ବମ୍ବେ: ଟେଲି ପରଦାର ରୋମାଣ୍ଟିକ୍ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ଶୋଏବ ଇବ୍ରାହିମ ଏବଂ ସ୍ତ୍ରୀ ଦୀପିକା କକ୍କଡଙ୍କ ଯୋଡ଼ି ଅନ୍ୟତମ। ସାଙ୍ଗ ହୋଇ କାମ କରୁକରୁ ପ୍ରେମରେ ପଡ଼ିଥିଲେ ଉଭୟ। ପରେ କରିଥିଲେ ବିବାହ। ହେଲେ ଏହା ସେତେଟା ସହଜ ନ ଥିଲା। ଦୀପିକା ପୂର୍ବରୁ ବିବାହିତା ଥିବା ବେଳେ ଶୋଏବ ଥିଲେ ଭିନ୍ନ ଧର୍ମର।
ଦୀପିକା ଧାରାବାହିକ ‘ସସୁରାଲ ସିମର କା’ ଶୁଟିଂସେଟ୍ରେ ଶୋଏବଙ୍କୁ ଭେଟିଥିଲେ। ହେଲେ ଏହା ପୂର୍ବରୁ ୨୦୧୩ରେ ସେ ରୌନକ ସାମସନଙ୍କୁ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା। ପ୍ରଥମ ବିବାହ ଭାଙ୍ଗିଯିବାକୁ ନେଇ ଭଲପାଇବା ଉପରୁ ବିଶ୍ୱାସ ହରାଇ ବସିଥିଲେ ଦୀପିକା। ହେଲେ ଶୋଏବ ଏବଂ ତାଙ୍କ ପରିବାରଲୋକେ ଦୀପିକାଙ୍କୁ ସବୁକିଛି ଭୁଲିଯିବାକୁ ନେଇ ସହାୟତା କରିଥିଲେ।
ଯେତେବେଳେ ଶୋଏବ ହଠାତ୍ ଧାରାବାହିକ ଛାଡ଼ି ଦେଇଥିଲେ, ସେତେବେଳେ ଦୀପିକା ପ୍ରେମରେ ପଡ଼ିଥିବାର ପ୍ରଥମ ଅନୁଭବ କରିଥିଲେ। ଏହାପରେ ଉଭୟ ଧିରେଧିରେ ନିକଟତର ହୋଇଥିଲେ। ଉଭୟ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ‘ନଚ ବଲିୟେ’ରେ ଭାଗ ନେଇଥିଲେ। ଏହି ଶୋ’ରେ ସମସ୍ତ ଦର୍ଶକଙ୍କ ସମ୍ମୁଖରେ ଦୀପିକାଙ୍କୁ ପ୍ରପୋଜ କରିଥିଲେ ଶୋଏବ। ହଁ ଭରିଥିଲେ ଅଭିନେତ୍ରୀ।
ବିବାହ ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ପଡ଼ିଥିଲା। ଦୀପିକା ଇସଲାମ ଧର୍ମ ଗ୍ରହଣ କରିଥିଲେ। ପରେ ଉଭୟଙ୍କ ବିବାହ ମୁସଲିମ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଏହାପରେ ସେ ନିଜ ନାମ ବଦଳାଇ ଫୈଜା ଇବ୍ରାହିମ ରଖିଥିଲେ। ବିବାହର ୬ମାସ ପରେ ସେ ବିଗ୍ ବସ୍ର ୧୨ରେ ନଜର ଆସିଥିଲେ। ଏହି ସିଜନକୁ ଜିତି ଦୀପିକା ଶୋଏବଙ୍କୁ ଉପହାର ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.