ବେଜିଂ,୧୫।୬: ଚାଇନା ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। କରୋନାର ଅନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପୁଣି ସଙ୍କଟ ସୃଷ୍ଟି କରିଛି। ଚାଇନାର ତାଇଶାନ୍ ଆଣବିକ କେନ୍ଦ୍ରରୁ ଅସାବଧାନତା ଯୋଗୁ ଏକ ପ୍ରକାର ଗ୍ୟାସ୍ ଲିକ୍ ହୋଇଛି। ଏହି ଗ୍ୟାସ୍ ନିଷ୍କ୍ରିୟ ଥିଲେ ମଧ୍ୟ ଏଥିରେ ରେଡିଓଆକ୍ଟିଭ୍ ପଦାର୍ଥ ରହିଛି। ଚାଇନା ଏବଂ ଫ୍ରାନ୍ସର ଇଡିଏଫ୍ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର କାର୍ଯ୍ୟ କରୁଛି। ଇଡିଏଫ୍ କମ୍ପାନୀର ଏହି କେନ୍ଦ୍ରରେ ୩୦ ପ୍ରତିଶତ ଅଂଶଧନ ରହିଛି। ଗ୍ୟାସ୍ ଲିକ୍ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏସମ୍ପର୍କରେ ଚାଇନା ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଚାଇନା ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ତେବେ ଫ୍ରାନ୍ସର କମ୍ପାନୀ ରେଡିଓଆକ୍ଟିଭ୍ ପଦାର୍ଥ ରିଆକ୍ଟର ନମ୍ବର-୧ରୁ ଲିକ୍ ହେବା ନେଇ ଆମେରିକାର ସହଯୋଗ ଲୋଡ଼ିଛି। ଇଡିଏଫ୍ ଆମେରିକାର ଶକ୍ତି ବିଭାଗକୁ ସହାୟତା ଲାଗି ଅନୁରୋଧ କରିଛି। ରେଡିଓଆକ୍ଟିଭ୍ ପଦାର୍ଥର ବିକିରଣ ଦ୍ୱାରା ଭୟଙ୍କର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଇଡ଼ିଏଫ୍ ଆମେରିକାକୁ କହିଛି। ଚାଇନାର ସ୍ଥାନୀୟ ଲୋକେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ, ୩୫ ବର୍ଷ ତଳେ ୧୯୮୬ ଏପ୍ରିଲ୍ ୨୬ରେ ରୁଷିଆର ଚେର୍ନୋବାୟଲରେ ଏଭଳି ଏକ ରେଡିଓଆକ୍ଟିଭ୍ ପଦାର୍ଥ ଲିକ୍ ଘଟଣା ଯୋଗୁ ଭୟାବହ ସ୍ଥିତି ସୃଷ୍ଟି ହୋଇଥିଲା।
Posted inଅନ୍ତର୍ଜାତୀୟ View All
ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…
ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର...
ବେଜୋସ୍ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍ ପାଇଁ ୨୦୫ କୋଟି
ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା...
ପ୍ରତ୍ୟର୍ପଣ ପାଇଁ ଡୋମିନିକା ରାଜି
ରୋଷେଉ,୩ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ଅଡ଼ୁଆ ବଢ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ୧୩,୫୦୦ କୋଟି ଋଣ ଜାଲିଆତି କରି ଫେରାର ହୋଇଥିବା...
ମିଳିଲା ତୃତୀୟ ବୃହତ୍ ହୀରା
ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍ର ଏହି ହୀରା...
୫ମ ମହାସାଗର ହେଲା ସଦର୍ନ ଓସେନ୍
ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...
ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…
ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...
ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ...
୧୦୦ କୋଟି ଡୋଜ୍ ଟିକା ଦେବ ଜି ୭
କାର୍ବିସ୍ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା...


