ବମ୍ବେ: ଆମାଜନ୍ ପ୍ରାଇମ୍ରେ ରିଲିଜ ହୋଇଛି ଲୋକପ୍ରିୟ ଓ୍ବେବ୍ ସିରିଜ୍ ‘ଦ ଫାମିଲି ମ୍ୟାନ୍’ର ଦ୍ୱିତୀୟ ସିଜିନ। ଏହି ସିଜିନ୍ରେ ପୁରୁଣା ଅଭିନେତାଙ୍କ ସହ ଅନେକ ନୂଆଁ ମୁହଁ ଦେଖିବାକୁ ମିଳୁଛି। ସେଭଳି ଏକ ଚରିତ୍ର ହେଲା ଜେ.କେ.ତଲପଡେ। ଶାରିବ ହାସମୀ ଏହି ଭୂମିକାରେ ନଜର ଆସୁଛନ୍ତି।
୨୦୦୮ରେ ଓସ୍କାର ଜିତିଥିବା ଫିଲ୍ମ ‘ସ୍ଲମ୍ଡଗ୍ ମିଲିୟେନର’ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଶାରିବ। ଏହାଛଡ଼ା ସେ ୨୦୧୨ରେ ଶାହାରୁଖଙ୍କ ଫିଲ୍ମ ‘ଜବ୍ ତକ୍ ହେ ଜାନ୍’ରେ ମଧ୍ୟ ନଜର ଆସିଥିଲେ।
ପିଲାଟିଦିନରୁ ଅଭିନେତା ହେବାକୁ ଚାହୁଁଥିଲେ ଶାରିବ। କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ପରେ ସେ ଅଭିନୟ ପାଇଁ ନିଜ ସ୍ତ୍ରୀଙ୍କ ଗହଣା ବିକ୍ରି କରିବାକୁ ପଛାଇନାହାନ୍ତି। ପୂର୍ବରୁ ସେ ଚାକିରି କରୁଥିଲେ।
ସେତେବେଳେ ଦୁଇଟି ଫିଲ୍ମ ଦେଖି ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଚାକିରି ଛାଡ଼ି ଦେଇଥିଲେ। ଫଳରେ ଧିରେ ଧିରେ ଯାହା ପାଖରେ ଥିଲା ଖର୍ଚ୍ଚ ହେବାରେ ଲାଗିଥିଲା। ଘର ଚଳାଇବା ପାଇଁ ସେ ଗାଡ଼ି ବିକି ଦେଇଥିଲେ, ଛୁଆ ମାନଙ୍କ ପାଇଁ ରଖିଥିବା ଟଙ୍କା ଏବଂ ସ୍ତ୍ରୀଙ୍କ ଗହଣା ମଧ୍ୟ ବିକିବା ଯାଏ କଥା ଯାଇଥିଲା। ଶେଷରେ ସେ ପୁଣିଥରେ ଚାକିରି କରିଥିଲେ। ଏହି ସମୟରେ ତାଙ୍କ ନିକଟକୁ ଏକ ଶର୍ଟଫିଲ୍ମର ଅଫର ଆସିଥିଲା। ଏହା ୟୁଟ୍ୟୁବ୍ରେ ବେଶ୍ ଭାଇରାଲ ହୋଇଥିଲା। ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.