠି
କୋଲକାତା,୨୪।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍ପି
ଭୋପାଳ, ୧୩ା୬: ଦେଶରେ କରୋନାଜନିତ ମୃତ୍ୟୁ ତଥ୍ୟ ଲୁଚାଯିବା ଆଉ ନୂଆ କଥା ହୋଇ ନାହିଁ। ବିଭିନ୍ନ ରାଜ୍ୟ ସରକାର ପ୍ରକୃତ ସଂଖ୍ୟା ପ୍ରକାଶ କରୁ...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...


