ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ୬୪ତମ କମ୍ପିଟେଟିଭ୍ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ ମହିଳା ଉତ୍ତୀର୍ଣ୍ଣ ହେବା ସହ ଡିଏସ୍ପି ଭାବେ ମନୋନୀତ ହୋଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବିହାର ଗୋପାଳଗଞ୍ଜ ଜିଲାର ହଥୁଆ ଗାଁରେ ରହୁଥିବା ଜଣେ ୨୭ବର୍ଷୀୟ ରଜିଆ ସୁଲତାନ ବିପିଏସ୍ସି ପରୀକ୍ଷାରେ କେବଳ ପାସ୍ ହୋଇନାହାନ୍ତି ବରଂ ଡିଏସ୍ପି ଭାବେ ମନୋନୀତ ହୋଇ ମୁସଲିମ ସମାଜ ଓ ରାଜ୍ୟ ପାଇଁ ଏକ ଇତିହାସ ରଚିଛନ୍ତି। ବିପିଏସ୍ସି ପରୀକ୍ଷାର ପ୍ରଥମ ପ୍ରୟାସରେ ହିଁ ସେ ସଫଳତାର ପାହାଚ ଚଢ଼ିଛନ୍ତି। ବର୍ତ୍ତମାନ ରଜିଆ ପାଟନାରେ ବିଦ୍ୟୁତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଖୁବ୍ଶୀଘ୍ର ସେ ଏହି ଚାକିରୀ ଛାଡ଼ି ଖାକି ବର୍ଦ୍ଦିରେ ନଜର ଆସିବେ। ବିପିଏସ୍ସି ପରୀକ୍ଷାରେ ମୋଟ ୪୦ଜଣ ଆବେଦନକାରୀଙ୍କୁ ଡିଏସ୍ପି ଭାବେ ମନୋନୀତ କରାଯାଇଥିବା ବେଳେ ସେଥିରେ ୩ଜଣ ମୁସଲିମ୍ ରହିଛନ୍ତି। ଏହି ୪ଜଣ ମୁସଲିମ୍ଙ୍କ ମଧ୍ୟରେ ରଜିଆ ସୁଲତାନ ବି ରହିଛନ୍ତି। ରଜିଆଙ୍କ ପରିବାର କଥା କହିବାକୁ ଗଲେ ତାଙ୍କ ବାପା ମହମ୍ମଦ ଅସଲମ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟେନୋଗ୍ରାଫର ଭାବେ କାର୍ଯ୍ୟରତ ଥିଲେ। ହେଲେ ୨୦୧୬ରେ ତାଙ୍କ ପିତାଙ୍କ ଦେହାନ୍ତ ଘଟିଥିଲା। ସେମାନେ ୬ଜଣ ଭଉଣୀ ହୋଇଥିବା ବେଳେ ତାଙ୍କର ଜଣେ ଭାଇ ଅଛି। ରଜିଆ ସର୍ବ କନିଷ୍ଠ ହୋଇଥିବା ବେଳେ ତାଙ୍କ ୫ଭଉଣୀଙ୍କ ବିବାହ ଶେଷ ହୋଇଛି।
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ପ୍ରଥମ ରୋଜଗାର ଟଙ୍କା ମେସ୍ ଖର୍ଚ୍ଚ କରିଥିଲି
ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ନୁଶରତ୍ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ
କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...
ରେଷ୍ଟୁରାଣ୍ଟରେ ୨୮୦୦ ଟଙ୍କାର ଖାଇଲେ, ହେଲେ ଓ୍ବେଟରଙ୍କୁ ୧୨ ଲକ୍ଷର ଟିପ୍ ଦେଲେ ବ୍ୟକ୍ତି; ବିଲ୍ ଦେଖି ଚକିତ ହେଲେ….
ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଟଙ୍କା ରୋଜଗାର କରନ୍ତି, ହେଲେ ଏହାକୁ ଖର୍ଚ୍ଚ କରିବାର ସାହସ ରଖିଥାନ୍ତି ଅଳ୍ପ କେତେଜଣ। ଏହିପରି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ।...
ଦିଲ୍ଲୀରେ ଖୋଲିବ ମଲ୍, ମାର୍କେଟ
ନୂଆଦିଲ୍ଲୀ, ୧୩।୬: ଦିଲ୍ଳୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଅନ୍ଲକ ପ୍ରକ୍ରିୟାକୁ ଆହୁରି କୋହଳ କରିଛନ୍ତି। ସୋମବାରଠାରୁ ମଲ୍ ଓ ମାର୍କେଟଗୁଡ଼ିକ ପ୍ରତିଦିନ ଖୋଲିବାକୁ...


