ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। କରୋନା ଯୋଗୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। +୨ ପିଲା ଓ ତାଙ୍କ ପରିବାରକୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତିି। ଅଗ୍ରାଧିକାର ଭିତ୍ତିରେ ରାଜ୍ୟସରକାର ଏହି ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ମଙ୍ଗଳବ ଏହି ଟିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। ଟିକାକରଣକୁ ନେଇ ରାଜ୍ୟସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। କାରଣ ସରକାର +୨ ପିଲା ଓ ତାଙ୍କ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି। ତେବେ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ହସ୍ତକ୍ଷେପ କରିବାକୁ ନବ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୩୯ ଜୀବନ
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୩୯ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୯୧୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
ଅନ୍ଲାଇନରେ ଆବେଦନ କରିବେ କ୍ଷତିଗ୍ରସ୍ତ ଜମାକାରୀ
ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଜମା ରାଶିର ପରିମାଣ ନିରୂପଣ ସକାଶେ ସମ୍ପୃକ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନରେ ଦାବି...
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି...
ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା
ପୁରୀ ଅଫିସ, ୮।୬: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୬(ବ୍ୟୁରୋ): ପରଲୋକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ...
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...


