ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି ଅନୁମତି ମିଳିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ମଙ୍ଗଳବାର ଏହା ଜଣାପଡ଼ିଛି। ଆୟୋଜକ ଦେଶର କଠୋର କ୍ୱାରାଣ୍ଟାଇନ୍ ନିୟମ ଦୃଷ୍ଟିରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବିସିସିଆଇର କୌଣସି ଅଫିସିଆଲ ଉପସ୍ଥିତ ରହିପାରିନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥାମ୍ପଟନରେ ହେବ। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ମଧ୍ୟ ଅନୁମତି ମିଳିବନାହିଁ। ସାଧାରଣତଃ ଟେଷ୍ଟ ମ୍ୟାଚ ପୂର୍ବରୁ ଯଦି କୌଣସି ପ୍ରଶାସକ ଯାଆନ୍ତି ସେ ଖେଳାଳି ହୋଇ ନ ଥିବାରୁ ତାଙ୍କୁ ୧୦ ଦିନ କଠୋର କ୍ୱାରାଣ୍ଟାଇନରେ ରହିବାକୁ ହୋଇଥାଏ। ଟିମ୍ ପାଇଁ ରହିଥିବା ନିୟମ ସଭାପତି ଓ ସମ୍ପାଦକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ବିସିସିଆଇ ଅଫିସିଆଲ ଜଣକ କହିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳ ଲଣ୍ଡନ ବାଟ ଦେଇ ସାଉଥାମ୍ପଟନ ଯିବ। ମହିଳା ଦଳ ଜୁନ୍ ୧୬ରୁ ୧୯ ବ୍ରିଷ୍ଟଲଠାରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାପୂର୍ବରୁ ସେମାନଙ୍କୁ ପୁରୁଷ ଦଳ ସହ ସାଉଥାମ୍ପଟନସ୍ଥିତ ହୋଟେଲ ହିଲ୍ଟନରେ କଠିନ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। କ୍ୱାରାଣ୍ଟାଇନ ପିରିୟଡ ଶେଷ ହେବା ପରେ ମହିଳା ଦଳ ବ୍ରଷ୍ଟେଲ ଗସ୍ତ କରିବ। ଉଭୟ ଭାରତୀୟ ଦଳ ଭାରତରେ (ନିଜ ଘରେ ଓ ହୋଟେଲରେ) ୧୪ ଦିନ କ୍ୱାରାଣ୍ଟାଇନରେ ରହିଛନ୍ତି। ସେମାନଙ୍କର ୬ଥର ଆରଟି-ପିସିଆର୍ ନେଗେଟିଭ ଟେଷ୍ଟ ହୋଇଛି। ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଲଣ୍ଡନ ଯାତ୍ରା କରିବେ। ସେଠାରେ ସେମାନେ ହୋଟେଲ ରୁମ୍ରେ ୩ ଦିନ କଠିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଜିମ୍ନାସିୟମ ବ୍ୟବହାର କରିପାରିବେ ଏବଂ ନେଟ୍ ଟ୍ରେନିଂ କରିପାରିବେ। ୨୪ଜଣିଆ ପୁରୁଷ ଦଳ ଦୁଇ ଭାଗରେ ବିଭକ୍ତ ହୋଇ ୩ ଦିନିଆ ପ୍ରାକ୍ଟିସ ମ୍ୟାଚ ଖେଳିବେ।
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ସଫଳତମ ବୋଲର ଅଶ୍ୱିନ
ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି
ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...
ଫାଇନାଲ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ; ମିଳିଲା ନାହିଁ ଶାର୍ଦ୍ଦୁଳଙ୍କୁ ସ୍ଥାନ
ସାଉଥାମ୍ପଟନ,୧୫।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ମଙ୍ଗଳବାର ଘୋଷିତ ୧୫ ଜଣିଆ ଭାରତୀୟ...
ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍ କରିବା ପାଇଁ ସୋନୁ ସୁଦ୍ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ର ଫଶଇନାଲ୍ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ...
୮୪ ବଲ୍ରେ ଫାଇନାଲ୍ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...


