ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡର ଜନ୍ ହପକିନ୍ସ୍ ବି ବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବନ୍ଦ ଘରେ ଏବଂ ପରିବହନ ଯାନରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ସେଥିମଧ୍ୟରୁ ବସ୍ ଏବଂ ବନ୍ଦ ଘରେ ସର୍ବାଧିକ ସଂକ୍ରମଣ ହୋଇଥାଏ। ତେଣୁ ବନ୍ଦ ଘରେ ନ ରହି ବାୟୁ ଚଳାଚଳକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବସ୍ରେ ସାମାଜିକ ଦୂରତା ବଜାୟ ରଖିବା ସାଧାରଣତଃ ସମ୍ଭବ ହୋଇ ନ ଥାଏ। ତେଣୁ ବସ୍ରେ ଅଧିକ ସମୟ ଯାତ୍ରା ନ କରିବା ଆବଶ୍ୟକ। ଅପରପକ୍ଷରେ ବିଭିନ୍ନ ପରିବହନ ଯାନ ମଧ୍ୟରୁ ଅଟୋ ରିକ୍ସାରେ କମ୍ ସଂକ୍ରମଣ ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଦୁଇ ଜଣ ଗବେଷକ ଦର୍ପଣ ଦାସ ଏବଂ ଗୁରୁମୂର୍ତ୍ତି ରାମଚନ୍ଦ୍ରନ ପରିବହନର ୪ଟି ମାଧ୍ୟମ ଟ୍ୟାକ୍ସି, ଅଟୋ ରିକ୍ସା, ବସ୍ ଏବଂ ଏସି ଟ୍ୟାକ୍ସି ସହିତ ବାୟୁ ଚଳାଚଳ ହେଉ ନ ଥିବା ସ୍ଥାନ ଉପରେ ଅଧ୍ୟୟନ କରିଥିଲେ। ଏସି ଟ୍ୟାକ୍ସିରେ ସଂକ୍ରମଣ ଆଶଙ୍କା ୩୦୦ ଗୁଣା ବଢ଼ିଯାଇଥାଏ। ସେହିପରି ବିନା ଏସି ଟ୍ୟାକ୍ସିରେ ସଂକ୍ରମଣ ଆଶଙ୍କା ୨୫୦ ପ୍ରତିଶତ କମ୍ ହୋଇଥାଏ। ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଗତି କରୁଥିବା ପରିବହନ ଯାନରେ ଅଧିକ ବାୟୁ ଚଳାଚଳ ଯୋଗୁ ସଂକ୍ରମଣ ଆଶଙ୍କା ୭୫ ପ୍ରତିଶତ କମି ଯାଇଥାଏ। ଅନ୍ୟ ପରିବହନ ଯାନ ତୁଳନାରେ ବସ୍ରେ ଅଧିକ ସଂଖ୍ୟକ ଯାତ୍ରୀ ବସୁଥିବାରୁ ସଂକ୍ରମଣ ଆଶଙ୍କା ସର୍ବାଧିକ ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.