ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ନୁଶ୍‌ରତ୍‌: ବ୍ୟାଙ୍କ୍‌ରୁ ନେଇଯାଇଛନ୍ତି ମୋ ଟଙ୍କା, ପୈତୃକ ଅଳଙ୍କାର

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏପରିକି ଦାବି ହେଉଛି ଯେ, ନୁଶ୍‌ରତ୍‌ ଏବଂ ନିଖିଲଙ୍କ ବିବାହ ମଧ୍ୟ ଭାଙ୍ଗିବା ପର୍ଯ୍ୟାୟରେ ଅଛି। ଏବେ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି। ଏବେ ଏନେଇ ମୁହଁ ଖୋଲିଛନ୍ତି ନୁଶରତ୍‌। ସେ କହିଛନ୍ତି ଯେ, ସେ ଏବଂ ନିଖିଲ ତୁର୍କୀ ନିୟମ ଅନୁଯାୟୀ ବିବାହ କରିଥିଲେ ଏବଂ ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ଆମର ଅଲଗା ହେବା ବହୁ ପୂର୍ବରୁ ଘଟିଥିଲା, କିନ୍ତୁ ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ମୁଁ ଏହା ବିଷୟରେ କଥାବାର୍ତ୍ତା କରି ନ ଥିଲି। ଯେଉଁ ବିବାହ ବିଷୟରେ ଆଲୋଚନା ହେଉଛି ତାହା ବୈଧ ନୁହେଁ ଏବଂ ତେଣୁ ଏହା ଆଇନ ଦୃଷ୍ଟିରେ ଏକ ବିବାହ ନୁହେଁ। ତେଣୁ ଛାଡପତ୍ର ପ୍ରଶ୍ନ କେଉଁଠି ଉଠୁଛି।
ଏକ ବିବୃତ୍ତିରେ ନୁଶରତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ନିଜେ ତାଙ୍କ ପରିବାରର ଖର୍ଚ୍ଚ କିମ୍ବା ଭଉଣୀର ଶିକ୍ଷା ଖର୍ଚ୍ଚ ପରି ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି ଏବଂ ଏଥିପାଇଁ ସେ କାହାଠାରୁ ଟଙ୍କା ନେଉନାହାଁନ୍ତି। କିଛି ଖବରରେ ଦାବି କରାଯାଇଥିଲା ଯେ ନୁଶରତ ତାଙ୍କ ସ୍ବାମୀ ନିଖିଲଙ୍କଠାରୁ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ନେଉଛନ୍ତି। ନୁଶରତ ଆହୁରି ଲେଖିଛନ୍ତି, ଯିଏ ନିଜକୁ ଧନୀ ବୋଲି କହୁଛି ଏବଂ ମୁଁ ତାଙ୍କୁ ବ୍ୟବହାର କରିଛି, ସେ ଆମ ଅଲଗା ହେବା ପରେ ରାତି ଅଧରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ସହ ମୋ ପୈତୃକ ଅଳଙ୍କାର ନେଇ ଯାଇଛନ୍ତି। ମୁଁ ଏହି ସୂଚନା ବ୍ୟାଙ୍କକୁ ଦେଇଛି ଏବଂ ଶୀଘ୍ର ପୋଲିସରେ ଅଭିଯୋଗ ଦାଖଲ କରିବି।
ଗତ ୬ ମାସ ହେବ ନୁଶ୍‌ରତ୍‌ ସ୍ବାମୀଙ୍କ ସହ ରହୁନାହାନ୍ତି। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍‌ରତ୍‌ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍‌ରତ୍‌ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍‌ରତ୍‌ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.