ବମ୍ବେ: ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଛନ୍ତି ଅନେକ କଳାକାର। ସେଥିରୁ କିଛି ପ୍ରେମ ସଫଳ ମଧ୍ୟ ହୋଇଛି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସମାନ୍ଥା ଅକ୍କିନେନୀ ଏବଂ ନାଗା ଚୈତନ୍ୟଙ୍କ ଲଭ୍ଷ୍ଟୋରୀ ଠିକ୍ ସେଭଳି।
ନାଗା ଚୈତନ୍ୟ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ। ବାପାଙ୍କ ଭଳି ସେ ମଧ୍ୟ ଅଭିନୟ କ୍ଷେତ୍ରରେ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସେହିଭଳି ସମାନ୍ଥାଙ୍କୁ ସାଉଥ୍ ଫିଲ୍ମଜଗତର ଦୀପିକା ପାଦ୍ୟୁକୋନ ବୋଲି କୁହାଯାଏ।
‘ୟେ ମୈୟା ଚେସବେ’ ଚଳଚ୍ଚିତ୍ରର ସେଟ୍ରେ ସମାନ୍ଥାଙ୍କୁ ଭେଟିଥିଲେ ନାଗା ଚେତନ୍ୟ। ଏହି ଫିଲ୍ମରୁ ଉଭୟ ବେଶ ଲୋକପ୍ରିୟ ହୋଇଥିଲେ। ହେଲେ ସେତେବେଳେ ଉଭୟଙ୍କ ଜୀବନରେ ଅନ୍ୟ କେହି ଥିଲେ। ହେଲେ କିଛି ସମୟ ପରେ ସେମାନଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା। ୨୦୧୪ରେ ପୁନର୍ବାର ‘ସୂର୍ଯ୍ୟା’ ସେଟ୍ରେ ଉଭୟ ପରସ୍ପରକୁ ଭେଟିଥିଲେ। ଧିରେ ଧିରେ ଉଭୟଙ୍କ ମନରେ ପ୍ରେମର ଘଣ୍ଟି ବାଜିଥିଲା।
ସୋସିଆଲ ମିଡିଆ କୁଇନ୍ ହୋଇଥିବାରୁ ସମାନ୍ଥା ଉଭୟଙ୍କ ଫଟୋ ଶେୟାର କରୁଥିଲେ। ଏଣୁ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ପ୍ରଶଂସକ ସନ୍ଦେହ କରିଥିଲେ। ୨୦୧୬ରେ ଏକ ରୋମାଣ୍ଟିକ୍ ଟ୍ରିପ୍ରେ ଚେତନ୍ୟଙ୍କୁ ସମାନ୍ଥା ପ୍ରପୋଜ କରିଥିଲେ। ଏଥିରେ ହଁ ଭରିଥିଲେ ଅଭିନେତା। ପରେ ହିନ୍ଦୁ ଏବଂ କୈଥାଲିକ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.