E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଭଲ ଖବର ପାଉନାହୁଁ
7:44 amJune 20, 2021

ଆକାର ପଟେଲ

ଭାରତରେ ଭଲ ଖବର ପାଇବା ସହଜ ନୁହେଁ ଏବଂ ଅନେକ ଦିନରୁ ଏହା ପାଇବା ବି ସହଜ ହୋଇନାହିଁ। ନିକଟରେ ଭାରତର ଅର୍ଥ ବ୍ୟବସ୍ଥା ଚଳିତ ତ୍ରୈମାସିକ(ଏପ୍ରିଲରୁ ଜୁନ୍‌)ରେ ଦୁଇଅଙ୍କରୁ ଅଧିତ୍କ ତଳକୁ ଖସୁଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିତ୍ଲା। ଏହା ଏକ ଏଜେନ୍ସିର ରିପୋର୍ଟ ହେଲେ ମଧ୍ୟ ଏହାକୁ ଅନେକ ମିଡିଆ ସଂସ୍ଥା ପ୍ରକାଶ କରିଥିଲେ। ଏହାକୁ ଅନ୍ୟମାନେ ଏପରି କି ସରକାର ମଧ୍ୟ ଖଣ୍ଡନ କରି ନ ଥିଲେ କି ଏହା ଉପରେ କୌଣସି ଟିପ୍ପଣୀ ରଖି ନ ଥିଲେ। ଅର୍ଥାତ୍‌ ଏହାକୁ ସମସ୍ତେ ସତ ମାନି ନେଇଥିଲେ। ମହାମାରୀ ପୂର୍ବରୁ ଜାନୁୟାରୀ ୨୦୧୮ରୁ ୨୪ ମାସ ଧରି ଅର୍ଥବ୍ୟବସ୍ଥା ମାନ୍ଦା ରହିଥିଲା। ପରେ ଜାନୁୟାରୀ ୨୦୨୦ରୁ ୧୮ ମାସ ହେବ ଏହା ପୂରା ଧ୍ୱଂସ ହୋଇଯାଇଛି। ଏବେ ଆମ ଅର୍ଥ ବ୍ୟବସ୍ଥା ବିଶ୍ୱର ସବୁଠୁ ଖରାପ। ଭାରତର ଆର୍ଥିକ ଅଭିବୃଦ୍ଧି ୪୨ ମାସ ଧରି ତଳକୁ ଖସିଆସିଛି, କିନ୍ତୁ କାହିଁକି ଏଭଳି ଘଟୁଛି ତାହା ସରକାର କହି ନାହାନ୍ତି। ଏଥିରେ କ’ଣ ତ୍ରୁଟି ରହିଛି ଓ ତାହାକୁ ସୁଧାରିବା ଲାଗି କେଉଁ ଯୋଜନା କରିଛନ୍ତି ତାହା ମଧ୍ୟ ଜଣାଉନାହାନ୍ତି। ମାନ୍ଦା ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୫ଟି କଥା ଉପସ୍ଥାପନ କରିଥିଲେ। କିନ୍ତୁ ସମସ୍ୟା ରହିଥିବା ଜଣେ ସ୍ବୀକାର କଲେ ହିଁ ଏହି ସଙ୍କଟଜନକ ସ୍ଥିତିକୁ ସୁଧାରିବା ସମ୍ଭବ ବୋଲି ସେ କହିଥିଲେ। ଏଣୁ ଯାହା ଘଟିଆସୁଛିି ତାହାକୁ ଭୁଲ୍‌ ବୋଲି ଗ୍ରହଣ କରୁ ନ ଥିବାରୁ ଆମେ ଏଭଳି ଅବସ୍ଥାରେ ଆଗକୁ ବି ରହିବା। ନିୟମିତ ରୋଜଗାର ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆ ଇକୋନୋମୀ(ସିଏମ୍‌ଆଇଇ) କହିଛି ଯେ, ଭାରତରେ ବେରୋଜଗାର ଏବେ ୧୧% ରହିଛି, ଏହା ପାକିସ୍ତାନ ଏବଂ ବାଂଲାଦେଶଠାରୁ ଅଧିତ୍କ। ମୁଦ୍ରାସ୍ଫୀତି ଏବେ ଉଚ୍ଚରେ; ଯଦିଓ ଚାହିଦା କମ୍‌ ରହିଛି ଏବଂ ହୋଲ୍‌ସେଲ ପ୍ରାଇସ୍‌ ସବୁ ସର୍ବାଧିକରେ ପହଞ୍ଚିଛିି। ୧୯୯୨ ପରଠାରୁ ଏହା ସବୁଠୁ ବେଶି। ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୦୦ଟଙ୍କା ଏବଂ ଡିଜେଲ ତା’ପାଖାପାଖି ହୋଇଛି। ବର୍ଷ ଶେଷ ସୁଦ୍ଧା ଅଶୋଧିତ୍ତ ତୈଳ ଦର ପୁଣି ୨୦% ବୃଦ୍ଧି ପାଇବାର ସମ୍ଭାବନା ଅଛି। ୨୦୧୪ରେ ରପ୍ତାନି ଯେଉଁ ସ୍ତରରେ ରହିଥିଲା ଏବେ ସେଇଠି ଅଛି। ମୋଦିଙ୍କ ନେତୃତ୍ୱରେ ୭ ବର୍ଷ ମଧ୍ୟରେ ଭାରତର କୌଣସି ଅଭିବୃଦ୍ଧି ଘଟିନାହିଁ, ବରଂ ଏହି ସମୟ ମଧ୍ୟରେ ବାଂଲାଦେଶ, ଭିଏଟ୍‌ନାମର ଅଭିବୃଦ୍ଧି ହୋଇଛି ଏବଂ ଚାଇନା ବିଶ୍ୱରେ ତା’ ଅଂଶ କବ୍‌ଜା କରି ରଖିତ୍ଛି।
ମେ’ରୁ ନଭେମ୍ବର ଯାଏ ୮୦ କୋଟି ଭାରତୀୟଙ୍କୁ ମାଗଣାରେ ମାସକୁ ଜଣଙ୍କ ପିଛା ୫ କେ.ଜି.ଗହମ କିମ୍ବା ଚାଉଳ ଓ ୧ କେ.ଜି.ଡାଲି ଯୋଗାଇ ଦିଆଯାଉଛି। ମେ’ରେ ୧୬ ଲକ୍ଷ ଟନ୍‌ ଗହମ ଏବଂ ୧୫ ଲକ୍ଷ ଟନ୍‌ ଚାଉଳ ବଣ୍ଟାଗଲା। ଏହା ଏବେ ଭାରତର ଦାରିଦ୍ର୍ୟ ଅବସ୍ଥା ସମ୍ପର୍କରେ ନିଶ୍ଚିତ ଭାବେ ବହୁତ କିଛି ଜଣାଇଦେବ। ମୋଦି ୨୦୧୪ରେ କ୍ଷମତାକୁ ଆସିଲା ବେଳେ କହିଥିଲେ ଯେ ଏମ୍‌ଜିଏନ୍‌ଆର୍‌ଇଜିଏ ମନମୋହନ ସରକାରଙ୍କ ବିଫଳତାର ଏକ ସ୍ମାରକୀ। ସେ ଲୋକଙ୍କୁ ପ୍ରକୃତ କାମ ଯୋଗାଇଦେବେ, କିନ୍ତୁ ଏମ୍‌ଜିଏନ୍‌ଆର୍‌ଇଜିଏ କାମ ନୁହେଁ। ହେଲେ ଗତ ବର୍ଷ ଏମ୍‌ଜିଏନ୍‌ଆର୍‌ଇଜିଏ ଆକାର ୩ଗୁଣ ରହିଥିଲା। କାରଣ କୋଟି କୋଟି ଲୋକ ରୋଜଗାର ହରାଇ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏମାନେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏ ଓ ମାଗଣା ଖାଦ୍ୟଶସ୍ୟ ଉପରେ ନିର୍ଭରଶୀଳ। ଯେଉଁଥିପାଇଁ ଗତ ସପ୍ତାହରେ ଗୁଜରାଟ ସରକାର କହିଥିଲେ ଯେ, ଏମ୍‌ଜିଏନ୍‌ଆର୍‌ଇଜିଏ ହିଁ ବାସ୍ତବରେ ଜୀବନରକ୍ଷକ। ଲଦାଖରେ ଭାରତ ଚାଇନା ମୁହଁାମୁହିଁ ହେବା ବର୍ଷେ ହୋଇଗଲାଣି। ଭାରତ ସେଠାରେ ସ୍ଥାୟୀ ଭାବେ ହଜାର ହଜାର ସୈନ୍ୟଙ୍କୁ ମୁତୟନ କରିଛି। ଏଭଳି ସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ତଳ ସ୍ତରକୁ ଯାଉଛି ଏବଂ ଏବେ ସାମୂହିକ ମତଭେଦ ବଦଳରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ କେବଳ ଏରିୟା କମାଣ୍ଡରମାନେ ଆଲୋଚନା କରିବେ ବୋଲି ଚାଇନା ଆମକୁ କହିଛି। ଦୀପସଙ୍ଗ୍‌ରେ ଏଯାବତ ଆମ ସୈନ୍ୟମାନେ ପାଟ୍ରୋଲିଂ କରିପାରୁନାହାନ୍ତି। ପରିସ୍ଥିତିକୁ ସରକାର ସ୍ବୀକାର କରିନାହାନ୍ତି କି ଲଦାଖରେ ସଙ୍କଟ ଉପୁଜିବା ପରଠାରୁ ଗୋଟିଏ ହେଲେ ବି ପ୍ରେସ୍‌ ବିବୃତି ରଖିତ୍ନାହାନ୍ତି। ମନେକରାଯାଉଥିଲା ଭାରତ ବିଶ୍ୱର ଟିକା ଗୁରୁ ଓ ଟିକା ଫ୍ୟାକ୍ଟ୍ରି ହେବ, କିନ୍ତୁ ଏହା ପରିବର୍ତ୍ତେ ଅଗ୍ରିମ ଦେୟ ପଇଠ କରିଥିବା ଦେଶଗୁଡ଼ିକୁ ଏହାର ଉପତ୍ାଦିତ ଟିକା ଯୋଗାଣକୁ ବନ୍ଦ କରି ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମକୁ ଧ୍ୱଂସ କରିଦେଇଛି। ଭାରତ ଜନସଂଖ୍ୟାର ମାତ୍ର ୩%ଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିପାରିଥିବା ବେଳେ ବିଶ୍ୱରେ ଏହା ହାରାହାରି ୯%। କାହିଁକି ଏପରି ହୋଇଛି ସରକାର ପ୍ରକାଶ କରୁନାହାନ୍ତି। ରାଜ୍ୟଗୁଡ଼ିକର ପ୍ରଦତ୍ତ କୋଭିଡ୍‌ ମୃତକଙ୍କ ସଂଖ୍ୟାଠାରୁ ପ୍ରତିଦିନ ଅଧିକ ୪ରୁ ୧୦ ଗୁଣ ମଧ୍ୟରେ ମୃତ୍ୟୁ ସଂଖ୍ୟାର ରିପୋର୍ଟ ସାମ୍ନାକୁ ଆସୁଛି। ସଂକ୍ରମିତ ଏବଂ ମୃତ୍ୟୁର ବାସ୍ତବ ସଂଖ୍ୟା ପାଇବା ଲାଗି ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।
ଚଳିତ ମାସରେ ଇଂଲଣ୍ଡରେ ଅନୁଷ୍ଠିତ ଜି୭ ବୈଠକରେ ପ୍ରଧାନମନ୍ତ୍ରୀ ଓପନ ସୋସାଇଟିଜ୍‌ ଷ୍ଟେଟ୍‌ମେଣ୍ଟରେ ସ୍ବାକ୍ଷର କରି ଭାରତ ମାନବାଧିକାର ଏବଂ ନାଗରିକ ସ୍ବତନ୍ତ୍ରତା ସୁରକ୍ଷା ଉପରେ କାର୍ଯ୍ୟ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାକୁ ସଂକଳ୍ପ ନେଇଥିଲେ। କିନ୍ତୁ ଏହା ଉପରେ ଏଠି ଯିଏ ସ୍ବର ଉଠାଇଛିି ସେ ଅନ୍‌ଲ’ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ ଆକ୍ଟ(ୟୁଏପିିଏ)ରେ ଗିରଫ ହୋଇ ଜେଲରେ ରହିଛି। ଦିଲ୍ଲୀ ସୀମାରେ ଜାତୀୟ ରାଜପଥ କଡ଼ରେ ହଜାର ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନଗୁଡ଼ିକୁ ସ୍ଥଗିତ ରଖାଯାଇଛି, କିନ୍ତୁ ପ୍ରତ୍ୟାହାର କରାଯାଇନାହିଁ। କାହିଁକି? ସୁପ୍ରିମ୍‌କୋର୍ଟ ଉକ୍ତ ଆଇନଗୁଡ଼ିକୁ ସ୍ଥଗିତ ରଖିତ୍ବାର ୬ ମାସ ପରେ ବି ମୋଦି ଏହି ଆଇନଗୁଡ଼ିକ ସମ୍ପର୍କରେ କିଛି କହିନାହାନ୍ତି। ଆପଣ ମୋଦିଙ୍କ ସମର୍ଥକ କିମ୍ବା ବିରୋଧୀ ଅବା ନିରପେକ୍ଷ ବ୍ୟକ୍ତି ହୋଇଥାଆନ୍ତୁ,ଦେଶର ସ୍ଥିତିକୁ ଦେଖିଲେ ଜାଣିପାରିବେ ଯେ ସରକାର ଭଲ ଖବର ସାମ୍ନାକୁ ଆଣୁନାହାନ୍ତି। ଏଥିପାଇଁ ଆଶାବାଦୀ ହେବା ବି ଜଟିଳ ହୋଇପଡ଼ିଛି।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ

ଡ.ମୌସୁମୀ ପରିଡ଼ା ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ...

ଏଇ ଭାରତରେ

ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍‌ ଜୋଷୀ ଏବେ ଅବସର ସମୟକୁ କୋଭିଡ୍‌ ରୋଗୀଙ୍କ...

ଟେକ୍‌ ରିପୋର୍ଟର

କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...

ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

ସହନଶୀଳତା ଆବଶ୍ୟକ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ...

ବଡ଼ ଝଟକା

ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍‌ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପେନ୍‌ ପିଣ୍ଟର ବିଜେତା
Next Post Next post:
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts