ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ ବଲିଉଡ୍ରେ ଡେବ୍ୟୁ କରିଥିବା ଶିଳ୍ପା ୧୯୯୪ରେ ‘ମେ ଖିଲାଡି ତୁ ଅନାଡ଼ି’ରେ ଅକ୍ଷୟଙ୍କ ନାୟିକା ସାଜିଥିଲେ। ସେତେବେଳେ ଉଭୟଙ୍କ ପ୍ରେମ ବି-ଟାଉନ୍ର ସବୁଠାରୁ ଚର୍ଚ୍ଚିତ ଖବର ଥିଲା।
ରବିନା ଟଣ୍ଡନଙ୍କ ସହ ବ୍ରେକ୍ଅପ୍ ପରେ ଅକ୍ଷୟଙ୍କ ଜୀବନରେ ଆସିଥିଲେ ଶିଳ୍ପା। ଉଭୟ ଏକାଧିକ ସୁପରହିଟ୍ ଫିଲ୍ମରେ କାମ କରିଥିଲେ। ଏହି ସମୟରେ ଅକ୍ଷୟ ଶିଳ୍ପାଙ୍କୁ ଛାଡ଼ି ଲୁଚିଲୁଚି ତାଙ୍କ ବନ୍ଧୁ ଟ୍ବିଙ୍କଲ ଖାନ୍ନାଙ୍କୁ ଡେଟ୍ କରୁଥିଲେ। ଫିଲ୍ମ ‘ଧଡକନ୍’ ଶୁଟିଂ ବେଳେ ଶିଳ୍ପାଙ୍କୁ ଏହା ଜଣାପଡ଼ିଥିଲା। ଶିଳ୍ପା ଏଥିରେ ଭାଙ୍ଗିପଡ଼ିବା ସହ ଅକ୍ଷୟଙ୍କ ସହ ବ୍ରେକ୍ଅପ୍ କରିନେଇଥିଲେ। ହେଲେ ଚଳଚ୍ଚିତ୍ରର ଶୁଟିଂ ସମ୍ପୂର୍ଣ୍ଣ କରିଥିଲେ।
ଏକ ସାକ୍ଷାତକାରରେ ଅକ୍ଷୟଙ୍କ ସହ ବ୍ରେକ୍ଅପ୍କୁ ନେଇ ଶିଳ୍ପା ଅନେକ କିଛି କହିଥିଲେ। କାରଣ ଏଥିଯୋଗୁ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ପାଗେଳୀ ପ୍ରାୟ ହୋଇଯାଇଥିଲେ। ହେଲେ ଶିଳ୍ପାଙ୍କ ମାତାପିତା ସବୁକିଛି ଭୁଲିଯିବା ପାଇଁ ଅଭିନେତ୍ରୀଙ୍କୁ ବୁଝାଉଥିଲେ। ହେଲେ ଅଭିନେତ୍ରୀ ଅକ୍ଷୟଙ୍କୁ କ୍ଷମା କରିବାକୁ ଚାହୁଁ ନ ଥିଲେ। ଅଭିନେତା ତାଙ୍କ ସହ ଖେଳ ଖେଳିଛନ୍ତି ବୋଲି ମନେ ହେଉଥିଲା। କାରଣ ଅନ୍ୟ କେହି ମିଳିଯିବା ପରେ ସେ ସହଜରେ ଶିଳ୍ପାଙ୍କୁ ଛାଡ଼ି ଦେଇଥିଲେ। କିଭଳି ଭାବେ ଜଣେ ପ୍ରେମିକ ହିସାବରେ ଏତେବଡ଼ ଧୋକା ଦେଇପାରନ୍ତି ଶିଳ୍ପା ତାହା ଭାଳି ହେଉଥିବା କହିଥିଲେ।
ଏବେର କାହାଣୀକୁ ଯଦି ଦେଖାଯାଏ ତେବେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରି ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ଶିଳ୍ପା। ସେହିଭଳି ଅକ୍ଷୟ ଟ୍ବିଙ୍କିଲଙ୍କ ଜୀବନସାଥୀ ପାଲଟିଛନ୍ତି। ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.