ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ନିଆ ଶର୍ମା ଷ୍ଟାଇଲିଷ୍ଟ ସହ ଫ୍ୟାଶନ ଆଇକନ ମଧ୍ୟ। ନିୟାଙ୍କ ସିରିଏଲ୍ ‘ଏକ ହଜାରୋଁ ମେ ମେରି ବେହନା ହୈ’ର ଫଟୋ ଏବଂ ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ନିଆ ତାଙ୍କ ସୌନ୍ଦର୍ଯ୍ୟରେ କେବଳ ଦର୍ଶକକୁ ନୁହନ୍ତି ବଂର କୋ-ଷ୍ଟାରଙ୍କୁ ପାଗଳ କରିଦେଇଛନ୍ତି। ଏକଦା କୋ ଷ୍ଟାର ଶୁଟିଂ ସମୟରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ନିଆ ଆଶ୍ଚର୍ଯ୍ୟ ହୋଇଗଲେ। ନିଆ ଏକ ନୂଆ ମ୍ୟୁଜିକ ଭିଡିଓରେ କାମ କରୁଛନ୍ତି। ଏଥିରେ ଅଭିନେତା କମଲ କୁମାର ତାଙ୍କ ସହ ଅଛନ୍ତି। ଏକ ସାକ୍ଷାତକାରରେ କମଲ ଏହି କଥା କହିଥିଲେ। କମଲ କହିଛନ୍ତି ଯେ, ଶୁଟିଂ ପାଇଁ ପ୍ରସ୍ତୁତି ଚାଲିଥିଲା। ସେଟ୍ରେ ସଦସ୍ୟମାନେ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେତେବେଳେ ମୁଁ ହଠାତ ଆଣ୍ଠୁମାଡି ନିଆଙ୍କୁ ପ୍ରପୋଜ କଲି ତାଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ମୁଁ ଏବଂ ନିଆ ହସିବାକୁ ଲାଗିଲୁ। କାରଣ ଏହା ସେଭଳି ସିରିୟସ୍ ନଥିଲା । କିନ୍ତୁ ନିଆ ଏତେ ସୁନ୍ଦର ତାଙ୍କୁ ପ୍ରପୋଜ କରିବାକୁ କିଏ ଚାହିଁବ ନାହିଁ। ମୁଁ ମଜା କରିବା ପାଇଁ ଏହା କରିଥିଲି, ନିଆ ମଧ୍ୟ ଏଥିରେ ମୋତେ ସମର୍ଥନ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.