ବମ୍ବେ: ବିଭିନ୍ନ ଟେଲିଭିଜନ ଶୋ’ରେ ନଜର ଆସୁଥିବା ରାହୁଲ ମହାଜନ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବିଶେଷକରି ବ୍ୟକ୍ତିଗତ ଜୀବନ ତାଙ୍କର ଖବର ଶିରୋନାମା ପାଲଟିଥାଏ। ତେବେ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟତମ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ସେ। କିଛି ଦିନ ଏହା ଚର୍ଚ୍ଚାରେ ରହିଥିଲା। ସେବେଠାରୁ ଏବେ ପର୍ଯ୍ୟନ୍ତ ରାହୁଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଆସିଛି।
୨୦୦୬ରେ ସେ ଶ୍ୱେତା ସିଂହଙ୍କୁ ବିବାହ କରିଥିଲେ। ଦୀର୍ଘ ବର୍ଷ ଧରି ତାଙ୍କ ସହ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେ। ହେଲେ ଗୋଟିଏ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏପରିକି ସେ ସ୍ତ୍ରୀ ତାଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଥିଲେ। ୨୦୦୮ରେ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ଲାଗିଥିଲା।
ପ୍ରଥମ ବିବାହ ଭାଙ୍ଗିବା ପରେ ସ୍ବୟମ୍ବର କରି ବିବାହ ନିମନ୍ତେ ପାତ୍ରୀ ଖୋଜିଥିଲେ ରାହୁଲ। ରିଆଲିଟି ଶୋ’ରେ ବର ସାଜି ଡିମ୍ପି ଗାଙ୍ଗୁଲୀଙ୍କୁ ବିବାହ ମଧ୍ୟ କରିଥିଲେ ସେ। ହେଲେ ପ୍ରଥମ ସ୍ତ୍ରୀଙ୍କ ଭଳି ଡିମ୍ପି ମଧ୍ୟ ଘରୋଇ ହିଂସା ନେଇ ଅଭିଯୋଗ କରି ୨୦୧୫ରେ ରାହୁଲଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ଡିମ୍ପି ଅନ୍ୟତ୍ର ବିବାହ କରିସାରିଲେଣି।
ରାହୁଲ ଏବେ ରୁଷିୟ ମଡେଲ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ତୃତୀୟ ସ୍ତ୍ରୀ ଇଲିନା ରାହୁଲଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉଭୟଙ୍କ ମଧ୍ୟରେ ୧୮ ବର୍ଷର ତଫାତ ରହିଛି। ବିବାହ ବେଳେ ରାହୁଲ ୪୩ ବର୍ଷର ହୋଇଥିବା ବେଳେ ଇଲିନାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ। ଦେଖିବାକୁ ସେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ମଧ୍ୟ। ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ରାହୁଲ ଉଭୟଙ୍କ ଏକାଧିକ ଫଟୋ ଶେୟାର ମଧ୍ୟ କରନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.