ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ସାରିକାଙ୍କ ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅଭିନୟ ଯିଏ ଦେଖିଛି ସେ ଜାଣିଛି ସେ କେତେ ଦକ୍ଷ। ତାଙ୍କର ଦୀର୍ଘଦିନର ବଲିଉଡ୍ ଯାତ୍ରାରେ ସେ ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି ଏବଂ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। କେବଳ ସାରିକାଙ୍କ ଫିଲ୍ମ କ୍ୟାରିୟର ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏକ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ସାରିକା ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ସଫଳତା ହାସଲ କରିଥିଲେ। ସାରିକା ଏବଂ କମଲ ହାସନଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି। ଆଜି ସାରିକାଙ୍କର ୬୧ ତମ ଜନ୍ମଦିନ। ଏହି ସ୍ବତନ୍ତ୍ର ଦିବସରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା ଆଉ ବ୍ୟଥା…
ଯେତେବେଳେ ସାରିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ, ସେହି ସମୟରେ ସେ ଦକ୍ଷିଣର ସୁପରଷ୍ଟାର କମଲ ହାସନଙ୍କୁ ଭେଟିଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଦୁହେଁ ଏକାଠି ରହୁଥିଲେ। ଏହି କାରଣରୁ କମଲ ଏବଂ ତାଙ୍କ ସ୍ତ୍ରୀ ଭାନିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସାରିକା ଏବଂ କମଲ ହାସନଙ୍କ ବିବାହ ପୂର୍ବରୁ ସେମାନଙ୍କର ବଡ଼ ଝିଅ ଶ୍ରୁତି ଜନ୍ମ ହୋଇଥିଲେ। ଏହା ପରେ ଅକ୍ଷରା ଜନ୍ମ ହୋଇଥିଲେ। କମଲ ଏବଂ ସାରିକା ୧୯୮୮ରେ ବିବାହ କରିଥିଲେ। ୨୦୦୪ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.