ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍ ଓରଫ ପତ୍ରଲେଖାଙ୍କୁ ଭେଟିଥିଲେ ସେ। ପ୍ରଥର ଦେଖାରେ ହିଁ ରାଜକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। କେବଳ ଏତିକି ନୁହେଁ ବିବାହ କରିବାକୁ ମଧ୍ୟ ଇଚ୍ଛା କରିଥିଲେ। ୨୦୧୪ରେ ଉଭୟ ଫିଲ୍ମ ସିଟି ଲାଇଫ୍ରେ ସେମାନେ ଅଭିନୟ କରିଥିଲେ। ବାସ୍ ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲା। ଏବେ ସେମାନେ ବି-ଟାଉନ୍ର ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ।
ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ସେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେ ଗୁରୁଗାଓଁରୁ ଦିଲ୍ଲୀ ଆସିଥିଲେ। ଦୁଇ ବର୍ଷ ଅଭିନୟରେ ଡିପ୍ଲୋମା କରିବା ପରେ ୨୦୦୮ରେ ବମ୍ବେ ଆସିଥିଲେ। ପ୍ରାରମ୍ଭିକ ସମୟରେ ରାଜକୁମାରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଖାଇବାକୁ ପଇସା ନ ଥିବା ଯୋଗୁ ସେ ସାଙ୍ଗମାନଙ୍କଠାରୁ ଖାଉଥିଲେ। କେବଳ ଏତିକି ନୁହେଁ ପରବର୍ତ୍ତୀ ସମୟରେ ନିଜ ନାଁର ବନାନ ଆଉ ସଂଜ୍ଞା ବଦଳାଇଦେଇଥିଲେ। ବାସ୍ତବରେ ତାଙ୍କ ନା ରାଜକୁମାର ଯାଦବ ଥିବା ବେଳେ ସେ ଏହାକୁ ବଦଳାଇ ଦେଇ ରାଓ କରିଥିଲେ।
୨୦୦୯ରେ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ଲଭ୍, ସେକ୍ସ ଔର ଧୋକା’ରେ ସେ ଅଭିନୟ କରିଥିଲେ। ୨୦୧୦ରେ ଫିଲ୍ମ ରିଲିଜ ହୋଇଥିଲା। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଏକାଧିକ ହିଟ୍ ଦେଇ ସେ ଏବେ ବଲିଉଡ୍ର ଭର୍ସାଟାଇଲ୍ ଅଭିନେତା ପାଲଟିଛନ୍ତି। ଫିଲ୍ମ ଶହିଦ୍ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.