ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା କୁହାଯାଉଛି। ଏନେଇ ବାରମ୍ବାର ଜିଲାପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ କିଛି ଦିନ ତଳେ ପୋଲିସ ପକ୍ଷରୁ ଚଢାଉ କରାଯାଇ କେତେକ ଟ୍ରକ ଜବତ ହୋଇଥିଲା। ହେଲେ କିଛି ଦିନର ନିରବତା ପରେ ପୁଣି ବାଲି ମାଫିଆମାନେ ମାତିଥିବା ଦେଖିବାକୁ ମିଳିଛି। ଲକ୍ଡାଉନର ଫାଇଦା ନେଇ ବାଲି ମାଫିଆମାନେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରୁଥିବା ଜଣାପଡ଼ିଛି। ଫଳରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ହୁମ୍ମା ନିକଟରେ ଏକ ବାଲି ଗାଡି ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୩୦ ଗାଡ଼ି ଜବତ କରାଯାଇଛି। ଏହି ସମୟରେ ଛତ୍ରପୁର ଉପଜିଲାପାଳ, ତହସିଲଦାର ଓ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଜବତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ଆନ୍ଧ୍ରର ନମ୍ବର ରହିଥିବା ଜଣାପଡିଛି। ଏହି ଚୋରା ଚାଲାଣ ପଛରେ ମାଷ୍ଟର ମାଇଣ୍ଡ କିଏ ରହିଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ
କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...
ଅମାନିଆଙ୍କ ପାଇଁ ଗଞ୍ଜାମରେ ପାଟ୍ରୋଲିଂ କଡ଼ାକଡ଼ି
ଗଞ୍ଜାମ,୪।୬(ଡି.ଏନ୍.ଏ.): କୋଭିଡ୍ କଟକଣା ମାନୁ ନ ଥିବା ଅମାନିଆଙ୍କ ପାଇଁ ଗଞ୍ଜାମ ଥାନା ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ହେଲ୍ମେଟ ଓ ମାକ୍ସ ପିନ୍ଧୁ ନ...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ବିଆର୍ପିଏଲ୍: ଟୋପାଏ ପ୍ରଦୂଷଣ
ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା...
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ
ବ୍ରହ୍ମଗିରି,୨୫।୬(ଡି.ଏନ୍.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...
କ୍ୟାନ୍ସର ରୋଗୀଙ୍କୁ ମିଳୁନି କେମୋଥେରାପି
ବରଗଡ଼ ଅଫିସ୍,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ...
ଦେହରେ କିରୋସିନି ଢାଳି କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
ବାସୁଦେବପୁର,୨୬ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି।...
ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ
ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ମନୁଶୁ ପଞ୍ଚାୟତର...


