କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ ଆର୍ଥିକ ବର୍ଷ ୨୦୨୦-୨୧ସମୟରେ କୌଣସି ଦରମା ନେଇ ନ ଥିବା ଜଣାପଡ଼ିଛି। ବୁଧବାର...
ପଳାତକ ଚୋକ୍ସିଙ୍କ ଜାମିନ ଆବେଦନ ଖାରଜ…
ଡୋମିନିକା,୩।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ବ୍ୟାପକ ଅର୍ଥ ହେର୍ଫେର୍ କରି ବିଦେଶରେ ଲୁଚି ବସିଥିବା ପଳାତକ ମେହୁଲ୍ ଚୋକ୍ସିଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ସାମ-ଦାମ-ଦଣ୍ଡ-ଭେଦ ନୀତି ଆପଣେଇ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ଚୋକ୍ସିଙ୍କୁ ଏହାଦ୍ୱାରା ବଡ଼ ଝଟ୍କା...
ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା
ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନ ପ୍ରକ୍ରିୟାରେ ସାମୟିକ...
ଇନ୍ସୁଲିନ୍ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍: କ୍ରିକେଟ୍ରେ ହାସଲ କରିଥିଲେ ଅନେକ ରେକର୍ଡ
ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍ ଲେନ୍ସ୍ଥିତ ବାସଗୃହରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏସ୍ସିବି ମେଡ଼ିକାଲକୁ...
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ ଦେଇଥିଲେ। ୮୭ ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିଲା।...
ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର
ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଏସ୍ବିଆଇ ଇକୋର଼୍ୟାପ୍ ରିପୋର୍ଟରେ କୁହାଯାଇଛି। ତୃତୀୟ ଲହର ଦ୍ୱିତୀୟଠାରୁ ଭିନ୍ନ...
ଧାରଣା ଦେଲେ ପରିବାର
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା ନିଖୋଜ ଏନ୍. ତ୍ରିନାଥଙ୍କ ସ୍ତ୍ରୀ ପୋଲିସକୁ ଜବାବ ମାଗିଛନ୍ତି। ଏପରି କି, ନ୍ୟାୟ...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୃତକ ପ୍ରବାସୀ ଶ୍ରମିକ। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌର ସୂଚନା ଅଧିକାର...