E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ମହାମାରୀରେ ସକାରାତ୍ମକ ମନୋଭାବ
7:11 amJune 24, 2021

ବାଦଲ ଭୂୟଁା

କରୋନା କାଳରେ ଅନେକ ପ୍ରକାର ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ ଅଛନ୍ତି। ଅନେକ ସମୟରେ ଏହି ଭୟ, ଦୁଶ୍ଚିନ୍ତା ଓ ନକାରାତ୍ମକ ଚିନ୍ତା ହିଁ ମଣିଷ ପାଇଁ ଘାତକ ସାବ୍ୟସ୍ତ ହେଉଛି। ତେଣୁ ରୋଗୀ ହୁଅନ୍ତୁ କି ସୁସ୍ଥ ମଣିଷ କରୋନା କାଳରେ ସମସ୍ତେ ନିଜ ଭିତରେ ସକାରାତ୍ମକ ଭାବନା ଉଦ୍ରେକ କରିବା ଜରୁରୀ। ସକାରାତ୍ମକ ଭାବନା ମନକୁ ଆପେ ଆସେ ନାହିଁ। ଏଥିପାଇଁ କିଛି ଭଲ କାମ କରିବାକୁ ହୁଏ, ଭଲ କଥା ପଢ଼ିବାକୁ ହୁଏ, ଭଲ ବିଷୟ ଦେଖିବାକୁ ହୁଏ। ତେଣୁ କରୋନା କାଳରେ ନିଜକୁ ସୁସ୍ଥ ଓ ସକାରାତ୍ମକ ରଖିବା ପାଇଁ ଆସନ୍ତୁ କିଛି ଆଲୋଚନା କରିବା।
ପ୍ରଥମ କଥା ନିଜେ ସତର୍କ ରହନ୍ତୁ। ପରିବାର ଓ ଆଖପାଖର ଲୋକଙ୍କୁ ବି ସତର୍କ କରାନ୍ତୁ। ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମୟ ସମୟରେ ଜାରି ସତର୍କତା ସୂଚକ ସମସ୍ତ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ। ଏହାଦ୍ୱାରା ନିଜକୁ ସଂକ୍ରମିତ ହେବାରୁ ଅନେକ ମାତ୍ରାରେ ରକ୍ଷା କରିପାରିବେ। ସୁସ୍ଥ ଓ ନିରାପଦ ରହିଲେ ସକାରାତ୍ମକତା ବଢ଼ିବ। କରୋନା ସମୟରେ ବାହାରକୁ ଯିବା କମିଛି। ଏଥିସହ ଘରେ ଅଧିକ ସମୟ ମିଳୁଛି। ଏହି ସମୟର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ଭଲ ଭାବରେ ନିଜ ସମୟର ଉପଯୋଗ କରିବା, ଆମ ମନରେ ସେତେ ସକାରାତ୍ମକ ଚିନ୍ତା ଓ ଚେତନା ବୃଦ୍ଧି ପାଇବ। ପ୍ରାଣାୟାମ, ବ୍ୟାୟାମ ପାଇଁ ପ୍ରତିଦିନ କିଛି ସମୟ ଦେବା ଜରୁରୀ। ପକରୋନା କାଳରେ ସମସ୍ତେ ପ୍ରତ୍ୟହ ଖବରକାଗଜ ପଢ଼ିବା ଦରକାର। ଏହାଦ୍ୱାରା ଆମେ ନିଜ ଆଖପାଖରୁ ନେଇ ଦେଶ ଦୁନିଆର ଖବର ଜାଣିବା ସହ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବା। ଖବରକାଗଜ ଆମକୁ ଦୈନନ୍ଦିନ ଖବର ସହ ଖେଳ, ସାହିତ୍ୟ, ବିଜ୍ଞାନ, ମନୋରଞ୍ଜନ ଆଦି ସବୁ କ୍ଷେତ୍ରରେ ଖବର ଆଣି ନିଜ ଘରେ ଯୋଗାଇ ଦେଇଥାଏ। ଏହା ମନକୁ ସତେଜ ରଖିବାରେ ସହାୟକ ହୁଏ। ଏହାଛଡ଼ା ଅଧିକରୁ ଅଧିକ ଭଲ ବହି ପଢ଼ି ନିଜ ଜ୍ଞାନ ବୃଦ୍ଧି କରିପାରିବା। କରୋନା କାଳରେ ପୁଷ୍ଟିକର ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ। କେଉଁ ଖାଦ୍ୟ ପୁଷ୍ଟିକର ଓ ସ୍ବାସ୍ଥ୍ୟ ପାଇଁ ଭଲ ସେ ସମ୍ପର୍କରେ ଆମେ ସମସ୍ତେ ଊଣାଅଧିକେ ଅବଗତ। ତେଣୁ ଫଳ, ସତେଜ ପନିପରିବା, ଶାଗ, କ୍ଷୀର, ଦହି ଆଦି ଅଧିକ ପରିମାଣରେ ଖାଇବା ଉଚିତ।
ମହିଳା ହୁଅନ୍ତୁ କି ପୁରୁଷ କରୋନା ସମୟରେ ଅନେକ ଲୋକ ଘରେ ରହି ନିଜ ରୋଷେଇ କରିବା ସଉକକୁ ପୂରା କରୁଛନ୍ତି। ତାହା ଖୁବ୍‌ ଭଲ ଅଭ୍ୟାସ। ଏହାଦ୍ୱାରା ସ୍ବାଦିଷ୍ଟ ଘର ତିଆରି ଖାଦ୍ୟ ଖାଇବାକୁ ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହେ। ଆମେ ନିଜ ସାମର୍ଥ୍ୟ ଅନୁଯାୟୀ ଆଖପାଖର ଗରିବ, ଅସହାୟ ଲୋକଙ୍କୁ ଖାଦ୍ୟ, ପୋଷାକ ଆଦି ଦେଇପାରିବା। ଆମ ପାଇଁ କାମ କରୁଥିବା ଘରୋଇ ସହାୟକ, ମାଳୀ, କ୍ଷୀରବାଲା, ଖବରକାଗଜ ହକର, ସ୍କୁଲ ଭ୍ୟାନ ଚାଳକ ବା ଅନ୍ୟ କାହାର ଯଦି ସ୍ବାସ୍ଥ୍ୟଗତ ବା ଅନ୍ୟ କୌଣସି କାରଣରୁ କିଛି ଆର୍ଥିକ ଆବଶ୍ୟକତା ପଡ଼ିଲା ତା’ହେଲେ ଶକ୍ତି ଅନୁଯାୟୀ ସହାୟତା କରିପାରିବା।
ଆମ ଆଖପାଖରେ ବ୍ୟବସାୟ କରି ପେଟ ପୋଷୁଥିବା ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳିଙ୍କୁ ସହାୟତା କରିବା ଆମର ଦାୟିତ୍ୱ। କରୋନା ସମୟରେ ସେମାନେ ବି ଆର୍ଥିକ ଦୃଷ୍ଟିରୁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗୋଟିଏ ପଟେ ସେମାନଙ୍କ ବିକ୍ରି ହ୍ରାସ ପାଇଥିଲା ବେଳେ ଦରଦାମ ଆକାଶଛୁଅଁା ହୋଇଛି। ତେଣୁ ସେମାନେ କେମିତି ନିଜ ପରିବାରକୁ ତିନିଓଳି ଖାଇବାକୁ ଦେଇପାରିବେ ସେ କଥା ଆମେ ଚିନ୍ତା କରିବା ଦରକାର। ଆମ ବଳକା ସମୟର ସିଂହଭାଗ ମୋବାଇଲ ଫୋନକୁ ଯାଉଛି ଏହା କେହି ଅସ୍ବୀକାର କରିପାରିବେ ନାହିଁ। ମୋବାଇଲ ନିଶାରୁ ଯେ ଯେତିକି ଦୂରରେ ରହିବ ସେ ଅନ୍ୟ ଭଲ କାର୍ଯ୍ୟ କରିବାକୁ ସେତେ ଅଧିକ ସମୟ ପାଇବ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଲୁକ୍କାୟିତ ପ୍ରତିଭା ରହିଛି, ଯାହା ଆମେ କାମର ଚାପରେ ଏକ ପ୍ରକାର ପାସୋରି ଦେଇଛୁ। ଏହାକୁ ପୁନଃ ଆବିଷ୍କାର କରିବାର ଉପଯୁକ୍ତ ସୁଯୋଗ ଆଣି ଦେଇଛି କରୋନା। କିଏ ଭଲ କବିତା ଲେଖେ ତ କିଏ ଚିତ୍ର ଆଙ୍କେ। କିଏ ଭଲ ରୋଷେଇ କରେ ତ କିଏ ପୁଣି ନାଚ, ଗୀତ, ବାଦ୍ୟ ଓ ଅଭିନୟ ଆଦିରେ ରୁଚି ରଖେ। କାହାର ପସନ୍ଦ ଚେସ ଖେଳ ତ କିଏ ବହି ପଢ଼ିବାକୁ ଭଲ ପାଏ। ନିଜ ପିଲାଙ୍କ ସହ ପିଲା ହୋଇ ଖେଳିବାକୁ ତ ସମସ୍ତଙ୍କୁ ଭଲ ଲାଗେ। ମୋବାଇଲ ଫୋନ୍‌ରୁ ଦୂରରେ ରହି କିଛି ସମୟ ଏଥିପାଇଁ ଦେଲେ ଅସୁବିଧା କ’ଣ?
୪ଜି ପ୍ରତାପ ଆପାର୍ଟମେଣ୍ଟ,
୭ ଏକ୍ସଟେନସନ ରୋଡ୍‌, ପୁରୁଣା ସୋନାରୀ, ଜାମସେଦପୁର,
ମୋ:୭୪୮୮୯୯୮୫୩୨


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...

ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା...

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...

କଥା ବିକ୍ରି

ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...

ଘୋର ଅବ୍ୟବସ୍ଥା

ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଇ ଭାରତରେ
Next Post Next post:
ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts