ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, କିନ୍ତୁ ପ୍ରଶଂସକମାନେ ତାଙ୍କୁ ବିଜୟ ବୋଲି ଜାଣନ୍ତି। ବିଜୟ ପ୍ରାୟତଃ ତାମିଲ ଆକ୍ସନ, ଡ୍ରାମା ଏବଂ ଥ୍ରୀଲର ଫିଲ୍ମରେ କାମ କରିଛନ୍ତି। ବିଜୟଙ୍କ ପିତା ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ନିର୍ମାତା ଏବଂ ପ୍ରଯୋଜକ। ବିଜୟ ଅନେକ ପୁରସ୍କାର ଜିତିଛନ୍ତି। ଦୀର୍ଘ ଦିନ ଧରି ବିଜୟ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିଥିଲେ। ମୁଖ୍ୟ ଅଭିନେତା ଭାବରେ ବିଜୟଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ନାଲୟା ଥିରପୁ’। ଏହି ଚଳଚ୍ଚିତ୍ର ୧୯୯୨ ମସିହାରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ କାମ କରୁଥିଲେ ବିଜୟଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହା ପରେ ସେ ସାଉଥ ସିନେମାର ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଜୟଙ୍କ ସହ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ। ପ୍ରିୟଙ୍କା ଏବଂ ବିଜୟଙ୍କ ତାମିଲ ଚଳଚ୍ଚିତ୍ର ଥିଲା ଥାମିଜାନ। ଏହି ଚଳଚ୍ଚିତ୍ର ୨୦୦୨ ମସିହାରେ ଆସିଥିଲା। ଏହା ବ୍ୟତୀତ ବିଜୟ ଶ୍ରୀଦେବୀଙ୍କ ସହ ମଧ୍ୟ କାମ କରିଛନ୍ତି।
ବିଜୟ ତାଙ୍କ ଅଭିନୟ ଯୋଗୁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ବିଜୟଙ୍କ ସ୍ତ୍ରୀଙ୍କ ନାମ ସଙ୍ଗୀତା। ଉଭୟ ୨୫ ଅଗଷ୍ଟ ୧୯୯୯ରେ ବିବାହ କରିଥିଲେ। ବିଜୟ ଦୁଇ ସନ୍ତାନର ପିତା। ବିଜୟ ଏବଂ ସଂଗୀତର ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ବିଜୟ ନିଜର ଜଣେ ପ୍ରଶଂସକଙ୍କୁ ବିବାହ କରିଛନ୍ତି। ସଙ୍ଗୀତା ବ୍ରିଟେନରେ ରହୁଥିଲେ ଏବଂ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ତାଙ୍କ ଚଳଚ୍ଚିତ୍ର ପୁଭ ଉନାକାଗା ୧୯୯୬ ମସିହାରେ ମୁକ୍ତିଲାଭ କରିଥିଲା। ବିଜୟ ଏହି ଚଳଚ୍ଚିତ୍ରରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଯାହା କେବଳ ସ୍ଥାନୀୟ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ବରଂ ବିଦେଶରେ ରହୁଥିବା ତାମିଲ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ହିଟ୍ ହୋଇଥିଲା। ବିଜୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାମିଲ ଅଭିନେତା। ଚେନ୍ନାଇର ଫିଲ୍ମ ସିଟିରେ ବିଜୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ଶୁଟିଂ କରୁଥିଲେ। ଶୁଟିଂ ବିରତି ସମୟରେ ଜଣେ ଝିଅ ତାଙ୍କ ପାଖକୁ ଆସି ନିକୁ ସଙ୍ଗୀତା ବୋଲି ପରିଚୟ ଦେଇଥିଲେ। ସଙ୍ଗୀତା ବିଜୟଙ୍କୁ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଜଣାଇଥିଲେ। ବ୍ରିଟେନରେ ଅବସ୍ଥାପିତ ଶ୍ରୀଲଙ୍କାର ତାମିଲ ଶିଳ୍ପପତିଙ୍କ ଝିଅ ସଙ୍ଗୀତାଙ୍କ ଏହି ଶୈଳୀକୁ ବିଜୟ ପସନ୍ଦ କରିଥିଲେ। ପରେ ଦୁହେଁ ଦୀର୍ଘ ସମୟ କଥା ହେବା ଆରମ୍ଭ କଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦିନେ ବିଜୟଙ୍କ ପିତା ସଙ୍ଗୀତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ବିବାହ ପ୍ରସ୍ତାବ ଦେଇଥିଲେ। ସଙ୍ଗୀତା ମଧ୍ୟ ରାଜି ହୋଇଥିଲେ ଏବଂ ଅଗଷ୍ଟ ୨୫, ୧୯୯୯ରେ ଉଭୟଙ୍କ ବିବାହ ହୋଇଥିଲା। ବିଜୟ ଖ୍ରୀଷ୍ଟିଆନ ଏବଂ ସଙ୍ଗୀତା ହିନ୍ଦୁ ଧର୍ମର ହୋଇଥିଲେ ମଧ୍ୟ ଉଭୟଙ୍କ ପ୍ରେମ ମଧ୍ୟରେ ଧର୍ମ ଆସି ନଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବିଜୟ ସଙ୍ଗୀତାଙ୍କୁ ବିବାହ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.