E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
9:42 amJune 7, 2021

ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ ରହିଛି ‘ରିଜୁଭେନେଟିଂ ୱାଟରଶେଡ୍‌ସ ଫର୍‌ ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୋ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ’ ବା ‘ରିୱାର୍ଡ’। ଏହି ପରିପ୍ରେକ୍ଷୀରେ ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଭର୍ଚ୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳକୁ ଏହି ଯୋଜନା ସମ୍ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ପ୍ରକଳ୍ପ ପ୍ରଥମେ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଆଦି ୫ ଜିଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ‘ଜଳଛାୟା ପ୍ରକଳ୍ପ’ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍‌) ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସବୁ ଜିଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ। ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକ୍ଟର ଜମିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ଏହି ସମ୍ପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି, ଯାହା ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲାରେ ରହିଛି। ଏହିପରି ଭାବେ ମୋଟ ୭ ଜିଲାର ୬୮୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଗତ ୫.୨୬ ଲକ୍ଷ ହେକ୍ଟର ଭୂସମ୍ପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।
ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ଅବଧି ପ୍ରାୟ ୬ ବର୍ଷ ରହିବ। ପ୍ରକଳ୍ପରେ ପ୍ରାୟ ୨୧୧.୫୭ ମିଲିଅନ ଡଲାର (ପ୍ରାୟ ୧୫୩୮.୩୯ କୋଟି) ବିନିଯୋଗ ହେବାର ଆକଳନ କରାଯାଇଛି। ଏହି ଅର୍ଥ ମଧ୍ୟରୁ ୧୬୨.୫୭ ମିଲିଅନ ଡଲାର (୧୧୮୧.୧୩ କୋଟି) ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ଏବଂ ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ମିଲିୟନ ଡଲାର (୩୫୭.୨୫ କୋଟି) ଋଣ ଆକାରରେ ଯୋଗାଇବେ ବୋଲି ବଶିଷ୍ଠ ସୂଚନା ଦେଇଥିଲେ। ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ। ସେ କହିଥିଲେ, ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ। ସମଗ୍ର ଦେଶରେ କର୍ନାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି। ସେପଟେ ଯୋଜନାର କାର୍ଯ୍ୟାନ୍ବୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ସହିତ ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ବୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

କରୋନା ତୃତୀୟ ଲହର ଚିନ୍ତା: ପ୍ରଭାବିତ ହୋଇପାରନ୍ତି ଶିଶୁ; ପୂର୍ବରୁ ପ୍ରସ୍ତୁତ ରହିବା ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ

ଭୁବନେଶ୍ୱର,୮।୬(ବ୍ୟୁରୋ): ଦ୍ୱିତୀୟ ଲହର ପରେ ଏବେ କରୋନାର ତୃତୀୟ ଲହର ଚିନ୍ତା। ଏସବୁ ମଧ୍ୟରେ ମଙ୍ଗଳବାର ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ଭିଡିଓ କନ୍‌ଫେରେନ୍ସି ଜରିଆରେ...

ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ...

୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦...

ବିଆର୍‌ପିଏଲ୍‌ ବିରୋଧରେ ଏନ୍‌ଜିଟି ମାମଲା: ଏସ୍‌ପିସିବିର ଲୋକଦେଖାଣିଆ ତଦନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍‌ପିଏଲ୍‌) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...

ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...

ସୋମବାରଠୁ ଲାଗି ରହିବ ବର୍ଷା

ଭୁବନେଶ୍ବର,୬।୬: କାଳବୈଶାଖି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପ୍ରସ୍ତାବ ମାତ୍ରେ ଅଣଦେଖା
Next Post Next post:
ଥମୁଛି କରୋନା: ୨୪ ଘଣ୍ଟାରେ ଲକ୍ଷେ ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts