ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। କରୋନା ଯୋଗୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। +୨ ପିଲା ଓ ତାଙ୍କ ପରିବାରକୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତିି। ଅଗ୍ରାଧିକାର ଭିତ୍ତିରେ ରାଜ୍ୟସରକାର ଏହି ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ମଙ୍ଗଳବ ଏହି ଟିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। ଟିକାକରଣକୁ ନେଇ ରାଜ୍ୟସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। କାରଣ ସରକାର +୨ ପିଲା ଓ ତାଙ୍କ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି। ତେବେ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ହସ୍ତକ୍ଷେପ କରିବାକୁ ନବ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ଟିକା ଗ୍ଲୋବାଲ ଟେଣ୍ଡରକୁ ଧକ୍କା
ଭୁବନେଶ୍ୱର,୨ା୬(ବ୍ୟୁରୋ):ରାଜ୍ୟ ସରକାର ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ହେଲେ ଟିକା ସଂଗ୍ରହ କରିବା ଏବେ ସରକାରଙ୍କ ପାଇଁ...
୧୭ ଯାଏ ଓଏଚ୍ଆର୍ସିକୁ ସର୍ବସାଧାରଣ ପ୍ରବେଶ ମନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି।...
ସ୍ବମନ୍ଦିର ଫେରିଲେ ଦେବଦମ୍ପତି
ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ...
୭ରୁ ପ୍ରାକ୍ ମୌସୁମୀ ବର୍ଷା
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଏବେ ତାପମାତ୍ରା ଅଧିକ ରହୁଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି। ଶୁକ୍ରବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା...
କରୋନାରେ ୩୦ ହଜାର ପିଲା ଅନାଥ
ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...
ନେଟ୍ଓ୍ବର୍କ ପାଇବାକୁ ନୟାନ୍ତ
ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...
ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ
ଖମାର,୧୮ା୬ ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍...
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩,୬୫୦ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ୨ଦିନ ହେଲା ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ବୁଧବାର...


