ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଭାବପ୍ରବଣ ନୋଟ ଲେଖି ତାଙ୍କୁ ସ୍ମରଣ କରିଛନ୍ତି। ଏହି ପୋଷ୍ଟରେ ରିୟା ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଗୋଟିଏ ମୁହୂର୍ତ୍ତ ମଧ୍ୟ ଅନୁଭବ କରି ନାହିଁ ଯେ ତୁମେ ଆଉ ନାହଁ, ଲୋକମାନେ କୁହନ୍ତି ସମୟ ସବୁକିଛି ଠିକ କରେ, ମୋ ପାଇଁ ତୁମେ ମୋର ସମୟ, ସବୁକିଛି ଥିଲ। ମୁଁ ଜାଣେ ତୁମେ ମୋତେ ଉପରୁ ଦେଖୁଛ, ମୋତେ ସୁରକ୍ଷା ଦେଉଛ। ତୁମେ ମୋତେ ନେବାକୁ ଆସିବ, ପ୍ରତିଦିନ ଅପେକ୍ଷା କରୁଛି। ମୁଁ ତୁମକୁ ସବୁଆଡ଼େ ଖୋଜୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ତୁମେ ମୋ ସହିତ ଅଛ। ଯେତେବେଳେ ବି ମୁଁ ଅନୁଭବ କରେ ଯେ ତୁମେ ଏଠାରେ ନାହଁ, ମୋ ଶରୀର ଭାବନାରେ ପରିପୂର୍ଣ୍ଣ ହୋଇଯାଏ। ଏହା ଲେଖିବା ବେବେ ମୋର ହୃଦୟକୁ କଷ୍ଟ ହେଉଛି। ତୁମ ବିନା ଜୀବନ ନାହିଁ, ତୁମେ ଏହାର ଅର୍ଥ ସାଙ୍ଗରେ ନେଇଛ। ଏହି ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ। ତୁମ ବିନା ମୁଁ ଛିଡା ହୋଇଛି। ମୋର ପ୍ରିୟ ସନ୍ସାଇନ୍ ବୟ୍। ମୁଁ ତୁମକୁ ପ୍ରତିଦିନ ‘ମାଲପୁଆ’ ଦେବି ପ୍ରତିଶ୍ରୁତି ଦେଉଛି। ଦୟାକରି ମୋ ପାଖକୁ ଫେରି ଆସ। ତୁମକୁ ବହୁତ୍ ମିସ୍ କରୁଛି ମୋର ବନ୍ଧୁ, ମୋର ମଣିଷ, ମୋ ପ୍ରେମ।
ଗତ ବର୍ଷ ଆଜିର ଦିନରେ ଅର୍ଥାତ୍ ଜୁନ ୧୪, ୨୦୨୦ରେ ସୁଶାନ୍ତଙ୍କର ଦେହାନ୍ତ ହୋଇଥିଲା। ନିଜ ମୁମ୍ବାଇ ଫ୍ଲାଟରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.