ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା ଆପ୍। ଏହାର ନାମ କ୍ରିକୁରୁ ରହିଛି। ସେହ୍ବାଗଙ୍କ ସମେତ ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗର ଏହି ଓ୍ବେବ୍ସାଇଟ ତଥା ଆପ୍ର ବିକାଶ ପାଇଁ ଏକାଠି କାର୍ଯ୍ୟ କରିଛନ୍ତି। ଉଦୀୟମାନ ଖେଳାଳିଙ୍କୁ କ୍ରିକେଟ ସମ୍ପର୍କରେ ଶିକ୍ଷା ଦେବାକୁ, ଅଭିଜ୍ଞ କ୍ରିକେଟରମାନଙ୍କ ଅଭିଜ୍ଞତାରୁ ଏମାନଙ୍କ ବିକାଶ ପାଇଁ ଏହି ଆପ୍ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। କ୍ରିକେଟକୁ କ୍ୟାରିୟର ରୂପେ ବାଛିବାକୁ ନିଷ୍ପତ୍ତି ନେଇଥିବା ଖେଳାଳିମାନେ ଏଥିରୁ ବହୁତ କିଛି ଶିକ୍ଷା କରିବାର ସୁଯୋଗ ପାଇବେ ଓ ଏହା ହିଁ ଏହି ଆପ୍ର ଲକ୍ଷ୍ୟ ରହିଛି। ଏହା ଦେଶରେ କ୍ରିକେଟର ବିପ୍ଳବ ଆଣିବ ବୋଲି ସେହ୍ବାଗ ଆଶାପ୍ରକାଶ କରିଛନ୍ତି।
ସେହ୍ବାଗ ଓ ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ପ୍ରତ୍ୟେକ ଖେଳାଳିଙ୍କ ପାଠ୍ୟକ୍ରମ ପ୍ରସ୍ତୁତ ତଥା ବିକଶିତ କରିଛନ୍ତି। ଦେଶର ଏହି ପ୍ରଥମ କ୍ରିକେଟ କୋଚିଂ ଓ୍ବେବ୍ସାଇଟ ଦ୍ୱାରା ଖେଳାଳିମାନଙ୍କୁ ଅଭିଜ୍ଞ କ୍ରିକେଟରମାନେ ନିଜ ଅଭିଜ୍ଞତା ସମ୍ପର୍କରେ ଶିକ୍ଷା ଦେବେ। ବିଶ୍ୱର ୩୦ ଜଣ ଖେଳାଳି ତଥା କୋଚ୍ଙ୍କଠାରୁ କିପରି କ୍ରିକେଟ ଖେଳାଯାଇପାରିବ ସେ ନେଇ ଉଦୀୟମାନ କ୍ରିକେଟରମାନେ ଶିକ୍ଷା କରିପାରିବେ। ପ୍ରତ୍ୟେକ କୋଚ୍ ୪ ଘଣ୍ଟାର ଭିଡିଓ ସହିତ ଶିକ୍ଷା ପ୍ରଦାନ କରିବେ। ଏହି ଓ୍ବେବ୍ସାଇଟ ବ୍ୟବହାର କରୁଥିବା ଖେଳାଳିମାନେ ପ୍ରସିଦ୍ଧ ଖେଳାଳିଙ୍କଠାରୁ ସେମାନଙ୍କ ସଫଳତା, ବିଫଳତା ଓ ଖ୍ୟାତି ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପାଇବେ।
ପ୍ରଶିକ୍ଷଣ ଦେବାକୁ ଥିବା ଏହି କୋଚ୍ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଏବି ଡିଭିଲର୍ସ, ବ୍ରେଟ ଲି, ବ୍ରାଏନ ଲାରା, କ୍ରିସ୍ ଗେଲ, ଡ୍ବେନ ବ୍ରାଭୋ, ହରଭଜନ ସିଂ, ଜଣ୍ଟି ରୋଡ୍ସଙ୍କ ଭଳି ପ୍ରଖ୍ୟାତ କ୍ରିକେଟର ଓ ଅନ୍ୟମାନେ। ଭାରତରେ କ୍ରିକେଟର ବିକାଶ ଓ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ଏ ନେଇ ସ୍ଥିତି ଉପଲବ୍ଧ କରାଇବା କ୍ରିକୁରୁର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ବିଶ୍ୱର କୋଚିଂ ବିଶେଷଜ୍ଞମାନେ ବିନା ବାଧାରେ କ୍ରିକେଟ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବେ ବୋଲି ସେହ୍ବାଗ କହିଛନ୍ତି। ଦେଶର କୋଣ ଅନୁକୋଣରେ ରହୁଥିବା କ୍ରିକେଟ ପ୍ରତିଭାମାନେ ସିଧାସଳଖ ଏହି ଓ୍ବେବ୍ସାଇଟ୍ରୁ ଲାଭ ଉଠାଇପାରିବେ ବୋଲି ବାଙ୍ଗର କହିଛନ୍ତି। କ୍ରିକେଟ କୋଚିଂ ପାଇବା ପାଇଁ ସମସ୍ତଙ୍କର ଅଧିକାର ଅଛି ଓ କ୍ରିକୁରୁ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। www.cricuru.com ଲଗ୍ ଅନ୍ କରି ଏହି ଓ୍ବେବ୍ସାଇଟ୍କୁ ଗୋଟିଏ ବର୍ଷ ପାଇଁ ସବ୍ସ୍କ୍ରାଇବ କରିହେବ। ଗୋଟିଏ ବର୍ଷ ଅବଧିର ସବ୍ସ୍କ୍ରାଇବ ପାଇଁ ସଦସ୍ୟତା ଦେୟ ୨୯୯ ଟଙ୍କା ଆରମ୍ଭ ହେବ।
କ୍ରିକେଟର ‘ବଲ ଅଫ ଦି ସେଞ୍ଚୁରୀ’: ଜାଣନ୍ତୁ କେଉଁ ବୋଲର୍ ପକାଇଥିଲେ
ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
କୋଭିଡ୍-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର
ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...
ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ କିଣିଥିଲେ ଘର
ନୂଆଦିଲ୍ଲୀ,୫।୬: ୨୦୦୭ରେ ଟି୨୦ ବିଶ୍ୱକପ୍ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ।...
ୟୁରୋ କପ୍ ଫୁଟ୍ବଲ: ସ୍ଲୋଭାକିଆର ବିଜୟ ଅଭିଯାନ
ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍ ଫୁଟ୍ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ସ୍ଲୋଭାକିଆ ୨-୧...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
ରୋନାଲ୍ଡୋଙ୍କ ରେକର୍ଡ
ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ
ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର...


