ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍ବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଗତ ମାସ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଘରେ କିଛିଦିନ ଆଇସୋଲେଶନରେ ରହିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ୧୬ ତାରିଖରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ନନ୍ଦକିଶୋରଙ୍କ ସ୍ତ୍ରୀ ଏବଂ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକରଛାୟା ଖେଳିଯାଇଛି। ଭାରତୀୟ ମହିଳା ଫୁଟ୍ବଲ ଦଳର ପ୍ରଥମ ଓଡ଼ିଆ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ କୋଚ୍ଭାବେ ନନ୍ଦକିଶୋର ବିଶେଷ ପରିଚିତ ଥିଲେ। ଏହା ବ୍ୟତୀତ ସେ ଗୀତାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀଙ୍କ ପରି ଡଜନେରୁ ଊର୍ଦ୍ଧ୍ୱ ନାମୀ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିଲେ। ମହିଳା ଫୁଟ୍ବଲକୁ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ ଅଗଷ୍ଟ ୨୯ରେ ତାଙ୍କୁ ଶ୍ରେଷ୍ଠ କୋଚ୍ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥିଲେ।
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...
୧୧୨ ବଲ୍ ଖେଳି କରିଥିଲେ ୧୯ ରନ୍; ସେହ୍ବାଗ କହିଲେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’
ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍ର ପୂର୍ବ ଓପନର ବିରେନ୍ଦ୍ର...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
ରୋନାଲ୍ଡୋଙ୍କ ରେକର୍ଡ
ବୁଦାପେଷ୍ଟ,୧୬।୬: ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍ ଗୋଲ ବଲରେ ପର୍ତ୍ତୁଗାଲ ୟୁରୋକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ୩-୦ ଗୋଲ ବୃହତ୍ ବ୍ୟବଧାନରେ ହଙ୍ଗେରୀକୁ ହରାଇଛି। ରୋନାଲ୍ଡୋ...
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ...
ଡବ୍ଲୁଟିସି ଫାଇନାଲ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...
‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’
ମୁମ୍ବାଇ, ୩।୬(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍ଘାଟନୀ ସଂସ୍କରଣର ଫାଇନାଲ ୧...


