ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍ର ପୋର୍ଟାଲ୍ରେ ଅରୋମିରା ଏଣ୍ଟରଟେନ୍ମେଣ୍ଟର ଭାଇରାଲ୍ ମ୍ୟୁଜିକ୍ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବସିତ ଏହି ମ୍ୟୁଜିକ୍ ଭିଡିଓର ଗୀତ ଗାଇଛନ୍ତି ଗାୟିକା ସୁସ୍ମିତା ଦାସ। ପ୍ରଥମଥର ଲାଗି ଓଡ଼ିଆ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୋର୍ଟାଲ୍ରେ ସ୍ଥାନ ପାଇଛି। ଏହି ମ୍ୟୁଜିକ୍ ଭିଡିଓର ବିଶ୍ୱସ୍ତରୀୟ ଗ୍ରହଣୀୟତା ଓଡ଼ିଆ କ୍ରିଏଟିଭ୍ ଜଗତ ପାଇଁ ଗୌରବ ଆଣିଛି। ଏଭଳି ସଫଳତା ପାଇଥିବା ‘ପୃଥିବୀ ମନ୍ଥନ’ ମ୍ୟୁଜିକ୍ ଭିଡିଓକୁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଅନ୍ୟ ରାଜ୍ୟର ବିଭିନ୍ନ ବିଭାଗ ପକ୍ଷରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏଭଳି ସମୟୋପଯୋଗୀ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଥିବାରୁ ସେମାନେ କ୍ରିଏଟିଭ୍ ଟିମ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ପୂର୍ବତନ ଡିଜି ଫରେଷ୍ଟ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଥିଲେ। ଶିବ ତାଣ୍ଡବ ସ୍ତ୍ରୋତ୍ରମ୍ ଉପରେ ଏହି ମ୍ୟୁଜିକ୍ ଭିଡିଓକୁ ପ୍ରସ୍ତୁତ କରାଯାଇଛି। ଶିବ କୁମାର ବିଲଗ୍ରାମ ଏହାର ଗୀତ ରଚନା କରିଥିବା ବେଳେ ଓମ୍ ପ୍ରକାଶ ମହାନ୍ତି ସଙ୍ଗୀତରେ ସଜାଇଥିଲେ। ଅଭିନେତ୍ରୀ ସୂର୍ଯ୍ୟମୟୀ ଏଥିରେ ଅଭିନୟ କରିଥିବାବେଳେ ଦେବ ମେହେର ନିର୍ଦ୍ଦେଶନା ଦେଇଛନ୍ତି। ଏହା ହେଉଛି ୨୦୨୧ରେ ଜାତିସଂଘ ସମର୍ଥିତ ପ୍ରଥମ ମ୍ୟୁଜିକ୍ ଭିିଡିଓ। ପ୍ରଦୂଷଣ ବିଷୟବସ୍ତୁ ଉପରେ ପ୍ରଥମ ଥର ଲାଗି ଏଭଳି ପ୍ରୟାସ କରାଯାଇଛି।
ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି
ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...
ନକଲି ଓଷଧ ବିକ୍ରି ମାମଲା: ପରିଚାଳନା ନିର୍ଦ୍ଦେଶକ ଶିବ ଜେନା ଗିରଫ
କଟକ ଅଫିସ,୨୫।୬: ନକଲି କରୋନା ଔଷଧ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗୁରୁବାର ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର
ମହାକାଳପଡ଼ା,୨୬।୬(ଡି.ଏନ୍.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...
ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ...
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...


