E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ବେଜୋସ୍‌ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍‌ ପାଇଁ ୨୦୫ କୋଟି
11:23 amJune 14, 2021

ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା ପ୍ରତି ତାଙ୍କ ଆଗ୍ରହ ପିଲାବେଳରୁ ରହିଆସିଛି। ମହାକାଶ ପାଇଁ ଅସୀମିତ ମହତ୍ତ୍ୱାକାଂକ୍ଷା ରଖୁଥିବା ଅରବପତି ଆଷ୍ଟ୍ରୋନେଟ ରିଚାର୍ଡ ବ୍ରେନ୍‌ସନ ଏବଂ ଏଲନ୍‌ ମସ୍କଙ୍କ ବିରୋଧୀ ଦୌଡ଼ରେ ବେଜୋସ୍‌ ଆଗରେ ଅଛନ୍ତି। ସେ ମହାକାଶ ଯାତ୍ରାର ସୁଯୋଗ ପାଇଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁ ସ୍ପେସ୍‌ଶିପ୍‌ରେ ସେ ମହାକାଶ ଯିବେ, ସେଥିରେ ତାଙ୍କ ପାଖ ସିଟ୍‌ ପାଇଁ ଶନିବାର ନିଲାମୀ ଡକାଯାଇଥିଲା। ବେଜୋସ୍‌ ନିଜ କମ୍ପାନୀ ବ୍ଲ୍ୟୁ ଓରିଜିନର ଏକ ରକେଟରେ ଯିବେ। ଏହି ସ୍ପେସ୍‌ଶିପ୍‌ ସାଇଡ୍‌ ସିଟ୍‌ ହାସଲ କରିବା ପାଇଁ ଜଣେ ବ୍ୟକ୍ତି ୨୮ ନିୟୁତ ଡଲାର (ପ୍ରାୟ ୨୦୫ କୋଟି ୪ ଲକ୍ଷ ୯୦ ହଜାର ୪୦୦ ଟଙ୍କା) ପଇଠ କରିଛନ୍ତି। ଶନିବାର ଲାଇଭ୍‌ ଫୋନ୍‌ ଅକ୍ସନ ଖୋଲିବାର ୪ ମିନିଟ ଭିତରେ ଆଗ୍ରହୀ ପକ୍ଷମାନେ ୨୦ ନିୟୁତ ଡଲାରରୁ ଅଧିକ ବିଡିଂ କରିଥିଲେ। ନିଲାମୀ ଆରମ୍ଭ ହେବାର ମାତ୍ର ୭ ମିନିଟ ପରେ ବିଡିଂକୁ ବନ୍ଦ କରିଦିଆଯାଇଥିଲା। ବିଜେତାଙ୍କ ପରିଚୟ ବର୍ତ୍ତମାନ ଯାଏ ସାମ୍ନାକୁ ଆସିନାହିଁ। ମହାକାଶ ଯାତ୍ରା ପାଇଁ ମହତ୍ତ୍ୱାକାଂକ୍ଷୀ କୌଣସି ଧନୀ ବ୍ୟକ୍ତି ଏହି ମହଙ୍ଗା ନିଲାମୀକୁ ଗ୍ରହଣ କରିଛନ୍ତି।
ପୃଥିବୀକୁ ଦେଖିଲେ ଏହି ଗ୍ରହ ସହ ସମ୍ପର୍କର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ବେଜୋସ୍‌ ନିଲାମୀର ଶେଷ ବିଡିଂ ପୂବର୍ର୍ରୁ ଏକ ଭିଡିଓରେ କହିଛନ୍ତି। ବେଜୋସଙ୍କ ସହ ତାଙ୍କ ଭାଇ ମଧ୍ୟ ମହାକାଶ ଯାତ୍ରା କରିବେ। ବ୍ଲ୍ୟୁ ଓରିଜିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଗୁରୁବାର ନିଲାମୀ ପର୍ଯ୍ୟନ୍ତ ଅନୂ୍ୟନ ୧୪୩ ଦେଶର ୬,୦୦୦ରୁ ଅଧିକ ଲୋକ ମହାକାଶ ଯାତ୍ରା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଜ୍‌ନେସ୍‌ ୱାଲର୍‌ଡର ସବୁଠୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ସ୍ପେସ୍‌ ଦୁନିଆରେ ପ୍ରବେଶ ନିବେଶ ଓ ଶିଳ୍ପାୟନର ସବୁଠୁ ବଡ଼ ବିଜ୍ଞାପନ। ଏହି ଆୟୋଜନରୁ ସଂଗୃହୀତ ଅର୍ଥକୁ ଚ୍ୟାରିଟି ପାଇଁ ଖର୍ଚ୍ଚ କରାଯିବ। ବଡ଼ ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ଏଥିରେ ଭାଗନେବେ ବୋଲି ବ୍ଲ୍ୟୁ ଓରିଜିନର ଆଶା। ବ୍ଲ୍ୟୁ ଓରିଜିନ ଜୁଲାଇ ୨୦ରେ ଲଞ୍ଚ ହେବ। ମହାକାଶ ଯାତ୍ରା ପାଇଁ ପ୍ରାଇଭେଟ କମର୍ସିଆଲକୁ ଆଗକୁ ବଢ଼ିବାର ସୁଯୋଗ ମିଳିଥିବାରୁ ୱେଷ୍ଟ ଟେକ୍ସାସ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ହେବ।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

୩୩୦ କୋଟି ଦେଲେ ସ୍କଟ୍‌

ଆମେରିକାର ଶିକାଗୋ ସହରରେ ଥିବା ୨ଟି କଲେଜକୁ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ ୪୫ ମିଲିୟନ ଡଲାର (ପ୍ରାୟ ୩୩୦...

ଜେଲରେ ଜନ୍‌ ମେକେଫି ମୃତ

ମାଡ୍ରିଡ୍‌,୨୫।୬: ଆଣ୍ଟିଭାଇରସ୍‌ ଜଗତର ଜଣାଶୁଣା ନାମ ଜନ୍‌ ମେକେଫିଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ ଜନ୍ମିତ ଏହି ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ଝୁଲନ୍ତା ମୃତଦେହ ସ୍ପେନ୍‌ର ବାର୍ସିଲୋନାସ୍ଥିତ...

ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…

ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...

ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...

ମିଳିଲା ତୃତୀୟ ବୃହତ୍‌ ହୀରା

ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍‌ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍‌ର ଏହି ହୀରା...

ଜୁନ୍‌ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ

ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍‌...

ସ୍ପେସ୍‌ ଷ୍ଟେଶନ ମୁହାଁ ୩ ମହାକାଶ ଯାତ୍ରୀ…

ବେଜିଂ,୧୭।୬: ଚାଇନା ଏହାର ନୂଆ ସ୍ପେସ୍‌ ଷ୍ଟେଶନ ଅଭିମୁଖେ ୩ ଜଣ ମହାକାଶ ଯାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନ ୯ଟା ୨୨ରେ ପଠାଇଛି। ଶେନଝୋଉ-୧୨ ମହାକାଶ ଯାନକୁ...

କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
Next Post Next post:
ନୋଭାକ୍‌ ଜୋକୋଭିଚ୍‌ ଚାମ୍ପିୟନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts