ଅନେକ ଦିନ ଧରି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ଏବେ ନିଶାଙ୍କ ସହ ପାରିବାରିକ ହିଂସା ଘଟାଇବା ଅଭିଯୋଗରେ କରଣ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏବେ ସେ ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ତାଙ୍କ ବିବୃତ୍ତି ରେକର୍ଡ କରୁଛି।
ଗତ କିଛି ଦିନ ହେବ କରଣ ମେହେରା ଏବଂ ନିଶା ରାୱଲଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଥିଲା। ଏହି ବିଷୟରେ ଦମ୍ପତିଙ୍କୁ ମଧ୍ୟ ପଚରା ଯାଇଥିଲା। କିନ୍ତୁ ଅଭିନେତା ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ନିଶା ସମସ୍ତ ଗୁଜବକୁ ଅସ୍ବୀକାର କରି କହିଛନ୍ତି ଯେ ଆମ ମଧ୍ୟରେ ସବୁକିଛି ଠିକ ଅଛି। ଏବେ କରଣଙ୍କ ଗିରଫଦାରୀରୁ ଏହା ସ୍ପଷ୍ଟ ହୋଇଛି ଯେ ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ ଚାଲି ନ ଥିଲା।
କରଣ ମେହେରା ଏବଂ ନିଶା ରାୱଲ ୨୦୦୮ ମସିହାରେ ଫିଲ୍ମ ‘ହଁସତେ ହଁସତେ’ ସେଟରେ ସାକ୍ଷାତ ହୋଇଥିଲେ। କରଣ ମେହେରା ସେହି ଚଳଚ୍ଚିତ୍ରରେ ଷ୍ଟାଇଲିଷ୍ଟ ଭାବରେ କାମ କରୁଥିଲେ। ଅଭିନେତା ହେବା ବ୍ୟତୀତ କରଣ ମେହେରା ମଧ୍ୟ ଜଣେ ଫ୍ୟାଶନ ସ୍ନାତକ। କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ।
ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନୈତିକ ସିଂଘାାନିଆ ଭୂମିକାରେ ଅଭିନୟ କରି କରଣ ମେହେରା ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହିନା ଖାନ ଥିଲେ, ଯିଏ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ। କରଣ ‘ବିଗ ବସ ୧୦’ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ନିଶାଙ୍କ ସହ ‘ନଚ ବଲିୟେ ୫’ ଏବଂ ‘କିଚେନ ଚାମ୍ପିଅନ ୫’ରେ ମଧ୍ୟ ଅଂଶ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.