E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, କଟକ

କୋଭିଡ୍‌ଜନିତ ମୃତ୍ୟୁ ଅଡିଟ୍‌ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଖାରଜ
9:45 amJune 25, 2021

କଟକ ଅଫିସ,୨୫।୬: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁବାର ହାଇକୋର୍ଟ ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। କିନ୍ତୁ ପ୍ରତି ଜିଲାରେ କୋଭିଡ୍‌ରେ କେତେଜଣଙ୍କ ମୃତ୍ୟୁ ଘଟିଛି, ତାହାର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲା ଚିକିତ୍ସା ଅଧିକାରୀ ପ୍ରଦାନ କରିଥିବା କୋଭିଡ୍‌ଜନିତ ମୃତ୍ୟୁ ତଥ୍ୟ ଓ ରାଜ୍ୟ ସରକାର ପୋର୍ଟାଲରେ ଦର୍ଶାଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ନେଇ ତଦନ୍ତ କରିଛନ୍ତି କି ନାହିଁ ତାହାର ରିପୋର୍ଟ ଆସନ୍ତା ଜୁଲାଇ ୫ରେ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଦାଖଲ କରିବାକୁ କୁହାଯାଇଛି।
କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିଶିକାନ୍ତ ମିଶ୍ର ଗତ ୧୮ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ସେ ପିଟିଶନରେ ଦର୍ଶାଇଥିଲେ, ନୂଆପଡା ଜିଲାରେ ଗତ ଏପ୍ରିଲରେ କୋଭିଡ୍‌ ପଜିଟିଭ ହାର ୩୫ ପ୍ରତିଶତ ଥିଲା। ଅର୍ଥାତ୍‌ ୩ଜଣରେ ଜଣେ ଆକ୍ରାନ୍ତ ହୋଇଥିଲେ। ସରକାରୀଭାବେ ୪ଜଣ ଦର୍ଶାଯାଇଥିବାବେଳେ ଜିଲାର କୋଭିଡ୍‌ ହସ୍ପିଟାଲ ପକ୍ଷରୁ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଥିଲା। ସେହିପରି ସମ୍ବଲପୁର ଜିଲାରେ କୋଭିଡ୍‌ଜନିତ ମୃତ୍ୟୁ ୧୯୧ବୋଲି କୋଭିଡ୍‌ ହସ୍ପିଟାଲ ପକ୍ଷରୁ ଜଣାପଡିଥିବାବେଳେ ସରକାରୀ ଭାବେ ୮୨ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଲହରରେ ନୟାଗଡ ଜିଲାରେ କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟା ୯୭ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ କୋଭିଡ୍‌ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ତେଣୁ ଏନେଇ ଅଡିଟ କରାଯିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, କଟକ View All

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ମାମୁ-ଭାଣିଜୀ ଗୁରୁତର

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.): ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଶୁକ୍ରବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର୍‌ ଚଳାଉ ଥିବା...

ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ

ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ମନୁଶୁ ପଞ୍ଚାୟତର...

କୋଭିଡ କଟକଣା ମଧ୍ୟରେ ସରିଲା ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ

ସଜନାଗଡ,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରୁ ପାଞ୍ଚ କି.ମି. ଦୂର ସଜନାଗଡ ଗ୍ରାମରେ ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ...

ବିଭିନ୍ନ ସ୍ଥାନରେ ଚଢାଉ କଲେ ଏସଡିପିଓ: ୨ ଗିରଫ

ପୁରୁଷୋତ୍ତମପୁର,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମରେ ଅଚାନକ ଚଢାଉ କରିଥିଲେ। ବେଆଇନ ଭାବେ ମଦ ବିକ୍ରି କରୁଥିବା...

ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦ୍ରପୁର,୮।୬(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪...

ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...

ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍‌ଏସ୍‌ର ତଦନ୍ତ ଆରମ୍ଭ

ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍‌...

ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି

ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୨୭ ଯାଏ ବର୍ଷା
Next Post Next post:
ନକଲି ଓଷଧ ବିକ୍ରି ମାମଲା: ପରିଚାଳନା ନିର୍ଦ୍ଦେଶକ ଶିବ ଜେନା ଗିରଫ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts