ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଲକ୍‌ଡାଉନ୍‌ ସମୟରେ ବିବାହ କରିଛନ୍ତି। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତ୍ରୀ ପ୍ରଣିଥା ସୁଭାଷ। ପ୍ରଣିଥା ବିବାହ ଫଟୋ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ସେ ବ୍ୟବସାୟୀ ନିତିନ ରାଜୁଙ୍କୁ ବିବାହ କରିଛନ୍ତି। ମେ ୩୦ରେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ମଧ୍ୟରେ ଦୁହେଁ ସାତ ଫେରା ନେଇଥିଲେ।
ବେଙ୍ଗାଲୁରୁରେ ଏକ ଛୋଟ ସମାରୋହରେ ପ୍ରଣଥା ଏବଂ ନିତିନ ବିବାହ କରନ୍ତି। ଉଭୟ ନିଜ ବିବାହକୁ ବହୁ ଧୁମ୍‌ଧାମରେ କରିବାକୁ ଚାହୁଁଥିଲେ, କିନ୍ତୁ କରୋନାର ଦ୍ୱିତୀୟ ଲହର ହେତୁ ଏହି ବିବାହକୁ ଏକ ଛୋଟ ସମାରୋହରେ ଆୟୋଜନ କରିବାକୁ ପଡିଲା। ପ୍ରଣିଥା ଏବଂ ନିତିନଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ପ୍ରଣିଥା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ପୂର୍ବରୁ ଜଣାଇ ନ ଥିବାରୁ କ୍ଷମା ମାଗିଛନ୍ତି।
ପ୍ରଣିଥା ସୁଭାଷ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଜଣେ ସକ୍ରିୟ ଅଭିନେତ୍ରୀ। ସେ ୨୦୧୦ ମସିହାରେ କନ୍ନଡ ଚଳଚ୍ଚିତ୍ର ‘ପୋର୍କି’ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥି ସହିତ ପ୍ରଣିଥା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅଜୟ ଦେବଗନଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ଶିଳ୍ପା ଶେଟ୍ଟୀଙ୍କ ସହ ‘ହଙ୍ଗାମା ୨’ରେ ମଧ୍ୟ ନଜର ଆସିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.