ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍ କୁଇନ୍ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ ଜଣେ ସାଧାରଣ ଯୁବତୀଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି, ପ୍ରତିଶୋଧ ପରାୟଣ ହୋଇ ସେ ଡକାୟତ ପାଲଟୁଛନ୍ତି ତାହା ଦେଖାଯାଇଥିଲା। ସୀମା ଫୁଲନ ଦେବୀଙ୍କ ଭୂମିକାରେ ନଜର ଆସିଥିଲେ। ପରଦାରେ ଚରିତ୍ରକୁ ଦେଖାଇବା ସହଜ ନ ଥିଲା। ଅନେକ ଦୃଶ୍ୟର ଶୁଟିଂ ବେଳେ ସେ ଚିନ୍ତାରେ ପଡ଼ିଯାଇଥିଲେ। କାରଣ ସେଗୁଡ଼ିକ ନ୍ୟୁଡ୍ ଥିଲା।
‘ବଣ୍ଡିତ୍ କୁଇନ୍’ ସୀମାଙ୍କ ପ୍ରଥମ ଫିଲ୍ମ ଥିଲା। ୧୯୯୪ରେ ସେ ଅଭିନେତ୍ରୀ ଭାବେ ପାଦ ରଖିଥିଲେ। ହେଲେ ଫିଲ୍ମର ନ୍ୟୁଡ୍(ଉଲଗ୍ନ) ଦୃଶ୍ୟକୁ ନେଇ ବିବାଦ ଉପୁଜିଥିଲା। ଏଥିପାଇଁ ସେ ରାତିରାତି କାନ୍ଦୁଥିଲେ। ଦୃଶ୍ୟଗୁଡ଼ିକ ଶୁଟିଂ କରିବା ସମୟରେ ନିର୍ଦ୍ଦେଶକ ଏବଂ କ୍ୟାମେରାମ୍ୟାନ୍ଙ୍କ ବ୍ୟତିତ ଅନ୍ୟ କାହାକୁ ଯିବାକୁ ମନା ଥିଲା।
ଶୁଟିଂ ଶେଷ ହେବା ପରେ ସେନ୍ସର ବୋର୍ଡ ଏହାକୁ ଗ୍ରହଣ କରି ନ ଥିଲା। ଏହାକୁ ସିନେମାହଲ୍ରେ ଦେଖିବାକୁ ଅନୁମତି ମିଳି ନ ଥିଲା। ପରେ କୋର୍ଟରୁ ସ୍ବିକୃତି ମିଳିବା ପରେ ଏହା ରିଲିଜ ହୋଇଥିଲା। ଏପରିକି ଏହାକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ସେତେବେଳେ ହିନ୍ଦୀ ବ୍ୟତିତ ମରାଠୀ, ତାମିଲ, ପଞ୍ଜାବୀ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ରିଲିଜ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.