ନୂଆଦିଲ୍ଲୀ, ୨ା୬: କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୪ ଦିନରେ ଏହି ସଂଖ୍ୟା ସର୍ବନିମ୍ନ। ଦୈନିକ ସଂକ୍ରମଣ ହାର ୬.୬୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଦିନକରେ ୨,୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖି ରାଜ୍ୟଗୁଡ଼ିକ ଲକ୍ଡାଉନ୍ ନିୟମକୁ କୋହଳ କରିଛନ୍ତି। ତେବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଲୋକେ ସାମାଜିକ ଦୂରତ୍ୱ ସମେତ କୋଭିଡ୍ ଗାଇଡଲାଇନକୁ ଯେଭଳି ଖୋଲାଖୋଲି ଉଲ୍ଲଂଘନ କରୁୁଛନ୍ତି ସେଥିରୁ ଆଗକୁ ସଂକ୍ରମଣ ପୁଣି ବୃଦ୍ଧିିପାଇବାର ଆଶଙ୍କା କରାଯାଉଛି।
ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୧,୭୫,୦୦୪ରେ ପହଞ୍ଚତ୍ଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୩,୩୧,୮୯୫କୁ ବୃଦ୍ଧି ପାଇଛି। ଗତ ୩୫ ଦିନରେ ଦୈନିକ ମୃତ୍ୟୁସଂଖ୍ୟା ସର୍ବନିମ୍ନ ରହିଛି। ସେହିପରି ୪୩ ଦିନ ପରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଅପ୍ଡେଟ୍ କରାଯାଇଛି। ଏବେ ଆକ୍ଟିଭ୍ କେସ୍ ୧୮,୯୫,୫୨୦ ରହିଛି, ଯାହା କି ମୋଟ ସଂକ୍ରମଣର ୬.୭୩%। ସୋମବାର ୧୯,୨୫,୩୭୪ ନମୁନା ଟେଷ୍ଟ କରାଯାଇଥିଲା। କ୍ରମାଗତ ୮ ଦିନ ଧରି ପଜିଟିଭ୍ ହାର ୧୦ ପ୍ରତିଶତ ତଳେ ରହିଛି। ଆରୋଗ୍ୟ ହାର ୯୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତର ୧୯ ଦିନ ଧରି ସଂକ୍ରମଣ ଅପେକ୍ଷା ଅଧିକ ଲୋକ କରୋନାରୁ ସୁସ୍ଥ ହେଉଛନ୍ତି। ତେବେ ମୃତ୍ୟୁହାର ୧.୧୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ଲକ୍ଡାଉନ ଅବଧି ଜୁନ୍ ୧୦କୁ ବଢ଼ାଯାଇଥିବାବେଳେ କେତେକ ନିୟମ କୋହଳ କରାଯାଇଛି। ସେହିପରି ବିହାରରେ ମଧ୍ୟ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଢ଼ାଯିବା ସହ ବ୍ୟବସାୟିକ ଗତିବିଧି ଉପରୁ କେତେକ କଟକଣା ହଟାଯାଇଛି। ନିୟମ କୋହଳ କରିଥିବା ଅନ୍ୟରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ସିକିମ୍, ଓଡ଼ିଶା, କେରଳ, ତାମିଲନାଡ଼ୁ ଓ ଗୋଆ ଭଳି ରାଜ୍ୟ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ବଢ଼ାଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
କଶ୍ମୀରକୁ ଫେରିବ କି ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ...
ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ...
୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…
ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ...


