ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ ଅନ୍ୟ ଧର୍ମରେ ବିବାହ କରିବା ପାଇଁ ଚର୍ଚ୍ଚାରେ ଥିଲେ ନୁଶ୍ରତ୍। ଏବେ ସେ ଏକ ଅନ୍ୟ କାରଣରୁ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି। ଏବେ ଚର୍ଚ୍ଚା ହେଉ ନୁଶ୍ରତ୍ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏପରିକି ଦାବି ହେଉଛି ଯେ, ନୁଶ୍ରତ୍ ଏବଂ ନିଖିଲଙ୍କ ବିବାହ ମଧ୍ୟ ଭାଙ୍ଗିବା ପର୍ଯ୍ୟାୟରେ ଅଛି। ଏବେ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ନୁଶ୍ରତ୍ଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏକ ସାକ୍ଷାତକାରରେ ନିଖିଲ କହିଛନ୍ତି ଯେ, ସେମାନଙ୍କ ବିବାହ ଭାଙ୍ଗିବାକୁ ଯାଉଛି। ସେ ଗତ ୬ ମାସ ହେବ ନୁଶ୍ରତ୍ଙ୍କ ସହ ରହୁନାହାନ୍ତି। ଏପରିକି ଦୀର୍ଘ ଦିନ ହେବ ତାଙ୍କର ନୁସରତଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍ରତ୍ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ।
ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍ରତ୍ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍ରତ୍ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.