ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଏନେଇ ଅବଗତ କରାଯିବା ସହ ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମଧ୍ୟ ଲିଖିତ ଭାବେ ଜଣାଯାଇଛି। ମିଲ୍କୁ ବନ୍ଦ କରା ନ ଗଲେ ଜାତୀୟ ରାଜପଥକୁ ବନ୍ଦ କରାଯିବ ବୋଲି ଶାନ୍ତିସ୍ବରୂପ ସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଂଶୁପ୍ରକାଶ ସ, ରଞ୍ଜୁକ୍ତା ମହାପାତ୍ର, ଶକୁନ୍ତଳା ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।
କୁରୁଡ଼ାରେ ଥିବା ଏସ୍ଏସ୍ ଆଗ୍ରୋ ପ୍ରାଇଭେଟ୍ ଲିମିଟେଡ୍ ରାଇସ୍ମିଲ୍ରୁ ବାହାରୁଥିବା ବିଷାକ୍ତ ପ୍ରଦୂଷଣଯୁକ୍ତ ଅପରିଷ୍କାର ଜଳ, ପାଉଁଶକୁ ପ୍ରଦୂଷଣ ଆଇନ୍କୁ ଉଲ୍ଲଂଘନ କରି ସରକାରୀ ଜମିକୁ ଦୀର୍ଘ ଦିନ ଧରି ଛାଡିଆସୁଛି। ଫଳରେ ଗୋଚାରଣ ଭୂମିକୁ ନଷ୍ଟ କରିବା ସହ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ପ୍ରଭାବିତ କରୁଛି। ଏପରିକି କାରଖାନାରେ ଚାଉଳ ପରିଷ୍କାର କଲାବେଳେ ବାହାରୁଥିବା ତଷୁ ଉଡ଼ି ୧୬ନଂ. ଜାତୀୟ ରାଜପଥରେ ଯାଉଥିବା ମୋଟରସାଇକେଲ ଓ ସାଇକେଲ ଯାତ୍ରୀମାନଙ୍କ ଆଖିରେ ପଡ଼ି ଅନେକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନେଇ କୁରୁଡ଼ା ଓ ସରସ୍ବତୀପୁର ଅଞ୍ଚଳ ଅଧିବାସୀ ଗତ ୨୦୧୨ ନଭେମ୍ବର ୭ ତାରିଖଠାରୁ ଅଦ୍ୟାବଧି ସ୍ଥାନୀୟ ଓ ଜିଲା ପ୍ରଶାସନଙ୍କୁ ବିଭିନ୍ନ ସମୟରେ ଲିଖିତ ଜଣାଇଆସୁଛନ୍ତି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଅଞ୍ଚଳବାସୀ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।
୨୩ରୁ ପୁରୀରେ ୧୪୪
ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...
ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ
ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
ନୂଆ ବିପିଏଲ୍ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା
କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଥିଲା।...
ପେଟ୍ରୋଲ ୨୫, ଡିଜେଲ ୨୮ ପଇସା ବଢ଼ିଲା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
ମାଷ୍ଟରକ୍ୟାଣ୍ଟିନ୍ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...
ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...


