E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ
11:54 amJune 7, 2021

ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି। ଏହା କାହିଁକି ହେଉଛି? ପୃଥିବୀର ମାଧ୍ୟାକର୍ଷଣ ବଳ ଟେକାଟିକୁ କିମ୍ବା ଫଳଟିକୁ ନିଜ ଆଡ଼କୁ ଟାଣି ଆଣୁଥିବାରୁ ତାହା ପୃଥିବୀ ପୃଷ୍ଠରେ ପଡୁଛି। ଏହି ଘଟଣା ଅନାଦିକାଳରୁ ଦୃଷ୍ଟିଗୋଚର ହେଉଥିଲେ ସୁଦ୍ଧା ପୃଥିବୀର ଦୁଇଜଣ ବିଶିଷ୍ଟ ବୈଜ୍ଞାନିକ ଏହା ଉପରେ ଅଧ୍ୟୟନ କରି ତାହାର କାରଣ ବାହାର କରିଥିଲେ। ଏହି ଦୁଇଜଣ ହେଉଛନ୍ତି ଇଂଲଣ୍ଡର ଆଇଜାକ୍‌ ନିଉଟନ(୧୬୪୨-୧୭୨୭) ଏବଂ ଜର୍ମାନୀର ଆଲବର୍ଟ ଆଇନଷ୍ଟାଇନ(୧୮୭୯-୧୯୫୫)। ଦୁଇଜଣ ହେଉଛନ୍ତି ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଏବଂ ଉଭୟଙ୍କର ଜୀବନକାଳର ପାର୍ଥକ୍ୟ ହେଉଛି ପ୍ରାୟ ଦୁଇଶହ ବର୍ଷ। ମାଧ୍ୟାକର୍ଷଣକୁ ଦୁଇଜଣ ପୃଥକ ଭାବରେ ବୁଝାଇଛନ୍ତି।
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ପ୍ଲେଗ୍‌ ରୋଗ ବ୍ୟାପିବା ଯୋଗୁ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଗଲା। ନିଉଟନ ନିଜ ଗାଁକୁ ଚାଲିଗଲେ। ସେ ନିଜ ବଗିଚାରେ ଗୋଟିଏ ସେଓ ଗଛ ମୂଳରେ ବସିଥିବା ବେଳେ ଗଛରୁ ଫଳଟିଏ ତଳେ ପଡ଼ିଲା। ତାଙ୍କ ବିଜ୍ଞାନମନସ୍କ ମନ ଚିନ୍ତା କଲା ଓ ନିଜକୁ ନିଜେ ପ୍ରଶ୍ନ କଲା, ‘ଫଳଟି ଉପରକୁ ନ ଯାଇ ତଳେ କାହିଁକି ପଡ଼ିଲା? ଯଦି ଫଳଟି ତଳେ ପଡ଼େ, ତାହାହେଲେ ଚନ୍ଦ୍ର ମଧ୍ୟ କ’ଣ ଖସି ପଡ଼ିବ?’
ଏହା ଥିଲା ୧୬୬୬ ମସିହାର ଘଟଣା। ବିଶ୍ୱବିଦ୍ୟାଳୟ ଖୋଲିବା ପରେ ନିଉଟନ କେମ୍ବ୍ରିଜ ଗଲେ। କିନ୍ତୁ ଫଳ ପଡ଼ିବା ଉପରେ ସେ ଚିନ୍ତାରେ ନିମଗ୍ନ ରହୁଥିଲେ। ସେତେବେଳକୁ କୋପରନିକସଙ୍କ ସୌରକେନ୍ଦ୍ରୀୟ ମତ ଗ୍ରହଣୀୟ ହୋଇଗଲାଣି ଏବଂ ଜର୍ମାନୀ ଜ୍ୟୋତିର୍ବିତ୍‌ ଜୋହାନସ କେପଲର(୧୫୭୧-୧୬୩୦)ଙ୍କର ତିନୋଟି ଗ୍ରହ ଘୂର୍ଣ୍ଣନ ନିୟମ ପ୍ରକାଶ ପାଇଲାଣି। ଏହାର ପ୍ରଥମ ନିୟମ ହେଉଛି ଯେ ଗ୍ରହଗୁଡ଼ିକ ସୂର୍ଯ୍ୟ ଚାରିପଟେ ଇଲିପଟିକାଲ(ଅଣ୍ଡାକାର) କକ୍ଷରେ ପରିକ୍ରମଣ କରୁଛନ୍ତି। କେପଲର ନିଜ ପର୍ଯ୍ୟବେକ୍ଷଣ ତଥ୍ୟ ଆଧାରରେ ତିନୋଟି ଯାକ ନିୟମ ଆବିଷ୍କାର କରିଥିଲେ ଏବଂ ତାହାର କାରଣ ଜାଣି ପାରି ନ ଥିଲେ। ନିଉଟନ ଏହାର କାରଣ ଆବିଷ୍କାର କଲେ। ସେ ପ୍ରକାଶ କଲେ ଯେ, ଗଛରୁ ଫଳଟିଏ ତଳେ ପଡ଼ିବା କିମ୍ବା ସୂର୍ଯ୍ୟ ଚାରିପଟେ ଗ୍ରହର ଘୂର୍ଣ୍ଣନ ଗୋଟିଏ ନିୟମରେ ବନ୍ଧା। ତାହା ହେଉଛି ମାଧ୍ୟାକର୍ଷଣ ନିୟମ। ସେ ଏହାକୁ ୧୬୮୭ ମସିହାରେ ତାଙ୍କ ପୁସ୍ତକ ‘ପ୍ରିନ୍‌ସିପିଆ’ରେ ପ୍ରଥମେ ପ୍ରକାଶ କରିଥିଲେ। ନିୟମଟି ହେଉଛି, ବିଶ୍ୱରେ ପ୍ରତ୍ୟେକ ବସ୍ତୁ ଅନ୍ୟ ପ୍ରତ୍ୟେକ ବସ୍ତୁକୁ ଆକର୍ଷଣ କରେ। ଆକର୍ଷଣ ବଳ ବସ୍ତୁ ଦୁଇଟିର ବସ୍ତୁତ୍ୱର ଗୁଣଫଳ ସଙ୍ଗେ ସମାନୁପାତି ଏବଂ ସେମାନଙ୍କ ମଧ୍ୟରେ ଥିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତି।
ଏହି ନିୟମରୁ ସ୍ପଷ୍ଟ ଯେ ବସ୍ତୁର ବସ୍ତୁତ୍ୱ ବଢ଼ିଲେ ମାଧ୍ୟାକର୍ଷଣ ବଳ ବଢ଼ିବ ଏବଂ ବସ୍ତୁ ଦୁଇଟି ମଧ୍ୟରେ ଦୂରତା ବଢ଼ିଲେ ମାଧ୍ୟାକର୍ଷଣ ବଳ କମିବ। କିନ୍ତୁ ଲକ୍ଷ୍ୟ କର ଯେ ଦୂରତା ଦୁଇଗୁଣ ବଢ଼ିଲେ ବଳ ଚାରିଗୁଣ କମିବ ଏବଂ ଦୂରତା ତିନିଗୁଣ ବଢ଼ିଲେ ବଳ ନଅ ଗୁଣ କମିବ। ଏହାକୁ ‘ପ୍ରତିଲୋମ ବର୍ଗ ନିୟମ’ କୁହାଯାଏ।
୧୬୮୨ ମସିହାରେ ଲଣ୍ଡନ ଆକାଶରେ ଗୋଟିଏ ଧୂମକେତୁ ଦେଖାଦେଇଥିଲା। ରାଜାରାଣୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟରେ ପ୍ରଶ୍ନ କରିଥିଲେ-ଏହା କେଉଁଠାରୁ ଆସିଛି? ଏହା କୁଆଡେ ଯାଉଛି? ନିଉଟନ ତାଙ୍କ ନିୟମ ଆଧାରରେ ପୂର୍ବାନୁମାନ କରିଥିଲେ ଯେ ଧୂମକେତୁଗୁଡିକ ନିୟମିତ ବ୍ୟବଧାନରେ ଆକାଶରେ ଦେଖାଦିଏ। ତାଙ୍କ ବନ୍ଧୁ ଅନ୍ୟତମ ଜ୍ୟୋତିର୍ବିଦ ଏଡମଣ୍ଡ ହ୍ୟାଲେ (୧୬୫୬-୧୭୪୨) ୧୬୮୨ ମସିହାରେ ଦେଖା ଦେଇଥିବା ଧୂମକେତୁର କକ୍ଷ ଗଣନା କରି ପ୍ରକାଶ କଲେ ଯେ ଏହି ଧୂମକେତୁ ପୁଣି ୧୭୫୮ ଖ୍ରୀଷ୍ଟମାସ ଦିନ ଆକାଶରେ ଦେଖାଦେବ। ତାଙ୍କ ବକ୍ତବ୍ୟକୁ ସତ୍ୟ ପ୍ରମାଣ କରି ତାହାହିଁ ହେଲା। କିନ୍ତୁ ସେତେବେଳକୁ ହ୍ୟାଲେ ଓ ନିଉଟନ ଇହଧାମ ତ୍ୟାଗ କରିସାରିଥିଲେ। ଏହି ଧୂମକେତୁର ନାମ ଦିଆଯାଉଛି ‘ହ୍ୟାଲେ ଧୂମକେତୁ’ ଏହା ଏହା ହ୍ୟାଲେଙ୍କ ଗଣନାନୁସାରେ ପ୍ରତି ୫୬ ବର୍ଷରେ ପୃଥିବୀରେ ଦେଖାଦେଉଛି।
ପ୍ରାୟ ଦୁଇ ଶହ ବର୍ଷ ପର୍ଯ୍ୟନ୍ତ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ନିର୍ବିବାଦରେ ଗ୍ରହଣୀୟ ହେଲା। ଏହାକୁ ‘ନିଉଟନୀୟ ବିଜ୍ଞାନ’ କୁହାଯାଏ। ମାତ୍ର ଏହା ପରେ ଆଇନଷ୍ଟାଇନ ମାଧ୍ୟାକର୍ଷଣର ପରିଭାଷା ବଦଳାଇଦେଲେ। ସେ ସୁଇଜରଲାଣ୍ଡର ଜୁରିକ୍‌ ପଲିଟେକନିକ୍‌ରୁ ସ୍ନାତକ ଡିଗ୍ରୀ ଲାଭ କରି ଭଲ ଚାକିରି ନ ପାଇ ଶେଷରେ ବର୍ନଠାରେ ଗୋଟିଏ ପେଟେଣ୍ଟ ଅଫିସରେ କିରାଣି ଚାକିରି କଲେ। ଏହା ତାଙ୍କୁ ବରଦାନ ସଦୃଶ ହେଲା। ସେ ସେଠାରେ ତାଙ୍କ ପ୍ରିୟ ପଦାର୍ଥ ବିଜ୍ଞାନ ଆଲୋଚନା କରିବା ପାଇଁ ଯଥେଷ୍ଟ ସମୟ ପାଇଲେ। ସେ ୧୯୦୫ ମସିହାରେ ଗୋଟିଏ ବର୍ଷରେ ବିଶେଷ ଆପେକ୍ଷିକ ତତ୍ତ୍ୱ ସମେତ ଚାରିଟି ବିପ୍ଳବାମତ୍କ ଗବେଷଣା ପ୍ରବନ୍ଧ ପ୍ରକାଶ କରି ବିଜ୍ଞାନ ଜଗତରେ ଆଲୋଡନ ସୃଷ୍ଟି କରିଥିଲେ। ସେ ଏହା ପରେ ବର୍ଲିନ ବିଶ୍ୱବିଦ୍ୟାଳୟରେ ପ୍ରଫେସରେ ପଦରେ ଯୋଗ ଦେଇଥିଲେ ଏବଂ ସେଠାରେ ୧୯୧୫ ମସିହାରେ ସାଧାରଣ ଆପେକ୍ଷିକ ତତ୍ତ୍ୱ ପ୍ରକାଶ କରିଥିଲେ। ସେଥିରେ ମାଧ୍ୟାକର୍ଷଣ ତତ୍ତ୍ୱ ରହିଛି। ସେ ମାଧ୍ୟାକର୍ଷଣକୁ ‘ବଳ’ ବଦଳରେ ‘ସ୍ଥାନ-କାଳ ବକ୍ରତା’ ଭାବେ ବର୍ଣ୍ଣନା କଲେ। ସେ ପ୍ରକାଶ କଲେ ଯେ ଶୂନ୍ୟରେ ଓଜନିଆ ବସ୍ତୁଟିଏ ରହିଲେ ଏହା ଚାରିପଟର ଜାଗା ଢାଲୁ ହୋଇଯାଏ। ଏଣୁ ସେହି ଅଞ୍ଚଳରେ ରହିଥିବା ଅଳ୍ପ ଓଜନର ବସ୍ତୁଟି ତାହା ଆଡକୁ ଆକର୍ଷିତ ହୋଇଥାଏ। ଉଦାହରଣ ସ୍ବରୂପ, ଗୋଟିଏ ସୂତାଜାଲକୁ ଦୁଇଟି ଗଛର ଡାଳରେ ବାନ୍ଧି ଏହା ମଝିରେ ଗୋଟିଏ ଲୁହା ପେଣ୍ଡୁ ରଖିଲେ ତାହା ତଳକୁ ଟାଣି ହୋଇଯାଏ। ଏହାପରେ ସେହି ଜାଲରେ ଗୋଟିଏ ଅଳ୍ପ ଓଜନର ବସ୍ତୁ ରଖିଲେ ଏହା ତାହା ଆଡକୁ ଗଡିଯାଏ।
ନିଉଟନଙ୍କ ଅନୁସାରେ ସୂର୍ଯ୍ୟ ଓ ଅନ୍ୟାନ୍ୟ କ୍ଷେତ୍ର ଭଳି ଓଜନିଆ ବସ୍ତୁପିଣ୍ଡ ସେମାନଙ୍କ ଚାରିପାଖ ଜାଗାରେ ଗୋଟିଏ କ୍ଷେତ୍ରୀୟ ବଳ ସୃଷ୍ଟି କରନ୍ତି ଯାହା ଯୋଗୁ ଗ୍ରହଗୁଡିକ ସରଳରେଖାରେ ନ ଯାଇ ବକ୍ରପଥରେ ଏହା ଚାରିପଟେ ଘୂରିଥାଆନ୍ତି। କିନ୍ତୁ ଆଇନଷ୍ଟାଇନ ବଳକୁ ଗ୍ରହଣ ନ କରି ବର୍ଣ୍ଣନା କଲେ ଯେ, ସୂର୍ଯ୍ୟ ପରି ଓଜନିଆ ବସ୍ତୁ ଯୋଗୁ ଏହା ଚାରିପଟ ସ୍ଥାନ-କାଳ ବକ୍ର ହୋଇ ଯାଉଥିବାରୁ ଗ୍ରହଗୁଡିକୁ ଉପବୃତ୍ତାକାର କକ୍ଷରେ ଘୂରୁଛନ୍ତି। ସୂଚନାଯୋଗ୍ୟ ଯେ, ପୃଥିବୀର ସମସ୍ତ ବସ୍ତୁ ତିନି ପରିସର (ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା)ରେ ଅଛି।
କିନ୍ତୁ ଆଇନଷ୍ଟାଇନ ଏହା ସହିତ ସମୟକୁ ଏକ ପରିସର ଭାବେ ନେଇ ସ୍ଥାନ କାଳ ପରିସରରେ ତାଙ୍କ ତତ୍ତ୍ୱକୁ ବୁଝାଇଛନ୍ତି।
ଊନବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଜଣାଗଲା ଯେ, ବୁଧ ଗ୍ରହରେ କକ୍ଷପଥକୁ ସମ୍ପୂର୍ଣ୍ଣ ଭାବେ ବୁଝାଇବା ପାଇଁ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ସମର୍ଥ ହେଉନାହିଁ। କେହି କେହି ମତ ଦେଲେ ଯେ, ସୂର୍ଯ୍ୟ ଅତି ନିକଟରେ ବୋଧହୁଏ ଅନ୍ୟ ଏକ ଅନାବିଷ୍କୃତ ଗ୍ରହ ଅଛି, ଯାହା ଯୋଗୁ ଏପରି ହେଉଛି। ସେମାନେ ସେହି କଳ୍ପିତ ଗ୍ରହର ଗୋଟିଏ ନାମ ମଧ୍ୟ ଦେଲେ। ତାହା ହେଉଛି ‘ଭଲ୍‌କାନ’। (କ୍ରମଶଃ)

ଇଂ. ମାୟାଧର ସ୍ବାଇଁ

-୭୦, ଲକ୍ଷ୍ମୀବିହାର, ଫେଜ୍‌-୧,
ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ରାତିରେ ଭୋକ ଲାଗିଲେ କ’ଣ ଖାଇବେ..

ବେଳେବେଳେ ରାତ୍ରିଭୋଜନ ଖାଇକି ଶୋଇଲେ ବି ରାତି ଅଧରେ ଅନେକଙ୍କୁ ଭୋକ ଲାଗିଥାଏ; ଯଦ୍ଦ୍ବାରା ସେମାନଙ୍କ ନିଦ ଭାଙ୍ଗିଯାଏ ଆଉ ସେମାନେ ରାତିରେ ଉଠି କିଛି...

ସଫା ରଖନ୍ତୁ ଫ୍ରିଜ୍‌

ଠିକ୍‌ ଭାବରେ ଜିନିଷ ସାଇତି ରଖିଲେ ଫ୍ରିଜ୍‌ ଶୀଘ୍ର ଅପରିଷ୍କାର ହେବ ନାହିଁ। ତେଣୁ କେଉଁ ଜିନିଷ କେଉଁଠି ରଖିବେ ସେ ସମ୍ପର୍କରେ ଭଲଭାବେ ଜାଣି...

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ...

ରହିବନି ଷ୍ଟ୍ରେଚ୍‌ମାର୍କ

ଅନେକ ମହିଳା ଶିଶୁ ଜନ୍ମ ପରେ ପେଟ ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଷ୍ଟ୍ରେଚ୍‌ମାର୍କ କମ୍‌ କରିବାକୁ ନେଇ ବ୍ୟସ୍ତ ହୋଇପଡନ୍ତି। ହେଲେ...

କଥାବାର୍ତ୍ତା ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା

ନିଜର କଥାବାର୍ତ୍ତା ଶୈଳୀ ଉପରେ ସେହି ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ରୋଚକ ତଥ୍ୟ ସମ୍ପର୍କରେ ଲଣ୍ଡନ...

ପିଲାଙ୍କ ସାଥୀ ଇଣ୍ଟରନେଟ୍‌

ପୁଣି ବଢ଼ିଲା ଲକ୍‌ଡାଉନ୍‌ । ନା ସ୍କୁଲ୍‌ ନା କଲେଜ୍‌, ନା ସମ୍ଭବ ହେଉଛି ବାହାରେ ଖେଳିବା ବୁଲିବା। ଏମିତିରେ ଇଣ୍ଟରନେଟ୍‌ ପାଲଟିଯାଇଛି ପିଲାମାନଙ୍କ ସାଥୀ।...

କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ସଂକ୍ରମଣ ମାତ୍ରା କମାଏ ଭିଟାମିନ୍‌ ଡି

ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍‌ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ
Next Post Next post:
୨୦୨୨ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଅଣ୍ଟାଭିଡ଼ା: ପରାଜୟରୁ ଶିକ୍ଷା ଲାଭ କରିବାକୁ କହିଲେ ମୋଦି…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts