ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ଜଣେ ମଡେଲରୁ ସୁପର ମଡେଲ ଓ ପରେ ଅଭିନେତ୍ରୀ ହେବାର ତାଙ୍କର ଯାତ୍ରା ସେତେଟା ସହଜ ନ ଥିଲା। ଅନେକ ସଂଘର୍ଷ ପରେ ସେ ୨୦୦୧ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଅଜନବୀ’ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।
ଆମେରିକାରୁ ଭାରତ ଫେରିବା ପରେ ବିପାଶାଙ୍କୁ କଳିଙ୍ଗା କଲୋନୀରେ ରହିବାକୁ ପଡ଼ିଥିଲା। ସେତେବେଳେ ଏହା ଡ୍ରାଇଭରଙ୍କ କଲୋନୀ ଥିଲା। ସେଠାରେ ବିପାଶାଙ୍କୁ ବହୁତ ଡର ଲାଗୁଥିଲା। ଏଣୁ ସକାଳୁ ଘରୁ ସେ ବାହାରି ଯାଉଥିଲେ। ନିଜ ପାଖରେ ସେ ସବୁବେଳେ ହାତୁଡ଼ି ରଖୁଥିଲେ। ଏକଦା ବିପାଶା ଫ୍ୟାଶନ ଶୋ’ରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଗୁଣ୍ଡା ତାଙ୍କର ପଛରେ ପଡ଼ିଥିଲେ। ଏହାଦେଖି ତାଙ୍କ ଡ୍ରାଇଭର ଗାଡ଼ିର ସ୍ପିଡ୍ ବଢ଼ାଇଥିଲେ। ସେଦିନକୁ ଆଜି ଯାଏ ଭୁଲିନାହାନ୍ତି ବିପାଶା। ଯେତେବେଳେ ଅତୀତ ଏବଂ ସଂଘର୍ଷର ଦିନ କଥା ପଡେ, ସେ ସର୍ବଦା ଘଟଣାଗୁଡ଼ିକୁ ମନେ ପକାଇଥାନ୍ତି। ଏବେ ସେ ଅଭିନେତା କରନ୍ ସିଂହ ଗ୍ରୋଭରଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.