ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପ୍ରେମିକ ରଣବୀର କପୁରଙ୍କୁ ନେଇ ହେଉ କିମ୍ବା ନିଜର ଫଟୋ ଏବଂ ଫିଲ୍ମକୁ ନେଇ। ବର୍ତ୍ତମାନ ଆଲିଆ ତାଙ୍କର ତିନୋଟି ବାଥରୁମ୍ ସେଲ୍ଫି ଯୋଗୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବାଥରୁମ୍ ମିରର ସାମ୍ନାରେ ସେଲ୍ଫି ନେଉଥିବାର ନଜର ଆସିଛନ୍ତି।
ଏହି ଫଟୋଗୁଡ଼ିକ ଆଲିଆ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଲିଆ ସମାନ ଅବସ୍ଥାରେ, ସମାନ ସ୍ଥାନରେ ତିନୋଟି ଭିନ୍ନ ପୋଷାକରେ ନଜର ଆସିଛନ୍ତି। ପ୍ରଥମ ଫଟୋରେ ସେ ଏକ ହଳଦିଆ ଛୋଟ ପୋଷାକରେ ନଜର ଆସିଛନ୍ତି। ପାଖରେ ଏକ ବ୍ୟାଗ୍ ରଖାଯାଇଛି। ସେହିପରି ଦ୍ୱିତୀୟ ଫଟୋରେ ଏକ ଧଳା ଫୁଲପକା ଡ୍ରେସ୍ରେ ନଜର ଆସିଛନ୍ତି ବ୍ୟାଗ୍ଟି ମଧ୍ୟ ତାଙ୍କ ସାମ୍ନାରେ ରହିଛି। ତୃତୀୟ ଫଟୋରେ ଏକ ଧଳା ରଙ୍ଗର ଡ୍ରେସ୍ରେ ଦେଖିବାକୁ ମିଳିଛନ୍ତି।ଫଟୋ ଶେୟାର କରିବା ସହିତ ଆଲିଆ ପ୍ରଶଂସକମାନଙ୍କୁ ପଚାରିଛନ୍ତି,‘ପାର୍ଥକ୍ୟ ଖୋଜ’। ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ନାନା କଳ୍ପନା କରିବା ସହ ଅନେକ ଅଜବ ପ୍ରଶ୍ନ ପଚାରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବ୍ୟାଗ୍ଟି ଅଲଗା ଅଲଗା ସ୍ଥାନରେ ରଖାଯାଇଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆଉ କେଉଁ ବନ୍ଧୁଙ୍କ କଥା କହୁଛନ୍ତି ବୋଧେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.