କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ ସ୍ୟାଟ୍ ଉଚ୍ଛେଦ ପାଇଁ ବାଟ ସଫା ହେବା ସହ ଅଦାଲତି ବିବାଦର ଅନ୍ତ ଘଟିଛି। ହାଇକୋର୍ଟ ସୋମବାର ତାଙ୍କ ରାୟରେ ଜଣାଇଛନ୍ତି, କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସେଥିରେ ଅଦାଲତ ହସ୍ତକ୍ଷେପ କରିବାର କୌଣସି ଭିତ୍ତି ନାହିଁ। ସ୍ୟାଟ୍ ଯେଉଁ ଉଦ୍ଦେଶ୍ୟ ନେଇ ଗଠନ ହୋଇଥିଲା ତାହା ସଫଳ ନ ହେବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ନିଷ୍ପତ୍ତି ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବନି ବୋଲି ରାୟରେ ଜଣାଇଛନ୍ତି। ତେଣୁ ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ରୁଜୁ ହୋଇଥିବା ସମସ୍ତ ମାମଲା ଖାରଜ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହି ମାମଲାର ରାୟ ପ୍ରକାଶ କରି ଏହା କହିଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବଳରେ ସ୍ୟାଟ୍ରେ ଥିବା ପ୍ରାୟ ୭୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେବ।
ସୂଚନାଯୋଗ୍ୟ, ୨୦୧୫ ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ କରି କଟକ ଏବଂ ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏସନ୍ ସମେତ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ପରେ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲେ। ସ୍ୟାଟ୍ ଉଚ୍ଛେଦ ଉପରେ ଆବେଦନକାରୀମାନେ ଅଭିଯୋଗ ଆଣି ଦର୍ଶାଇଥିଲେ, ସରକାରଙ୍କ ଏହି ନିଷ୍ପତ୍ତି ସ୍ବେଚ୍ଛାଚାରିତା, ଅପରିଣାମଦର୍ଶିତା। କିନ୍ତୁ ଏହି ଅଭିଯୋଗକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ଏହି ଯୁକ୍ତି ଭୁଲ୍ ବୋଲି ହାଇକୋର୍ଟ ରାୟରେ ଦର୍ଶାଇଛନ୍ତି। ଅପରପକ୍ଷରେ ଅଦାଲତ ଅବମାନନା ମାମଲାରୁ ଖସିବା ପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ୟାଟ୍ ଉଚ୍ଛେଦ ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଯେଉଁ ଯୁକ୍ତି ରଖାଯାଇଛି, ତାହାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ହାଇକୋର୍ଟରେ ଏହିସବୁ ମାମଲାର ଶୁଣାଣିବେଳେ ଯଦି କୌଣସି ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୁଏ ତା’ହେଲେ ସେମାନେ ମଧ୍ୟ ଏଠାରେ ସମାନ ଧରଣର ଦଣ୍ଡବିଧାନକୁ ସାମ୍ନା କରିବେ ବୋଲି ହାଇକୋର୍ଟ ରାୟରେ କହିଛନ୍ତି।
Posted inଆମ ଜିଲା ଖବର, କଟକ View All
ବଚସାରୁ ହତ୍ୟା
ସମ୍ବଲପୁର,୧୦ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଜାତୀୟ ରାଜପଥ କଡରେ ଥିବା ପଞ୍ଚମୁଖି ଢ଼ାବାରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଢ଼ାବା କର୍ମଚାରୀଙ୍କୁ...
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ମାମୁ ଘରେ ରହିବେ ଅନାଥ ଭଉଣୀ ଭାଇ: ମିଳିବ ସରକାରୀ ସୁବିଧା
ଝାରସୁଗୁଡା ଅଫିସ୍,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି।...
ପରୀ ପରେ ବେବିନାଙ୍କୁ ହତ୍ୟା
ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ
ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ...
ଟ୍ୟାଙ୍କର ଧକ୍କାରେ ବାଇକ୍ ଚାଳକଙ୍କ ଜୀବନ ଗଲା
ଝାରସୁଗୁଡ଼ା ଅଫିସ,୧୪ା୬: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ସନ୍ୟାସୀପାଲି ଛକରେ ସୋମବାର ଏକ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ...


