ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ୨୦୨୦ରେ ନିଜ ବାନ୍ଦ୍ରା ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଯାହା ପରେ ସୁଶାନ୍ତ ହେଡ୍ଲାଇନ ଖବର ପାଲଟି ଯାଇଥିଲେ। ବଲିଉଡ୍ର ଅନେକ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତା ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସଫଳତା ପାଇବା ପରେ ସେ ଫିଲ୍ମ ‘କାଇ ପୋ ଚେ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଯେଉଁଥିରେ କି ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଆଉ ଦୁଇଦିନ ପରେ ଅଭିନେତାଙ୍କ ମୃତ୍ୟୁକୁ ବର୍ଷେ ପୂରଣ ହେବାକୁ ଯାଉଛି। ତେବେ ଜାଣନ୍ତୁ ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟର ବିଷୟରେ…
ପୃଥ୍ବୀ ଥିଏଟରରେ କାମ କରୁଥିବାବେଳେ ବାଲାଜୀ ଟେଲିଫିଲ୍ମର କାଷ୍ଟିଂ ଟିମ୍ ସୁଶାନ୍ତଙ୍କୁ ଦେଖି ସେଠାରେ ଅଡିଶନ ପାଇଁ ଏକ ଅଫର ଦେଇଥିଲେ। ଏହି ପ୍ରଦର୍ଶନରେ ଖୁସି ହୋଇ ସୁଶାନ୍ତଙ୍କୁ ଶୋ ‘କିସ ଦେଶ ମେ ହୈ ମେରା ଦିଲ୍’ରେ ପ୍ରୀତ ସିଂ ଜୁନେଜାଙ୍କ ଦ୍ୱିତୀୟ ମୁଖ୍ୟ ଭୂମିକା ଦିଆଯାଇଥିଲା। ଏହି ଶୋ’ ୨୦୦୮ ସିହାରେ ଟେଲିକାଷ୍ଟ ହୋଇଥିଲା। ଯେଉଁଥିରେ ହର୍ଷଦ ଚୋପ୍ରା ଏବଂ ଆଦିତ୍ୟ ଗୁପ୍ତା ମୁଖ୍ୟ ଭୂମିକାରେ ଥିଲେ। କିଛି ଏପିସୋଡ୍ ପରେ ଶୋ’ରୁ ସୁଶାନ୍ତଙ୍କ ଚରିତ୍ରକୁ ହଟାଇ ଦିଆଯାଇଥିଲା। କିନ୍ତୁ ଲୋକପ୍ରିୟତା ହେତୁ ପ୍ରଡ୍ୟୁସର ତାଙ୍କୁ ପୁଣି ଥରେ ଡାକିଥିଲେ।
ଶୋ ‘କିସ୍ ଦେଶ ମେ ହୈ ମେରା ଦିଲ୍’ରେ ସୁଶାନ୍ତଙ୍କ ଅଭିନୟ ଦେଖି ନିର୍ମାତା ଏକତା କପୁର ଖୁବ୍ ଆନନ୍ଦିତ ହୋଇଥିଲେ। ଏକତା ତାଙ୍କ ଶୋ’ ‘ପବିତ୍ର ରିସ୍ତା’ରେ ସୁଶାନ୍ତଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ। କିନ୍ତୁ ତାଙ୍କ ଟିମ୍ ମନା କରିଦେଇଥିଲେ। ପରେ ଏକତା କପୁର ଗ୍ୟାରେଣ୍ଟି ନେବା ପରେ ଦଳ ରାଜି ହୋଇଥିଲା। ଏହି ଶୋ’ରେ ସୁଶାନ୍ତ ମାନବ ଦେଶମୁଖଙ୍କ ଭୂମିକାରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ। ଶୋ’ର ଶୁଟିଂ ସମୟରେ ସୁଶାନ୍ତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଘନିଷ୍ଠତା ବଢ଼ିବାରେ ଲାଗିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.