E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଶିକ୍ଷକତାକୁ ଦୂରୁ ଜୁହାର
7:13 amJune 15, 2021

ଅକ୍ଷୟ କୁମାର ମିଶ୍ର

ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ ଯେତେବେଳେ ସରକାର ଏହି ସ୍ପର୍ଶକାତର ପ୍ରସଙ୍ଗ ଉପରେ ନିଷ୍ପତ୍ତି କଲେ ସେହି ସମୟରେ ମୋର ଏକ ଆଲେଖ୍ୟ ‘ବିଦ୍ୟାଳୟ ବନ୍ଦ କରିଦେଲେ ବ୍ୟବସ୍ଥା ବଦଳି ଯିବ’ରେ ଆଲୋଚନା ରଖିଥିଲି। ଏଣୁ ସ୍ବାଭାବିକ ଭାବେ ଏହି ରାୟ ମୋତେ ଖୁସି କରିଛି। ଅନେକଙ୍କୁ ଖୁସି କରିଥିବ ନିଶ୍ଚୟ। କିନ୍ତୁ ଏହି ରାୟ ଦେବା ସମୟରେ ମାନ୍ୟବର କୋର୍ଟ ନିଜସ୍ବ ମତ ରଖିବାକୁ ଯାଇ କହିଛନ୍ତି, ଆଉ କେହି ସ୍କୁଲ ଶିକ୍ଷକ ହେବାକୁ ଚାହୁଁନାହାନ୍ତି। ଏହି ଉକ୍ତି ଆଦୌ ଅପ୍ରାସଙ୍ଗିକ ନୁହେଁ। ଆମେ ଯଦି ବିଗତ ବର୍ଷଗୁଡ଼ିକରେ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରୀଛାତ୍ରମାନଙ୍କର ସାକ୍ଷତ୍‌କାରକୁ ଦେଖିବା ଏମିତି ଜଣେ ମଧ୍ୟ ପିଲା ପାଇବା ନାହିଁ ଯିଏ କହିଛି ‘ମୁଁ ଭବିଷ୍ୟତରେ ଜଣେ ସ୍କୁଲ ଶିକ୍ଷକ ହେବାକୁ ଚାହେଁ।’ ପରନ୍ତୁ ଏକଥା ଯଦି ଦୈବାତ୍‌ ଉଠିଛି ତେବେ ଶୁଣିବାକୁ ମିଳିଛି ‘ନାରେ ବାବା ନା, ଶିକ୍ଷକତାକୁ ନା। ଶିକ୍ଷକତାକୁ ଦୂରୁ ଜୁହାର ।’
ଶିକ୍ଷକ ସମାଜର ନିର୍ମାତା, ମଣିଷଗଢ଼ା କାରଖାନାର ବିଶ୍ୱକର୍ମା। ସମାଜର ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେଉଛନ୍ତି ଶିକ୍ଷକ । ଶିକ୍ଷକତା କେବଳ ଏକ ଆଦର୍ଶ ବୃତ୍ତି ନୁହେଁ ଏକ ବ୍ରତ। ଏମିତି ଯେତେ ଭଲ ଭଲ କଥା କହିଲେ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନେ ଯେ ଶିକ୍ଷକତା ପ୍ରତି ବିମୁଖ ଏହାକୁ ଅସ୍ବୀକାର କରି ହେବ ନାହିଁ । ପୁନଶ୍ଚ ଏହି ନକାରାତ୍ମକ ଭାବନା ପାଞ୍ଚ ଦଶ ବର୍ଷ ଭିତରେ ସୃଷ୍ଟି ହୋଇ ନାହିଁ । ଦୀର୍ଘବର୍ଷ ଧରି ଶିକ୍ଷା ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ପରିଚାଳନା ଆମ ପିଲାଙ୍କୁ ଏଭଳି ଏକ ଆଦର୍ଶ ବୃତ୍ତିଠାରୁ ଦୂରେଇ ଯିବାକୁ ବାଧ୍ୟ କରିଛି । ଏମିତି ନୈରାଶ୍ୟବାଦର ପଶ୍ଚାତ୍‌ଭାଗରେ ଥିବା କିଛି ପ୍ରମୁଖ କାରଣ ସମ୍ପର୍କରେ ଆଲୋଚନା କରିବା ଏହି ଆଲେଖ୍ୟର ମୂଳ ଉଦ୍ଦେଶ୍ୟ।
ଆମ ଦେଶର ମଣିଷ ଭିତରେ କେତୋଟି ଜାତି ଅଛି ପଚାରିଲେ ଯେମିତି ଠିକ୍‌ ଉତ୍ତର ମିଳିବନି, ସେମିତି ଆମ ରାଜ୍ୟରେ ଶିକ୍ଷକ କେତେ ପ୍ରକାର ଉତ୍ତର ପାଇବା ମୁସ୍କିଲ। ଗଣ, ପାରାଠାରୁ ଆରମ୍ଭ କରି ଶିକ୍ଷା କର୍ମୀ, ଶିକ୍ଷାସହାୟକ, କନିଷ୍ଠ ଶିକ୍ଷକ, ବରିଷ୍ଠ ଶିକ୍ଷକ, ଜିଲା ପରିଷଦ ଶିକ୍ଷକ, ବ୍ଲ୍ଳକ୍‌ଗ୍ରାଣ୍ଟ ଶିକ୍ଷକ, ନୂତନ ଅନୁଦାନପ୍ରାପ୍ତ ପୁଣି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷକ, ଚୁକ୍ତିଭିତ୍ତିକ ଶିକ୍ଷକ, ସରକାରୀ ଶିକ୍ଷକ ଏମିତି ବିଭିନ୍ନ ପ୍ରକାରର ଶିକ୍ଷକ ଆମ ରାଜ୍ୟରେ ଅଛନ୍ତି । ଅଳ୍ପ କିଛି ପୁରୁଣା ସରକାରୀ ଶିକ୍ଷକଙ୍କ କଥା ଛାଡ଼ି ଦେଲେ ସମସ୍ତଙ୍କ ପଛରେ ଏକ ଲମ୍ବା କାହାଣୀ ଅଛି। ବିଂଶ ଶତାବ୍ଦୀର ଅଶୀ ଦଶକରୁ ଏହି କାହାଣୀ ଲେଖା ଆରମ୍ଭ ହୋଇଛି, ପରିସମାପ୍ତି କେବେ କାହାକୁ ଜଣା ନାହିଁ।
ଏହି ଦୀର୍ଘ କାହାଣୀର କଥାବସ୍ତୁ ପ୍ରଥମେ ପ୍ରାଥମିକ ବିଦ୍ୟାଳୟଠାରୁ ଲେଖିବା ଆରମ୍ଭ ହେଲା।
ପ୍ରଥମେ ସ୍ଥାୟୀଶିକ୍ଷକ ନିଯୁକ୍ତି ଉପରେ ରୋକ ଲାଗିଲା ଏବଂ ୧୯୮୯ ମସିହାରେ ନିୟମିତ ଶିକ୍ଷକ ବଦଳରେ ନିଯୁକ୍ତି ଦିଆଗଲା ଶିକ୍ଷାକର୍ମୀ। ”ପ୍ରସାଦ ବାଣ୍ଟିଣ ଖାଇବା …“ ଏହି ନୀତିରେ ଜଣେ ଶିକ୍ଷକଙ୍କ ଦରମାକୁ ବଣ୍ଟାଗଲା ତିନିଜଣ ଶିକ୍ଷାକର୍ମୀଙ୍କ ମଧ୍ୟରେ। ତା’ପରେ ଦୃଷ୍ଟିପଡ଼ିଲା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଉପରେ। ଏଠାରେ ଶେଷଥର ପାଇଁ ୧୯୯୨ରେ ଜିଲା ସିଲେକ୍ସନ ବୋର୍ଡ ଦ୍ୱାରା ଶିକ୍ଷକ ନିଯୁକ୍ତି ହୋଇଥିଲା । ତା’ ପରଠାରୁ ଏ ଯାବତ୍‌ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନିଯୁକ୍ତି ହୁଏ ନାହିଁ । ପୁରୁଣା ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ି ନ ଥିଲେ। ୧୯୮୯-୯୦ରେ ଏଠାରେ ୮୯ ଦିନିଆ (ଆଡହକ) ନିଯୁକ୍ତି ଦିଆଗଲା, ତାହା ପୁଣି ୬୦୦ ଟଙ୍କା ଦରମାରେ । ୧୯୯୪ ମସିହା ସ୍କୁଲ ଶିକ୍ଷକଙ୍କ ପାଇଁ ଯେତିକି ଭଲ ସେତିକି ମନ୍ଦ। ଏହି ବର୍ଷ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ସରକାରୀ କରାଗଲା ଏବଂ ଅନୁଦାନଯୋଗ୍ୟ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ସରକାର ଅନୁଦାନ ଦେଲେ। ଅପରପକ୍ଷେ ଏହି ବର୍ଷ ଏକ ଅନୁଦାନ ଆଇନ ଆସିଲା ଯାହାକୁ କଳା ଆଇନ ବୋଲି ଅଭିହିତ କରି କିଛି ଶିକ୍ଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା। ପୁନଶ୍ଚ ୧୯୯୭ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଶେଷଥର ପାଇଁ ନିୟମିତ ଶିକ୍ଷକ ନିଯୁକ୍ତି ହୋଇଥିଲା। ତା’ପରେ ଆମ ରାଜ୍ୟରେ ଥିବା ସିଲେକ୍ସନ ବୋର୍ଡକୁ ଅକାମୀ କରି ଦିଆଗଲା। ୨୦୦୪ରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷା ସହାୟକ ଓ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଦିଆଗଲା। ସେହି ବର୍ଷ ଆଉ ଏକ କଳଙ୍କିତ ଅଧ୍ୟାୟର ସୂତ୍ରପାତ ହେଲା। ସରକାରୀ ନିୟମ ଆଧାରରେ ୧୯୮୫ ପରବର୍ତ୍ତୀ ସମୟରେ ଯେଉଁ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ନ୍ୟାୟତଃ ଯେଉଁମାନେ ପାଞ୍ଚ ସାତ ବର୍ଷ ପରେ ଅନୁଦାନ ପାଇବା କଥା ସେମାନଙ୍କୁ ସରକାର ଦରମା ନ ଦେଇ ଦେଲେ ବ୍ଲକଗ୍ରାଣ୍ଟ। ପୁଣି ୨୦୦୮ରେ ଶିକ୍ଷକଙ୍କ ଭିତରେ ଆଉ ଗୋଟିଏ ନୂଆ ଜାତି ସାମିଲ ହେଲା ସେମାନଙ୍କୁ କୁହାଗଲା ଗଣଶିକ୍ଷକ।
ଉପରୋକ୍ତ ସମସ୍ତ ଶିକ୍ଷକଙ୍କ ଦରମା ରହିଲା ମୁଣ୍ଡାମୁଣ୍ଡି। ଅର୍ଥାତ୍‌ ସମସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଯେଉଁ ବାର୍ଷିକ ଦରମା ବୃଦ୍ଧି ଏବଂ ପ୍ରତି ଛ’ମାସ ଅନ୍ତରରେ ମହଙ୍ଗା ଭତ୍ତା ବୃଦ୍ଧିର ବ୍ୟବସ୍ଥା ଥାଏ ଏମାନେ ଏଥିରୁ ବଞ୍ଚତ୍ତ ହେଲେ। ଚାକିରି ସର୍ତ୍ତାବଳୀ କିମ୍ବା ଅବସରକାଳୀନ ସୁବିଧା ସୁଯୋଗ ମଧ୍ୟ ରହିଲା ନାହିଁ। କେବେ ନିୟମିତ ହେବେ ସେ କଥା ମଧ୍ୟ ଉଲ୍ଲେଖ ନ ଥିଲା। ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ସମାନ କାମରେ ନିୟୋଜିତ ହୋଇ ଗୋଟିଏ ଛାତତଳେ ବସୁଥିବା ଏହି ଶିକ୍ଷକମାନେ କେତେଦିନ ଏପ୍ରକାର ଶୋଷଣକୁ ସହିଥାନ୍ତେ ? ଆରମ୍ଭ ହେଲା ଆନ୍ଦୋଳନ। ପୋଲିସର ଲାଠି ପ୍ରହାର ପିଠିରେ ବାଜିଲା। ଜେଲ ଯିବାକୁ ପଡ଼ିଲା। ଖରା, ବର୍ଷା, ଶୀତ, କାକରରେ ପଡି ପଡି କିଛି ଜୀବନ ହାରିଲେ। ଶାସକ ଶ୍ରେଣୀର ଶୁଭ ଦୃଷ୍ଟି ଯାହା ଉପରେ ପଡିଲା ସେ କିଛି ମାତ୍ରାରେ ତରିଗଲା। କାହାକୁ ଛ’ବର୍ଷରେ, କାହାକୁ ଆଠ ବର୍ଷରେ ପୁଣି କାହାକୁ ନ’ବର୍ଷରେ ନିୟମିତ କରାଯିବାର ଆଇନ ହେଲା।
ଆଉ କେତେକ କ୍ଷେତ୍ରରେ କେବଳ ଆନ୍ଦୋଳନରେ ସରକାର ନଇଁଲେ ନାହିଁ, ଉଚ୍ଚ ନ୍ୟାୟାଳୟ ଛାଟ ଯୋଗୁ ଅନୁଦାନ ଦେଲେ କିନ୍ତୁ ନୂଆ ରୂପରେ। ନା ଦେଲେ ଚାକିରି ସର୍ତ୍ତାବଳୀ ନା ଦେଲେ ଅବସରକାଳୀନ ସୁବିଧା ସୁଯୋଗ। ଅବସର ପରେ ଅବଶିଷ୍ଟ ଜୀବନ ଅନ୍ଧକାର। ମୂଲ ଲାଗିବାକୁ ପଡିବ, ଲାଜ ସରମ ଭୁଲି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାଡିରେ ଛିଡ଼ା ହେବାକୁ ହେବ। ଆମ ରାଜ୍ୟର ଏଇ ହେଉଛି ଶିକ୍ଷକର କାହାଣୀ। ଏହା ଜାଣିଲା ପରେ ଜଣେ ମେଧାବୀ ଛାତ୍ର ସ୍କୁଲ ଶିକ୍ଷକ ହେବାପାଇଁ ମନ ବଳାଇବ କାହିଁକି? କାହିଁକି ନିଜ ଜୀବନକୁ ବରବାଦ କରିବ? ଜାଣି ଜାଣି କାହିଁକି ଏକ ଅନିଶ୍ଚିତ ଭବିଷ୍ୟତକୁ ସ୍ବାଗତ କରିବ?
ଏବେ ଶିକ୍ଷକଙ୍କ ସମ୍ମାନ ଓ ସାମଜିକ ପ୍ରତିଷ୍ଠା ବିଷୟରେ କିଛି ଆଲୋକପାତ କରିବା। ଶିକ୍ଷକ-ଶିକ୍ଷାର୍ଥୀ, ଶିକ୍ଷକ-ସମାଜ, ଶିକ୍ଷକ-ଶାସକ ସମ୍ପର୍କ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏହି ସମ୍ପର୍କ କେତେ ନିବିଡ଼ ଥିଲା ଏବଂ ସମାଜରେ ଶିକ୍ଷକ/ଗୁରୁର ସମ୍ମାନ, ସହଭାଗିତା କେତେ ଅଧିକ ଥିଲା ତା’ର ବହୁ ଦୃଷ୍ଟାନ୍ତ ଆମେ ପୁରାଣରେ ପାଇପାରିବା। ସମ୍ପ୍ରତି ସବୁକିଛି ଓଲଟ ପାଲଟ ହୋଇଯାଇଛି। ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୋଗୁ ଶିକ୍ଷକର ମାନ, ସମ୍ମାନ ଓ ପ୍ରତିଷ୍ଠା ପତନମୁଖୀ।
ଯେଉଁ କାମ ଶିକ୍ଷକର ନୁହେଁ ସେହି କାର୍ଯ୍ୟସବୁ ତାଙ୍କ ଦ୍ୱାରା କରାଇ ଅନେକାଂଶରେ ବଦନାମ କରାଯାଉଛି।
ଡାଲି, ଚାଉଳ, ଅଣ୍ଡାର ହିସାବ ରଖିବା, ସ୍କୁଲ ଗୃହ ନିର୍ମାଣ କରିବା, ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା, ବିପିଏଲ୍‌ ଗଣନାଠାରୁ ସମସ୍ତ ଅର୍ଥନୈତିକ ସର୍ଭେ କରିବା, ଜନଗଣନାଠାରୁ ପଶୁପକ୍ଷୀ ଗଣନା, ଏସବୁ କାର୍ଯ୍ୟ କ’ଣ ଶିକ୍ଷକଙ୍କୁ ବାଦ୍‌ ଦେଇ କରାଯାଇ ପାରନ୍ତା ନାହିଁ?
ପୁନଶ୍ଚ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପଦୋନ୍ନତି ପ୍ରଥା ପ୍ରତିଷ୍ଠା ପ୍ରାପ୍ତିର ଏକ ସୁଯୋଗ ସୃଷ୍ଟି କରିଥାଏ। ଅତୀତରେ ପଦୋନ୍ନତି ଜରିଆରେ ଶିକ୍ଷକ ଶିକ୍ଷା ବିଭାଗର ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରୁଥିଲେ। ଫଳରେ ସେମାନେ ସାମାଜିକ ପ୍ରତିଷ୍ଠା ପାଇବା ସହିତ ସେମାନଙ୍କର ଅଭିଜ୍ଞତା ବ୍ୟବସ୍ଥାକୁ ସଜାଡିବା କ୍ଷେତ୍ରରେ ବେଶ୍‌ ଉପଯୋଗୀ ହେଉଥିଲା। ଆଜି ଶିକ୍ଷକ ପାଇଁ ସେ ଦ୍ୱାର ରୁଦ୍ଧ କରାଯାଇ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ଅପରପକ୍ଷେ ସମସ୍ତ ସରକାରୀ ନିଯୁକ୍ତି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପରୀକ୍ଷାରେ କୃତିତ୍ୱ ହାସଲ କଲା ପରେ ନିଯୁକ୍ତି, ତା’ପରେ ସବୈତନିକ ତାଲିମର ବ୍ୟବସ୍ଥା ଅଛି। କିନ୍ତୁ ଶିକ୍ଷକ ହେବାକୁ ହେଲେ ପ୍ରଥମେ ଦୁଇ ବର୍ଷିଆ ତାଲିମ ଆବଶ୍ୟକ।
ପୁଣି ତାଲିମ ପାଇଁ ପରୀକ୍ଷା ଦେଇ ମନୋନୀତ ହେବାକୁ ପଡ଼ିବ। ତାଲିମରେ ଉତ୍ତୀର୍ଣ୍ଣ ହେଲା ପରେ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଓଟିଇଟି ଏବଂ ମାଧ୍ୟମିକ ଶିକ୍ଷକଙ୍କ ପାଇଁ ଓଏସ୍‌ଟିଇଟି ପରୀକ୍ଷା ଦେବା ଜରୁରୀ। ଏତିକିରେ କଥା ସରୁନାହିଁ ପୁନଶ୍ଚ ନିଯୁକ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ପରୀକ୍ଷାରେ କୃତିତ୍ୱ ହାସଲ କରିବାକୁ ପଡ଼ିବ।
ସିଧା କଥାରେ କହିବାକୁ ଗଲେ ଯେଉଁଠି ସୁନ୍ଦର ସମ୍ଭାବନାମୟ ଭବିଷ୍ୟତ ପରିବର୍ତ୍ତେ ଅଜସ୍ର ଦୁଃଖ, କଷ୍ଟ, ଲାଞ୍ଛନା, ସମ୍ମାନ ଓ ପ୍ରତିଷ୍ଠା ବଦଳରେ ନିନ୍ଦା ଅପବାଦ ମିଳୁଛି। ସେଭଳି ଏକ ବୃତ୍ତି ପ୍ରତି ମେଧାବୀ ଛାତ୍ରଟିଏ ଆଗ୍ରହ ପ୍ରକାଶ କରିବ ବା କାହିଁକି? ଯାହାକୁ ପଚାରିଲେ ଉତ୍ତର ଆସେ ଡାକ୍ତର, ଯନ୍ତ୍ରୀ, ପ୍ରଶାସନିକ ଅଧିକାରୀ କିଛି ନ ହେଲେ ଓକିଲଟିଏ ହେବି ବରଂ ଶିକ୍ଷକ ହେବିନାହିଁ। ଶିକ୍ଷା ବ୍ୟବସ୍ଥା ପାଇଁ ଏହା ବିଶେଷ ବିଡ଼ମ୍ବନା। ଏହାର ପରିବର୍ତ୍ତନ ଲୋଡ଼ା। ମେଧାବୀ ଛାତ୍ରୀଛାତ୍ରଙ୍କୁ ଏଥିପ୍ରତି ଆକୃଷ୍ଟ କରିବାକୁ ହେଲେ ଚୟନ ପ୍ରକ୍ରିୟାକୁ ସରଳୀକରଣ କରିବା ଜରୁରୀ। ଅସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପରିହାର କରିବାକୁ ପଡ଼ିବ। ଗ୍ଲୋବାଲ ଟିଚର୍ସ ଷ୍ଟେଟ୍‌ସ ଇନ୍‌ଡେକ୍ସ -୨୦୧୮ର ସର୍ଭେ ଅନୁଯାୟୀ ଚାଇନା, ମାଲେସିଆ, ତାଇୱାନ, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶରେ ଶିକ୍ଷକଙ୍କୁ ଯେମିତି ଗୁରୁତ୍ୱ ଓ ସମ୍ମାନ ପ୍ରଦାନ କରାଯାଏ ଆମ ଦେଶ ତାହାକୁ ଅନୁସରଣ କଲେ ଶିକ୍ଷକତା ପ୍ରତି ସମସ୍ତଙ୍କ ମନରେ ସକାରାତ୍ମକ ଭାବନା ଜାତ ହେବ।
ସମ୍ପାଦକ, ଦୀନକୃଷ୍ଣ ସାହିତ୍ୟ-ସଂସ୍କୃତି ସଂସଦ, ଜଳେଶ୍ୱର, ବାଲେଶ୍ୱର, ମୋ: ୭୦୦୮୦୭୩୫୯୯


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...

ଏଇ ଭାରତରେ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...

ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା

ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...

ପେନ୍‌ ପିଣ୍ଟର ବିଜେତା

ବିଶ୍ୱରେ କଳା ଲୋକଙ୍କୁ ଘୃଣା କରିବାର ଇତିହାସ ବହୁ ପୁରୁଣା। କିନ୍ତୁ ସମୟ ପ୍ରମାଣ ଦେଇଛି ସେହି କୃଷ୍ଣକାୟମାନେ ପରିଶ୍ରମ ଓ ଧୀଶକ୍ତି ବଳରେ ଗୋରା...

ପ୍ରତିବାଦର ସ୍ବର

ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...

ବାକ୍‌ ସ୍ବାଧୀନତା ବନାମ ମିଥ୍ୟା ଖବର

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍‌ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅସହାୟ ଜି ୭
Next Post Next post:
କରୋନା ଓ ଏକ୍‌ମୋ ଯନ୍ତ୍ର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts