ବମ୍ବେ: ବଲିଉଡ୍ର ଡ୍ରାମା କୁଇନ୍ ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବଡ଼ ପରଦାରୁ ଦୂରରେ ଥିଲେ ହେଁ ନିଜର ଅଜବ କାର୍ଯ୍ୟକଳାପକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ହେଲେ ବ୍ୟକ୍ତିଗତ ଜୀବନକୁ ଦେଖିଲେ ରାକ୍ଷୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।
ହିନ୍ଦି ସହ ତେଲୁଗୁ୍, ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ରାକ୍ଷୀ। ତାଙ୍କ ପାଖରେ ଅନେକ ଘର ଏବଂ କାର୍ ରହିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କର ୨ଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ରାକ୍ଷୀଙ୍କ ପାଖରେ ଏକ ୧୧ କୋଟି ଟଙ୍କାର ବଙ୍ଗଳା ରହିଛି। ମୋଟ ଉପରେ ଦେଖିଲେ ରାକ୍ଷୀଙ୍କ ମୋଟ ସମ୍ପତ୍ତି ୩୭ କୋଟି ଟଙ୍କା ବୋଲି କୁହାଯାଉଛି। ଗାଡ଼ିର ସଉକ ଥିବାରୁ ରାକ୍ଷୀଙ୍କ ପାଖରେ ଫୋର୍ଡର ଏକ କାର୍ ରହିଛି। ସେହିଭଳି ତାଙ୍କ ପାଖରେ ଏକ ପୋଲା କାର୍ ସହ ଅନ୍ୟାନ୍ୟ ଦାମୀ ଗାଡ଼ି ରହିଛି।
କହିରଖୁଛୁ, ରାକ୍ଷୀ ଷ୍ଟେଜ୍ ଶୋ’ରୁ ରୋଜଗାର କରିଥାନ୍ତି। ନିକଟରେ ବିଗ୍ବସ୍ରେ ସେ ପ୍ରତିଯୋଗୀ ଭାବେ ଭାଗନେଇ ୧୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏବେ ସେ କ୍ୟାନ୍ସରରେ ପୀଡ଼ିତ ନିଜ ମା’ଙ୍କ ଦେଖାଶୁଣା କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.