E-Paper
  • logo
  • Monday 26th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, କଟକ, ମେଟ୍ରୋ

ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ଦେହାନ୍ତ
9:56 amJune 26, 2021June 27, 2021

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୬।୬: ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଜୟନ୍ତ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣନାତି ଏବଂ ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ନବକୁମାର ଦାସଙ୍କ ଜ୍ୟେଷ୍ଠ ପୁତ୍ର। ଶୁକ୍ରବାର ଜୟନ୍ତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବାବେଳେ ରାସ୍ତାରେ ତାଙ୍କର ଦେହାନ୍ତ ହୋଇଯାଇଛି।
କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ଜିଗିନିପାଟପୁରରେ ଜଷ୍ଟିସ୍‌ ଦାସ ଏବଂ ପ୍ରଭାମୟୀ ଦେବୀ (ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାତୁଣୀ)ଙ୍କ କୋଳମଣ୍ଡନ କରିଥିଲେ ଜୟନ୍ତ। ରେଭେନ୍‌ଶା କଲେଜିଏଟ୍‌ ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରିଥିଲେ। ପରେ ସେ ଇଣ୍ଡିଆନ୍‌ ଅଡିଟ୍‌ ଆଣ୍ଡ ଆକାଉଣ୍ଟସ୍‌ ସର୍ଭିସ୍‌ରେ ଯୋଗଦେଇଥିଲେ। ଏହି ସମୟରେ ସେ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ସରିତା ଜୟନ୍ତ ଦାସଙ୍କୁ ବିବାହ କରିଥିଲେ। ଡେପୁଟି ଅଡିଟର ଜେନେରାଲ ଭାବେ କାର୍ଯ୍ୟ କରି ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ଓକିଲାତି କରି ବହୁ ସୁନାମ ଅର୍ଜନ କରିପାରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ। ଜୟନ୍ତଙ୍କ ପରଲୋକରେ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍‌ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସଭାପତି ଜଗବନ୍ଧୁ ସାହୁ, ସମ୍ପାଦକ ଜିତେନ୍ଦ୍ର କୁମାର ଲେଙ୍କା, ଅଲ୍‌ ଓଡ଼ିଶା ଲୟର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ, ସଭାପତି ଜ୍ଞାନରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ବିଜୟ କୁମାର ରଗଡ଼ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।
ଜୟନ୍ତଙ୍କ ମରଶରୀର ନିକଟରେ ତାଙ୍କ ଭାଇ ଯଶବନ୍ତ ଦାସ, ପୁଅ ଆଦିତ୍ୟ ଦାସ ଏବଂ ବନ୍ଧୁ ଅଶୋକ ଚେନଚେଲା ଉପସ୍ଥିତ ଥିଲେ। ଶେଷ ଦର୍ଶନ ଲାଗି ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଆସି ପହଞ୍ଚିଥିଲେ। ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଆଦିତ୍ୟ ମୁଖାଗ୍ନି ଦେଇଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, କଟକ, ମେଟ୍ରୋ View All

ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା

ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...

ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍‌ ଆକ୍ରାନ୍ତଙ୍କ ଲକ୍ଷଣ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର...

ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ତପୁ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ତପୁ ମିଶ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଆଖି ବୁଜିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ...

୧୮ରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଆରମ୍ଭ ହେଲା ସ୍ଲଟ୍‌ ବୁକିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଛି ସ୍ଲଟ୍‌ ବୁକିଂ। ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ସେମାନଙ୍କ ପ୍ରଥମ...

ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ

କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...

ଟିକା ଗ୍ଲୋବାଲ ଟେଣ୍ଡରକୁ ଧକ୍କା

ଭୁବନେଶ୍ୱର,୨ା୬(ବ୍ୟୁରୋ):ରାଜ୍ୟ ସରକାର ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ କୋଭିଡ୍‌ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ହେଲେ ଟିକା ସଂଗ୍ରହ କରିବା ଏବେ ସରକାରଙ୍କ ପାଇଁ...

ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି

ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...

କରୋନାକୁ ହରାଇଲେ ମାସକର ଶିଶୁ

ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର
Next Post Next post:
ଦୈନିକ ସଂକ୍ରମଣ ୫୦ ହଜାର ତଳେ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts