ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ବୁଧବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। କରୋନା ଭଳି ସମୟରେ ଔଷଧ ଦୋକାନର କର୍ମଚାରୀମାନେ କୌଣସି ବାଧାବିଘ୍ନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇଛନ୍ତି। ଲକ୍ଡାଉନ୍ ବା ଶଟ୍ଡାଉନ ସବୁ ସମୟରେ ସେମାନେ ଔଷଧ ବିତରଣରେ କୌଣସି ହେଳା କରିନାହାନ୍ତି। ତେଣୁ ସେମାନଙ୍କ କାର୍ଯ୍ୟ ଓ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଔଷଧ ଦୋକାନର କର୍ମଚାରୀଙ୍କୁ ଟିକାକରଣରେ ପ୍ରାଧାନ୍ୟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀମାନେ ୪୫ ଓ ଊଦ୍ଧର୍ବ ବର୍ଷର ହୋଇଥିବେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକା ଏବଂ ଯେଉଁମାନେ ୧୮ରୁ ୪୪ବର୍ଷ ମଧ୍ୟରେ ଥିବେ ସେମାନଙ୍କୁ ରାଜ୍ୟ ସରକାର କିଣିଥିବା ଟିକାକୁ ଦେବା ପାଇଁ ଚିଠିରେ ଦର୍ଶାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
‘ଟିକା ନ ନେଲେ ଭାରତ ଯାଅ’
ମାନିଲା, ୨୪।୬: ଯେଉଁମାନେ କୋଭିଡ୍ ଟିକା ନେବାକୁ ଅନିଚ୍ଛୁକ ସେମାନଙ୍କୁ ଗିରଫ କରାଯିବ ବୋଲି ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି।...
ରାଜଧାନୀରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ
ଭୁବନେଶ୍ୱର,୧୯।୬(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟରେ ବେଧଡ଼କ ଚାଲିଛି ନିଶା କାରବାର। ବିଶେଷକରି ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଛି। କିଛି ଦିନର...
ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ
ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...
ଭୟ କରନାହିଁ , ଭାକ୍ସିନ୍ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…
ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍...
ଧରାପଡ଼ିଲା ଗୁଗୁଲ୍ ପେ’ରେ ଲୁଟୁଥିବା ଲୁଟେରା
ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ
ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ...
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପାସ ହାର ରହିଛି ୯୭.୮୯%; ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ମାର୍କ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। କରୋନା ଯୋଗୁ ପରୀକ୍ଷା ହୋଇପାରି ନ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ...


