ବେଜିଂ,୧୭।୬: ଚାଇନା ଏହାର ନୂଆ ସ୍ପେସ୍ ଷ୍ଟେଶନ ଅଭିମୁଖେ ୩ ଜଣ ମହାକାଶ ଯାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନ ୯ଟା ୨୨ରେ ପଠାଇଛି। ଶେନଝୋଉ-୧୨ ମହାକାଶ ଯାନକୁ ରକେଟ ଲୋଙ୍ଗ୍ ମାର୍ଚ୍ଚ-୨-ଏଫ୍ଓ୍ବାଇ-୧୨ ଦ୍ୱାରା ଉତ୍ତର ପଶ୍ଚିମ ଚାଇନାର ଗୋବି ମରୁଭୂମିରେ ଥିବା ଜିଓକ୍ୱାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି। ଏହାର ସିଧା ପ୍ରସାରଣ ସିଜିଟିଏନ୍ ଟିଭି ଦ୍ୱାରା କରାଯାଇଛି। ତାଙ୍ଗ୍ ହୋଙ୍ଗ୍ବୋ, ନାଇ ହାଇଶେଙ୍ଗ୍ ଏବଂ ଲିଉ ବୋମିଙ୍ଗ୍ ଚାଇନାର ନୂଆ ସ୍ପେସ୍ ଷ୍ଟେଶନରେ ୩ ମାସ ରହି ଏହାର ନିର୍ମାଣ କରିବେ। ଏହା ସହିତ ବିଭିନ୍ନ ବୈଜ୍ଞାନିକ କାର୍ଯ୍ୟ କଳାପ ମଧ୍ୟ ସମ୍ପନ୍ନ କରାଯିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ପରେ ପୃଥିବୀକୁ ବାହୁଡ଼ି ଆସିବେ।
Posted inଅନ୍ତର୍ଜାତୀୟ View All
ନଦୀକୁ ଖସିଲା ବସ୍: ୧୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
କରାଚୀ,୧୧।୬ : ପାକିସ୍ତାନର ଦକ୍ଷିଣପଶ୍ଚିମ ଉପତ୍ୟାକାରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶୁକ୍ରବାର ନଦୀରେ ଖସି ପଡ଼ିଛି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା...
ଡେଥ୍ କମିଶନରୁ ରାଷ୍ଟ୍ରନେତା
ତେହେରାନ,୨୦ା୬: ଇବ୍ରାହିମ୍ ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲରଜା ରହମାନୀ ଫଜଲି ଶନିବାର ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା...
୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ
ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
ଭାରତ ସୀମାରେ ଚାଇନାର ବୁଲେଟ ଟ୍ରେନ୍
ବେଜିଂ, ୨୫।୬: ଚାଇନା ପ୍ରଥମ ଥର ପାଇଁ ତିବ୍ବତକୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ ଟ୍ରେନ୍ ଚଳାଇଛି। ଏହି ଟ୍ରେନ୍ ପ୍ରାଦେଶିକ ରାଜଧାନୀ ଲାସାରୁ ଅରୁଣାଚଳକୁ ଲାଗିଥିବା...
ଲାବ୍ରୁ ବାହାରିନି ଭୂତାଣୁ: ବ୍ୟାଟ୍ ଓମ୍ୟାନ
ବେଜିଂ, ୧୭ା୬: ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା କଥା ଭୁଲ୍ ବୋଲି କହିଛନ୍ତି ଚାଇନା ବ୍ୟାଟ୍ ଓମ୍ୟାନ ଭାବେ...


