ମୁମ୍ବାଇ: ଗରୀବ ଓ ଅସହାୟ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଲଗାତର ଭାବେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ରିଲ ଲାଇଫ୍ରୁ ଏବେ ରିୟଲ ଲାଇଫ୍ର ହିରୋ ସାଜିଛନ୍ତି ସୋନୁ। କରୋନା କାଳରେ ଲୋକଙ୍କ ସହାୟତା ପାଇଁ ହାତ ବଢ଼ାଇଥିବା ସୋନୁ ଅନେକ ପ୍ରବାସୀଙ୍କୁ ଘର ପହଞ୍ଚାଇବାଠାରୁ ଆରମ୍ଭ କରି ଚାକିରି ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟ ପାଇଁ ସେ ବେଶ୍ ଚର୍ଚ୍ଚା ସାଉଁଟିଥିବା ବେଳେ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି। ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ସୋନୁ ସୁଦ ପ୍ରାୟ ସମୟରେ କିଛି ଫନି ଭିଡିଓ ଶେୟାର କରିବା ସହ ସଚେତନାର ବାର୍ତ୍ତା ମଧ୍ୟ ଦେଇଥାନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଢ଼ାବା ଓ ମଦ ଦୋକାନ ଖୋଲିବା ପରେ ବର୍ତ୍ତମାନ ସୋନୁ ନିଜର ଏକ ସୁପରମାର୍କେଟ ଖୋଲିଥିବା ଜଣାପଡ଼ିଛି। ଏହି ସୁପରମାର୍କେଟର ନାମ ରଖିଛନ୍ତି ‘ସୋନୁ ସୁଦକା ସୁପରମାର୍କେଟ’। ଏହାର ଏକ ଭିଡ଼ିଓକୁ ସେ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ୍ରେ ଅଣ୍ଡା ଓ ବ୍ରେଡ୍ ବିକୁଥିବାର ନଜର ଆସିଛନ୍ତି। ଏଥିସହ କ୍ୟାପସନ୍ରେ ଲେଖିଛନ୍ତି, ମାଗଣା ହୋମ୍ ଡେଲିଭରୀ, ୧୦ଟି ଅଣ୍ଡାରେ ଗୋଟିଏ ବ୍ରେଡ୍ ମାଗଣା। ସୋନୁଙ୍କ ସୁପରମାର୍କେଟରେ ପ୍ରତି ଅଣ୍ଡାର ଦାମ୍ ୬ ଟଙ୍କା ହୋଇଥିବା ବେଳେ ବଡ଼ ବ୍ରେଡ୍ର ଦାମ୍ ୪୦ ଓ ଛୋଟ ବ୍ରେଡ୍ର ଦାମ୍ ୨୨ଟଙ୍କା ରହିଛି। ଆଉ ହୋମ୍ ଡେଲିଭରୀ ପାଇଁ ଏକ୍ସଟ୍ରା ଚାର୍ଜ ଲାଗିବ ବୋଲି ସୋନୁ ସୁଦ ଉକ୍ତ ଭିଡ଼ିଓରେ କହିଛନ୍ତି। ସୋନୁଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.