ସୁନ୍ଦରଗଡ,୨।୬(ଡି.ଏନ.ଏ.): ସୁନ୍ଦରଗଡ ଟିଡିସିସି ଜିଲା ମ୍ୟାନେଜର ଜୟପ୍ରକାଶ ମହାନ୍ତି ବୁଧବାର ସକାଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଛନ୍ତି। ସେ ସକାଳୁ ନିଜ ଘରକୁ ଯିବା ପାଇଁ ସୁନ୍ଦରଗଡରୁ ଏକ ଗାଡ଼ିରେ ଝାରସୁଗୁଡା ରେଳ ଷ୍ଟେସନକୁ ଯାଉଥିଲେ। ସେଠାରୁ ସେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଯୋଗେ ଘରକୁ ଯିବା ପାଇଁ ଟିକେଟ କରିଥିଲେ। ସାଙ୍ଗରେ ଏତେ ପରିମାଣର ଟଙ୍କା ଧରି ଯାଉଥିଲା ସୂଚନା ପାଇ ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୁଜାରୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ମସ୍ନିକାନୀ ଏଲ ଆଣ୍ଡ ଟି ଟୋଲ ଠାରେ ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ ବେଳେ ଏହି ଟଙ୍କା ଜବତ କରି ଅଟକ ରଖି ପଚରାଉଚୁରା ଚଳାଇଛନ୍ତି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ: ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା
ଗଞ୍ଜାମ,୧୭।୬(ଡି.ଏନ୍.ଏ.): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ପରିଦର୍ଶନରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଗୁରୁବାର ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର, ବିଡ଼ିଓ ଓ ଏନ୍ଏସି...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
ଧାନ କିଣାବିକା ସମସ୍ୟା: ତେଜୁଛି ଆନ୍ଦୋଳନ
ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା...
ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ
ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...
ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ
ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...


