ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଶୁଟିଂ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଡ ପରଦାରେ ମା’ ଭୂମିକା ପାଇଁ ଫିଟ ବିବେଚିତ ହୋଇଥିଲେ। ରିମା ଲାଗୁ ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ବଡ ପରଦା ହେଉ କି ଛୋଟ, ସେ ସବୁବେଳେ ମା’ ଚରିତ୍ରରେ ହିଟ ହୋଇଥିଲେ । ସେ ୨୧ ଜୁନ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ରିମା ଲାଗୁ ଛୋଟ ପରଦାରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୯୪ରେ ସିରିଏଲ ‘ଶ୍ରୀମାନ ଶ୍ରୀମତି’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।
ଖୁବ କମ ଲୋକ ଜାଣନ୍ତି ଯେ ରିମା ଲାଗୁଙ୍କର ପ୍ରକୃତ ନାମ ଥିଲା ନୟନ ଭଡଭଡେ। ତାଙ୍କ ମା’ ମରାଠୀ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ରିମା ଲାଗୁ ଆରମ୍ଭରୁ ଅଭିନୟ ପ୍ରତି ଆଗ୍ରହୀ ଥିଲେ, ଯେଉଁଥିପାଇଁ ସେ ଅଧ୍ୟୟନ ଛାଡିଥିଲେ। ସେ ମରାଠୀ ସିନେମା ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବହୁ ବର୍ଷ ଧରି ମରାଠୀ ଚଳଚ୍ଚିତ୍ରରେ କାମ କରିବା ପରେ ସେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ। ସେ ଲୋକପ୍ରିୟ ମରାଠୀ ଅଭିନେତା ବିବେକ ଲାଗୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ଅଛି। ରିମା ଏବଂ ବିବେକଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରି ନ ଥିଲା। ପାରସ୍ପରିକ ମତଭେଦ କାରଣରୁ ରିମା ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାମୀଙ୍କଠାରୁ ଅଲଗା ହେବାପରେ ରିମା ତାଙ୍କ ଝିଅକୁ ଏକାକୀ ବଢାଇଥିଲେ।
୧୯୯୦ରେ ମହେଶ ଭଟ୍ଟଙ୍କ ହିଟ ଫିଲ୍ମ ‘ଆଶିକି’ ମଧ୍ୟ ରିମା ଲାଗୁଙ୍କୁ ମା’ ଭୂମିକାରେ ଅଭିନୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୯୪ ଚଳଚ୍ଚିତ୍ର ‘ହମ ଆପକେ ହେନ କୌନ’ ହିନ୍ଦୀ ସିନେମାର ଏକ ମାଇଲଖୁଣ୍ଟ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ। ଏହି ଚଳଚ୍ଚିତ୍ରରେ ରିମା ଲିଡ ହିରୋଇନ ମାଧୁରୀ ଦୀକ୍ଷିତଙ୍କ ମାତା ଭୂମିକାରେ ଥିଲେ।
ରେମା ଲାଗୁ ତାଙ୍କ କ୍ୟାରିୟରରେ ହିଟ ଚଳଚ୍ଚିତ୍ର ସହିତ ଅନେକ ହିଟ ଟିଭି ଶୋ’ରେ କାମ କରିଥିଲେ। ରିମା ଲାଗୁଙ୍କ ମତ୍ୟୁ କେବଳ ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ସେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଶୁଟିଂ କରୁଥିଲେ। ଶୁଟିଂ ପରେ ରିମା ଲାଗୁ ଘରେ ପହଞ୍ଚିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.