ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ ନିଶାଙ୍କ ସହ ପାରିବାରିକ ହିଂସା ଘଟାଇବା ଅଭିଯୋଗରେ କରଣ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏବେ ସେ ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ତାଙ୍କ ବିବୃତ୍ତି ରେକର୍ଡ କରୁଛି।
ଗତ କିଛି ଦିନ ହେବ କରଣ ମେହେରା ଏବଂ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଥିଲା। ଏହି ବିଷୟରେ ଦମ୍ପତିଙ୍କୁ ମଧ୍ୟ ପଚରା ଯାଇଥିଲା। କିନ୍ତୁ ଅଭିନେତା ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ନିଶା ସମସ୍ତ ଗୁଜବକୁ ଅସ୍ବୀକାର କରି କହିଛନ୍ତି ଯେ ଆମ ମଧ୍ୟରେ ସବୁକିଛି ଠିକ ଅଛି। ଏବେ କରଣଙ୍କ ଗିରଫଦାରୀରୁ ଏହା ସ୍ପଷ୍ଟ ହୋଇଛି ଯେ ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ ଚାଲି ନ ଥିଲା।
କରଣ ମେହେରା ଏବଂ ନିଶା ରାୱଲ ୨୦୦୮ ମସିହାରେ ଫିଲ୍ମ ‘ହଁସତେ ହଁସତେ’ ସେଟରେ ସାକ୍ଷାତ ହୋଇଥିଲେ। କରଣ ମେହେରା ସେହି ଚଳଚ୍ଚିତ୍ରରେ ଷ୍ଟାଇଲିଷ୍ଟ ଭାବରେ କାମ କରୁଥିଲେ। ଅଭିନେତା ହେବା ବ୍ୟତୀତ କରଣ ମେହେରା ମଧ୍ୟ ଜଣେ ଫ୍ୟାଶନ ସ୍ନାତକ। କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ।
ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନୈତିକ ସିଂଘାାନିଆ ଭୂମିକାରେ ଅଭିନୟ କରି କରଣ ମେହେରା ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହିନା ଖାନ ଥିଲେ, ଯିଏ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ। କରଣ ‘ବିଗ ବସ ୧୦’ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ନିଶାଙ୍କ ସହ ‘ନଚ ବଲିୟେ ୫’ ଏବଂ ‘କିଚେନ ଚାମ୍ପିଅନ ୫’ରେ ମଧ୍ୟ ଅଂଶ ଥିଲେ।
ଅନ୍ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ
ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ...
ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…
ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍ ଓରଫ...
ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...
ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ଭେଟେରାନ ଅଭିନେତା ନେଡ ବିଟିଙ୍କ ପରଲୋକ ହୋଇଛି। ସୁପରମ୍ୟାନ, ନେଟୱାର୍କ ପରି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସେ ନଜର ଆସିଥିଲେ। ମୃତ୍ୟୁବେଳକୁ ନେଡଙ୍କୁ ୮୩ ବର୍ଷ...
ପୁଅର ପ୍ରଥମ ଝଲକ୍ ଦେଖାଇଲେ କପିଲ୍ ଶର୍ମା
କମେଡି କିଙ୍ଗ୍ କପିଲ୍ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ...
ଜନ୍ମଦିନରେ ସ୍ବାମୀଙ୍କଠାରୁ ଏମିତି ଖାସ୍ ପ୍ରତିଶ୍ରୁତି ପାଇଲେ ନେହା କକ୍କର
ବଲିଉଡ୍ ଗାୟିକା ନେହା କକ୍କର ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ସ୍ବାମୀ ରୋହନପ୍ରୀତ ସିଂଙ୍କ...
ଭାବୁକ ହେଲେ ଫର୍ହାନ: କହିଲେ ‘ଆପଣ ଆଉ ନାହାନ୍ତି ବିଶ୍ୱାସ ହେଉନାହିଁ’
ବମ୍ବେ: ଆଉ ନାହାନ୍ତି ‘ଫ୍ଲାଇଂ ଶିଖ୍’। ମହାନ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳଜଗତରେ ଶୋକର ଛାୟା...
ହନିମୁନ୍ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି...


