ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି ଅନୁମତି ମିଳିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ମଙ୍ଗଳବାର ଏହା ଜଣାପଡ଼ିଛି। ଆୟୋଜକ ଦେଶର କଠୋର କ୍ୱାରାଣ୍ଟାଇନ୍ ନିୟମ ଦୃଷ୍ଟିରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବିସିସିଆଇର କୌଣସି ଅଫିସିଆଲ ଉପସ୍ଥିତ ରହିପାରିନାହାନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥାମ୍ପଟନରେ ହେବ। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ମଧ୍ୟ ଅନୁମତି ମିଳିବନାହିଁ। ସାଧାରଣତଃ ଟେଷ୍ଟ ମ୍ୟାଚ ପୂର୍ବରୁ ଯଦି କୌଣସି ପ୍ରଶାସକ ଯାଆନ୍ତି ସେ ଖେଳାଳି ହୋଇ ନ ଥିବାରୁ ତାଙ୍କୁ ୧୦ ଦିନ କଠୋର କ୍ୱାରାଣ୍ଟାଇନରେ ରହିବାକୁ ହୋଇଥାଏ। ଟିମ୍ ପାଇଁ ରହିଥିବା ନିୟମ ସଭାପତି ଓ ସମ୍ପାଦକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ବିସିସିଆଇ ଅଫିସିଆଲ ଜଣକ କହିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଦଳ ଲଣ୍ଡନ ବାଟ ଦେଇ ସାଉଥାମ୍ପଟନ ଯିବ। ମହିଳା ଦଳ ଜୁନ୍ ୧୬ରୁ ୧୯ ବ୍ରିଷ୍ଟଲଠାରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାପୂର୍ବରୁ ସେମାନଙ୍କୁ ପୁରୁଷ ଦଳ ସହ ସାଉଥାମ୍ପଟନସ୍ଥିତ ହୋଟେଲ ହିଲ୍ଟନରେ କଠିନ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। କ୍ୱାରାଣ୍ଟାଇନ ପିରିୟଡ ଶେଷ ହେବା ପରେ ମହିଳା ଦଳ ବ୍ରଷ୍ଟେଲ ଗସ୍ତ କରିବ। ଉଭୟ ଭାରତୀୟ ଦଳ ଭାରତରେ (ନିଜ ଘରେ ଓ ହୋଟେଲରେ) ୧୪ ଦିନ କ୍ୱାରାଣ୍ଟାଇନରେ ରହିଛନ୍ତି। ସେମାନଙ୍କର ୬ଥର ଆରଟି-ପିସିଆର୍ ନେଗେଟିଭ ଟେଷ୍ଟ ହୋଇଛି। ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଲଣ୍ଡନ ଯାତ୍ରା କରିବେ। ସେଠାରେ ସେମାନେ ହୋଟେଲ ରୁମ୍ରେ ୩ ଦିନ କଠିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଜିମ୍ନାସିୟମ ବ୍ୟବହାର କରିପାରିବେ ଏବଂ ନେଟ୍ ଟ୍ରେନିଂ କରିପାରିବେ। ୨୪ଜଣିଆ ପୁରୁଷ ଦଳ ଦୁଇ ଭାଗରେ ବିଭକ୍ତ ହୋଇ ୩ ଦିନିଆ ପ୍ରାକ୍ଟିସ ମ୍ୟାଚ ଖେଳିବେ।
ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…
ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ଅନେକ...
ଫ୍ରେଞ୍ଚ୍ ଓପନରୁ ଓହରିଲେ ଫେଡରର
ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...
ଭୁଟାନରେ ହଜି ଯାଇଥିଲେ ବିରାଟ, ଡରି ଯାଇଥିଲେ ଅନୁଷ୍କା; କିଛି ଏଭଳି…
ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।...
ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି
ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...
ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ: ଅଷ୍ଟ୍ରେଲିଆ, ଜାପାନ, ଚାଇନା ବିଜୟୀ
ସିଓଲ,୧୭।୬: ୨୦୨୨ ଫିଫା ବିଶ୍ୱକପ୍ର ତୃତୀୟ ରାଉଣ୍ଡ କ୍ୱାଲିଫାଇଂରେ ଚାଇନା କର ବା ମର ସ୍ଥିତିର ସମ୍ମୁଖୀନ ହୋଇଥିଲା। ତେବେ ଚାଇନା ୩-୧ ଗୋଲରେ ସିରିଆକୁ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ରୋନାଲ୍ଡୋଙ୍କ ରେକର୍ଡ: ପର୍ତ୍ତୁଗାଲର ଦମ୍ଦାର ବିଜୟ
ବୁଦାପେଷ୍ଟ,୧୭।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...


